Advertisment

ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା: ଆଇପିଏଲ୍‌ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଖେଳିବେନି କେଏଲ ରାହୁଲ

LSG ଟିମ୍‌ର କ୍ୟାପଟେନ୍‌ ଭାବେ ମୁଁ ଗୁରୁତ୍ୱପୂର୍ଣ୍ଣ ସମୟରେ ଟିମ LSG ପାଖରେ ନ ରହିବା ମୋତେ କଷ୍ଟ ଦେଉଛି। କିନ୍ତୁ ଟିମର ସଦସ୍ୟମାନେ ଠିକଣା ସମୟରେ ନିଜର ଜଲୱା ଦେଖାଇବେ ଓ ସବୁ ଥର ଭଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବେ, ମୁଁ ନିଶ୍ଚିତ।

ଅଦ୍ୟତନ ହୋଇଛି
KL Rahul

KL Rahul

Advertisment

ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା। ଆଇପିଏଲ୍‌ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଖେଳିବେନି କେଏଲ ରାହୁଲ। ଆଘାତ ସମସ୍ୟା ଯୋଗୁ ଚଳିତ ବର୍ଷର ଆଇପିଏଲ ଓ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ଓହରିଲେ ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ କେଏଲ ରାହୁଲ। ରାହୁଲ ଆଇପିଏଲ ଅଧାରୁ ଓହରିଯିବା ଫଳରେ ଲକ୍ଷ୍ନୌ ସୁପର ଜ୍ୟାଂଟସ(LSG)କୁ ଶକ୍ତ ଧକ୍କା ଲାଗିଛି। ସେହିପରି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପାଇଁ ତାଙ୍କ ପରିବର୍ତ୍ତିତ ଖେଳାଳିଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ଦେଇଛି BCCI।

Advertisment

ମେ ୧ରେ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ସେ ଆହତ ହୋଇଥିଲେ ମଧ୍ୟ ବ୍ୟାଟିଂ କରିଥିଲେ । ଅବଶ୍ୟ ଏହି ମୁକାବିଲାରେ ବାଙ୍ଗାଲୋର ୧୮ ରନରେ ବିଜୟ ହାସଲ କରିଥିଲା । ପୂର୍ବରୁ ରାହୁଲ ତାଙ୍କ ଫର୍ମକୁ ନେଇ ମଧ୍ୟ ସମାଲୋଚିତ ହେଉଥିଲେ। ଦୀର୍ଘ ଦିନ ଧରି ସେ ଜଙ୍ଘ ଆଘାତ ସମସ୍ୟାରେ ପଡିଥିଲେ । 

ଅଧିକ ପଢ଼ନ୍ତୁ: ମଇଦାନ ବାହାରେ ସାଙ୍ଗ, ଭିତରେ ବି ସାଙ୍ଗ: ଧାୱନ୍‌ଙ୍କ ପରାମର୍ଶ ମାନିଲେ ଆଉ ଜିତିଲେ..

Advertisment

ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଅସ୍ତ୍ରୋପଚାର ପାଇଁ ରାଜି ହୋଇଛନ୍ତି । ସେ ଏ ସମ୍ପର୍କରେ ଇନଷ୍ଟାଗ୍ରାମରେ ସମସ୍ତ ସୂଚନା ଦେଇଛନ୍ତି । ଦଳ ସହିତ ରହି ନ ଥିଲେ ମଧ୍ୟ ମୁଁ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ସମସ୍ତ ମ୍ୟାଚ ଦେଖିବି ବୋଲି କହିଛନ୍ତି ।

ରାହୁଲ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ “ ଖୁବଶୀଘ୍ର ମୋ ଜଙ୍ଘର ଅପରେସନ ହେବ। ମୋର ଲକ୍ଷ୍ୟ ଏବେ ସୁସ୍ଥ ହେବା ଉପରେ ରହିବ। ଏବେ ମୋ ପାଇଁ ନିଷ୍ପତ୍ତି ନେବା ବେଷ୍ଟ କଷ୍ଟକର। କିନ୍ତୁ ମୁଁ ପୂରା ଫିଟ ହେବାକୁ ଚେଷ୍ଟା କରୁଛି। ମେଡିକାଲ ଟିମ ସହ ଅନେକ ବିଚାର ଓ ଆଲୋଚନା ପରେ ଶେଷରେ ଏହା ହିଁ ମୋର ନିଷ୍ପତ୍ତି।

Advertisment

LSG ଟିମ୍‌ର କ୍ୟାପଟେନ୍‌ ଭାବେ ମୁଁ ଗୁରୁତ୍ୱପୂର୍ଣ୍ଣ ସମୟରେ ଟିମ LSG ପାଖରେ ନ ରହିବା ମୋତେ କଷ୍ଟ ଦେଉଛି। କିନ୍ତୁ ଟିମର ସଦସ୍ୟମାନେ ଠିକଣା ସମୟରେ ନିଜର ଜଲୱା ଦେଖାଇବେ ଓ ସବୁ ଥର ଭଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବେ, ମୁଁ ନିଶ୍ଚିତ। ମୁଁ ପଛରେ ରହି ସବୁବେଳେ ସେମାନଙ୍କୁ ଉତ୍ସାହିତ କରିବି। ଲକ୍ଷ୍ନୌ ସୁପର ଜାଏଣ୍ଟର ପ୍ରତି ମ୍ୟାଚ୍‌ ଦେଖିବି।

ଭାରତୀୟ ଟିମ ସହ ଆସନ୍ତା ମାସରେ ଓଭାଲରେ ନ ରହିବା ଅଧିକ ଯନ୍ତ୍ରଣାଦାୟକ। ଦଳକୁ ଫେରିବା ପାଇଁ ଓ ମୋ ଦେଶକୁ ସହଯୋଗ କରିବା ପାଇଁ ମୁଁ ସବୁ ପ୍ରକାରର ଚେଷ୍ଟା କରିବି। ଏଇଟା ହିଁ ସବୁବେଳେ ମୋର ଫୋକସରେ ରହି ଆସିଛି। ମୋତେ ଶକ୍ତି ଯୋଗାଉଥିବା ମୋର ଫ୍ୟାନ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମ୍ୟାନେଜମେଣ୍ଟ ଓ ବିସିସିଆଇକୁ କୃତଜ୍ଞତା ଜଣାଉଛି।

ଏହି ସମୟରେ ସେମାନେ ମୋତେ ସମର୍ଥନ କରିଥିବାରୁ ଧନ୍ୟବାଦ। ମୁଁ ମୋର ସ୍ୱାସ୍ଥ୍ୟ ସମ୍ପର୍କରେ ନିୟମିତ ସୂଚନା ଦେବି। ବହୁତ ଶୀଘ୍ର ପଡ଼ିଆକୁ ଫେରିବି।”

KL Rahul LSG
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ