Kohli-Yuvraj Controversy: ଉଥପ୍ପାଙ୍କ ବଡ଼ ବୟାନ; କହିଲେ, କୋହଲିଙ୍କ ପାଇଁ ଶେଷ ହୋଇଯାଇଥିଲା ଯୁବରାଜଙ୍କ କ୍ୟାରିୟର !

ଯୁବରାଜ ସିଂହ ସେହି ଖେଳାଳିମାନଙ୍କ ମଧ୍ୟରୁ ଜଣେ ଥିଲେ, ଯିଏକି ଭାରତକୁ ୨୦୦୭ ଓ ୨୦୧୧ ବିଶ୍ୱକପ୍ ଜିତାଇଥିଲେ । ଏହା ପରେ, କର୍କଟ ରୋଗ ଭଳି ଗମ୍ଭୀର ରୋଗ ସହିତ ଲଢ଼ି ପଡ଼ିଆକୁ ଫେରିଥିଲେ ।

ଯୁବରାଜଙ୍କ ସନ୍ନ୍ୟାସ ପଛରେ ବିରାଟ !

ବିରାଟ କୋହଲିଙ୍କ ପାଇଁ ଅବସର ନେଇଥିଲେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ଯୁବରାଜ ସିଂ । ଏଭଳି କିଛି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ରବିନ୍‌ ଉଥପ୍ପା । ସିଧାସଳଖ ନକହିଲେ ମଧ୍ୟ ଜାତୀୟ ଗଣମାଧ୍ୟମରେ ଦେଇଥିବା ଏକ ସାକ୍ଷାତକାରରେ ଏଭଳି କିଛି ଇଙ୍ଗିତ କରିଛନ୍ତି ଉଥପ୍ପା ।

ରବିନ ଉଥପ୍ପା ନିକଟରେ ଏକ ବୟାନ ଦେଇଛନ୍ତି ଯାହା କ୍ରିକେଟ ଜଗତରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଉଥପ୍ପା କହିଛନ୍ତି ଯେ, ବିରାଟ କୋହଲି ତାଙ୍କ ଅଧିନାୟକତ୍ୱ ସମୟରେ ଯୁବରାଜ ସିଂଙ୍କ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ସମାପ୍ତ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ମତରେ, କୋହଲି ଫିଟନେସ୍ ମାନଦଣ୍ଡ ଦର୍ଶାଇ ଯୁବରାଜଙ୍କ ଦଳକୁ ଫେରିବା ରାସ୍ତାକୁ ବନ୍ଦ କରିଥିଲେ ।

ଯୁବରାଜ ସିଂହ ସେହି ଖେଳାଳିମାନଙ୍କ ମଧ୍ୟରୁ ଜଣେ ଥିଲେ, ଯିଏକି ଭାରତକୁ ୨୦୦୭ ଓ ୨୦୧୧ ବିଶ୍ୱକପ୍ ଜିତାଇଥିଲେ । ଏହା ପରେ, କର୍କଟ ରୋଗ ଭଳି ଗମ୍ଭୀର ରୋଗ ସହିତ ଲଢ଼ି ପଡ଼ିଆକୁ ଫେରିଥିଲେ । କିନ୍ତୁ ଯୁବରାଜ ସିଂହଙ୍କୁ କଠୋର ଫିଟନେସ୍ ମାନଦଣ୍ଡ ଯୋଗୁଁ ଦଳରୁ ବାହାର କରାଯାଇଥିଲା । ଉଥାପ୍ପା କହିଛନ୍ତି ଯେ ଯୁବରାଜଙ୍କ ଫୁସଫୁସ ଖରାପ ସତ୍ତ୍ୱେ ଦଳରେ ସ୍ଥାନ ପାଇବା ପାଇଁ ସର୍ବୋତ୍ତମ ଚେଷ୍ଟା କରିଥିଲେ ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ହେବ କି ୨୦୩୬ ଅଲିମ୍ପିକ୍ସ ହକି ? ବିଶ୍ବ କ୍ରୀଡ଼ା ମହାକୁମ୍ଭ ପାଇଁ ଭାରତର ବିଡ୍ ପରେ ଚର୍ଚ୍ଚା

ରବିନ୍ ଉଥାପ୍ପା କହିଛନ୍ତି ଯେ ଯୁବରାଜ ଫିଟନେସ୍ ପରୀକ୍ଷାରେ କେବଳ ଦୁଇଟି ପଏଣ୍ଟ ଛାଡ଼ କରିବାକୁ କହିଥିଲେ । କିନ୍ତୁ କୋହଲି ଏହାକୁ ମଞ୍ଜୁର କରି ନଥିଲେ । ସେ ଫିଟନେସ୍ ଟେଷ୍ଟ ପାସ୍‌ କରିଥିଲେ ଏବଂ ଟିମରେ ସାମିଲ ହୋଇଥିଲେ । କିନ୍ତୁ ଖରାପ ଫର୍ମ ପାଇଁ ତାଙ୍କୁ ଦଳରୁ ସମ୍ପୂର୍ଣ୍ଣ ଭାବରେ ବାଦ ଦିଆଯାଇଥିଲା । ଉଥାପ୍ପା କହିଛନ୍ତି, ‘ଯୁବରାଜ ସିଂ ହେଉଛନ୍ତି ସେହି ଖେଳାଳି ଯିଏ ଆମକୁ ବିଶ୍ୱକପ୍ ଜିତାଇଥିଲେ । ସେ କର୍କଟ ରୋଗ ଭଳି ମାରାତ୍ମକ ରୋଗ ସହିତ ଲଢ଼ିବା ପରେ ପୁଣି କ୍ରିକେଟକୁ ଫେରିଥିଲେ । କିନ୍ତୁ ଅଧିନାୟକ କୋହଲି ତାଙ୍କୁ ଫିଟନେସ୍ ଦୃଷ୍ଟିରୁ କୌଣସି ରିହାତି ଦେଇ ନଥିଲେ’।

ସୂଚନା ଅନୁସାରେ ଟିମ୍‌ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ଯୁବରାଜ ସିଂ ୨୦୧୯ରେ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ସେ ସେହି ବର୍ଷ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମଧ୍ୟ ଶେଷ ଟି-୨୦ ମ୍ୟାଚ୍‌ ଖେଳିଥିଲେ ।

ଅଧିକ ପଢ଼ନ୍ତୁ: ଅଲଗା ହେବେ ଚହଲ-ଧନଶ୍ରୀ, ଇନଷ୍ଟାଗ୍ରାମ ଷ୍ଟୋରୀରେ ସ୍ପିନରଙ୍କ ଗୁଗଲି