• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସୁପର୍‌ ୧୨ ମୁକାବିଲାର ଶେଷ ମ୍ୟାଚ୍‌ରେ ସାମ୍ନାସାମ୍ନି ହୋଇଛନ୍ତି ଭାରତ-ଜିମ୍ବାୱେ । ଭାରତ ସେମିଫାଇନାଲ ପାଇଁ କ୍ୱାଲିଫାଏ କରିସାରିଥିଲେ ମଧ୍ୟ ଟେବୁଲ୍‌ ଶୀର୍ଷକୁ ଯିବା ପାଇଁ ଚେଷ୍ଟା କରିବ ଏବଂ ସେମିରେ ଇଂଲଣ୍ତକୁ ଭେଟିବ । ଆଜିର ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସୂର୍ଯ୍ୟକୁମାର ଯାଦବ ଏବଂ କେ.ଏଲ୍ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ୫ ୱିକେଟ୍ ହରାଇ ୧୮୬ ରନ୍ ସଂଗ୍ରହ କରିଥିଲା।

କେ.ଏଲ୍ ରାହୁଲ ଏବଂ ରୋହିତଙ୍କ ଓପନିଂ ଯୋଡି ଭାରତକୁ ଏକ ଭଲ ଆରମ୍ଭ ଦେଇଥିଲା । ତେବେ ରୋହିତ ପୁଣି ଥରେ ଏକ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ ଏବଂ ପୁଲ୍ ସଟ୍ ଖେଳିବାକୁ ଯାଇ ଫିଲ୍ଡର ହାତରେ ବଲ ଧରାଇ ଦେଇଥିଲେ । ରାହୁଲ ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରି ୩୫ ବଲରେ ୫୧ ରନ୍ ସଂଗ୍ରହ କରିଥିଲେ। କୋହଲିଙ୍କ ବ୍ୟାଟ୍‌ରୁ ମଧ୍ୟ ଏକ ଛୋଟ ପାୱାରଫୁଲ୍‌ ଇନିଂସ ଦେଖିବାକୁ ମିଳିଥିଲା । ଯେଉଁଥିରେ ୨ଟି ଚୌକା ସାମିଲ ଥିଲା ।

ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ ରହିଥିଲା ସୂର୍ଯ୍ୟକୁମାର ଯାଦବଙ୍କ ଧୁଆଁଧାର ଇନିଂସ । ୨୫ଟି ବଲ୍‌ର ସାମ୍ନା କରି ୬ଟି ଚୌକା ଓ ୪ଟି ଛକା ବଳରେ ୬୧ ରନ୍‌ କରିଥିଲେ । ଏହି ଇନିଂସରେ ସୂର୍ଯ୍ୟକୁମାର ଯାଦବ କିଛି ଅଦ୍ଭୁତ ସଟ୍‌ ଖେଳୁଥିବାର ଦେଖିବାକୁ ମିଳିଥିଲା ।