Advertisment

ଫାଇନାଲରେ ବର୍ଷା ସାଜିଲା ବାଧକ

ଜୁନିୟର ବିଶ୍ୱକପ୍ ହକିରେ ବର୍ଷା ସାଜିଲା ବାଧକ । ଆଜି ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ ସ୍ଥଗିତ କରାଯାଇଛି । ସ୍ପେନ୍-ମାଲେସିଆ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ସ୍ଥଗିତ ରହିଛି । ୭ମ/୮ମ ସ୍ଥାନ ପାଇଁ ମୁହାଁମୁହିଁ ହେବେ ସ୍ପେନ୍-ମାଲେସିଆ । ୧୦.୩୦ରେ ଖେଳାଯିବାକୁ ଥିଲା ମ୍ୟାଚ୍, ୧୧ଟାରେ ଖେଳାଯିବ ବୋଲି ସୂଚନା ଦିଆଯାଇଛି । ଟର୍ଫରେ ପାଣି ଜମିବା ଯୋଗୁଁ ମ୍ୟାଚ୍ ସ୍ଥଗିତ ରହିଛି ।

author-image
Otv Khabar Bureau
Junior hockey worldcup

Junior hockey worldcup

ଭୁବନେଶ୍ୱର: ଜୁନିୟର ବିଶ୍ୱକପ୍ ହକିରେ ବର୍ଷା ସାଜିଲା ବାଧକ । ଆଜି ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ ସ୍ଥଗିତ କରାଯାଇଛି । ସ୍ପେନ୍-ମାଲେସିଆ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ସ୍ଥଗିତ ରହିଛି । ୭ମ/୮ମ ସ୍ଥାନ ପାଇଁ ମୁହାଁମୁହିଁ ହେବେ ସ୍ପେନ୍-ମାଲେସିଆ । ୧୦.୩୦ରେ ଖେଳାଯିବାକୁ ଥିଲା ମ୍ୟାଚ୍, ୧୧ଟାରେ ଖେଳାଯିବ ବୋଲି ସୂଚନା ଦିଆଯାଇଛି । ଟର୍ଫରେ ପାଣି ଜମିବା ଯୋଗୁଁ ମ୍ୟାଚ୍ ସ୍ଥଗିତ ରହିଛି ।

Advertisment

ଗତକାଲି ଜୁନିଅର ବିଶ୍ୱକପ୍ ହକିରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ଜୁନିଅର ପରୁଷ ବିଶ୍ୱକପ୍ ହକିରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ କଳିଙ୍ଗ ଷ୍ଟାଡିୟମର ମିଡିଆ ସେଣ୍ଟର ବ୍ୟବହାର କରିଥିଲେ। RT-PCR ଟେଷ୍ଟ ବେଳେ ଗତକାଲି ସେ ପଜଟିଭ ଚିହ୍ନଟ ହୋଇଛନ୍ତି ।

ଯେହେତୁ ମିଡିଆ ସେଣ୍ଟରରେ ଅନ୍ୟମାନେ ଥିଲେ ତେଣୁ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଅନ୍ୟମାନେ ଆସିଥାଇ ପାରନ୍ତି। ତେଣୁ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଗତ ନଭେମ୍ବର ୨୪ରୁ ଜୁନିଅର ପୁରୁଷ ବିଶ୍ୱକପ୍ ହକି ଆରମ୍ଭ ହୋଇଥିବା ବେଳେ ଭାରତ ସମେତ ୧୫ଟି ବିଦେଶୀ ଟିମ୍‌ ଏଥିରେ ଭାଗ ନେଇଛନ୍ତି।

Advertisment

କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନିବା ଲାଗି ଏକ ବାୟୋ ବବଲ୍‌ ପ୍ରସ୍ତୁତ କରାଯାଇଥିଲ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିଦେଶୀ ଖେଳାଳି କରୋନାରେ ଆକ୍ରାନ୍ତ ହୋଇନଥିବା ସୂଚନା ମିଳିଛି। କରୋନା ପଜିଟିଭ୍‌ ଚିହ୍ନଟ ପରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି RT-PCR ଟେଷ୍ଟ କରିଥିଲେ ଓ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା।

ଅନ୍ୟପକ୍ଷେ, ଜୁନିଅର ହକି ବିଶ୍ୱକପ୍‌ରେ ଭାରତର ଟାଇଟଲ ଆଶା ଧୂଳିସାତ୍ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ସେମିଫାଇନାଲରେ ପରାସ୍ତ ହୋଇଛି ଭାରତୀୟ ଜୁନିଅର ଟିମ୍। ୬ ଥରର ବିଶ୍ୱକପ ଚାମ୍ପିଅନ ଜର୍ମାନୀଠାରୁ ୪-୨ ଗୋଲ୍‌ରେ ପରାଜିତ ହୋଇଛି ଘରୋଇ ଦଳ।

Junior Mens Hockey WorldCup Final
Advertisment
Advertisment