/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690112351.jpg)
Virat Kohli
ୱେଷ୍ଟଇଣ୍ତିଜରେ ଚାଲିଛି ବିରାଟଙ୍କ ଜଲୱା । କେବଳ ଅନଫିଲ୍ଡ ନୁହେଁ ବରଂ ଅଫଫିଲ୍ଡ ବି କୋହଲିଙ୍କୁ ନେଇ ଚର୍ଚ୍ଚା । କୋହଲିଙ୍କୁ ଦେଖି ଖୁସିରେ ଆଲିଙ୍ଗନ କରିଲେ ୱେଷ୍ଟିଣ୍ତିଜ କିପର୍ ଜୋଶୁଆ ଡିସିଲ୍ଭାଙ୍କ ମାଆ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପୋର୍ଟ ଅଫ୍ ସ୍ପେନରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଚାଲିଥିବା ବେଳେ ଏବେ ଏକ ଏଭଳି ଭିଡିଓ ସାମ୍ନାକୁ ଆସିଛି ଯାହା ଉଭୟ ଦେଶର କ୍ରିକେଟେପ୍ରେମୀଙ୍କୁ ଖୁସି କରାଇଛି।
ମ୍ୟାଚ୍ ଶେଷ ହେବା ପରେ ଯେତେବେଳେ ଭାରତୀୟ ଟିମ୍ ବସ୍ ଯୋଗେ ହୋଟେଲକୁ ଫେରୁଥିଲେ, ସେତେବେଳେ ଏକ ଭାବପ୍ରବଣ ଭରା ଦୃଶ୍ୟ ଦେଖିବାକୁ ମିଳିଥିଲା । ବସ୍ ଆଗରେ ବିରାଟ କୋହଲିଙ୍କୁ ଅନାଇ ବସିଥିଲେ ୱେଷ୍ଟଇଣ୍ଡିଜର ୱିକେଟ୍ କିପର ଜୋଶୁଆ ଡିସିଲ୍ଭାଙ୍କ ମାଆ। ବାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବିରାଟ ଯେତେବେଳେ ବସରୁ ତଳକୁ ଓହ୍ଲାଇଥିଲେ ଜୋଶୁଆଙ୍କ ମାଆ ବିରାଟଙ୍କ ପାଖକୁ ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ ଏବଂ ତାଙ୍କ ଗାଲକୁ ସ୍ନେହରେ ଚୁମ୍ବନ ଦେଇଥିଲେ । ବିରାଟ କୋହଲିଙ୍କୁ ଭେଟିବା ପରେ ଜୋଶୁଆ ଡିସିଲଭାଙ୍କ ମାଆ ବେଶ୍ ଖୁସିଥିବା ଭିଡିଓରେ ସ୍ପଷ୍ଟ ଦେଖାଯାଇଛି । ସେ ବିରାଟଙ୍କ ସହ କିଛି ସମୟ କଥା ହେବା ପରେ ତାଙ୍କ ସହ ଫଟୋ ଉଠାଇଥିବା ଦେଖିବାକୁ ମିଳିଥିଲା ।
The moment Joshua De Silva's mother meet Virat Kohli and she hugged and kissed Him ☺️🤍..
One of the greatest moments ever in the history - This is so beautiful, precious!@imVkohli@mufaddal_vohra@ViratFanTeam@ImTanujSingh@BluntIndianGal@CricCrazyJohns#ViratKohlipic.twitter.com/da5trwLh4s
— Dinesh (@viratianjoy) July 22, 2023
BCCI ପକ୍ଷରୁ ଏହାର ଏକ ଭିଡିଓ ଟ୍ୱିଟର୍ରେ ପୋଷ୍ଟ କରାଯାଇଛି । ଯେଉଁଥିଲେ ଯୋଶୁଆ କହୁଛନ୍ତି ଯେ, ମୋ ମାଆ ମୋର ଖେଳ ଦେଖିବା ବଦଳରେ ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିବାକୁ ଆସିଛନ୍ତି । ସେ ଆହୁରି କହିଛନ୍ତି ଯେ, ‘ମୋ ମାଆ ମତେ ମ୍ୟାଚ୍ର ଦୁଇଦିନ ପୂର୍ବରୁ କହିଥିଲେ ଫିଲ୍ଡରେ ସେ ମୋ ଖେଳ ନୁହେଁ ବରଂ ବିରାଟଙ୍କ ବ୍ୟାଟିଂ ଦେଖିବାକୁ ଯିବେ’ ।
𝙒𝙝𝙤𝙡𝙚𝙨𝙤𝙢𝙚 😊 ❤️
When Virat Kohli made Josh's mom's day & "year" 🤗#TeamIndia | #WIvIND | @imVkohli | @windiescricket | @joshuadasilva08pic.twitter.com/0RL20rRcYL
— BCCI (@BCCI) July 22, 2023
ବିରାଟଙ୍କ ଭାଇରାଲ ହେଉଥିବା ଭିଡିଓକୁ ବିଶ୍ୱବାସୀ ବେଶ୍ ପସନ୍ଦ କରିଛନ୍ତି । ବିରାଟ ନିଜର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଛନ୍ତି, ଯେଉଁଥିରେ ପ୍ରଥମ ଇନିଂସରେ ସେ ଶତକ ହାସଲ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)