/odishatv-khabar/media/post_attachments/uploadimage/library/16_9/16_9_0/Jay_Shah__1724771315.jpg)
Jay Shah
ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ନୂଆ ଅଧ୍ୟକ୍ଷ ହୋଇଛନ୍ତି ଜୟ ଶାହ । ଶାହଙ୍କ ବିପକ୍ଷରେ ଆଉ କେହି ପ୍ରାର୍ଥୀ ନଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଶାହ । ଫଳରେ ୨୦୨୪ ଡିସେମ୍ବରରୁ କ୍ରିକେଟର ସର୍ବୋଚ୍ଚ ପରିଚାଳନା ପରିଷଦର ସମ୍ମାନଜନକ ଭୁମିକା ତୁଲାଇବେ ବିସିସିଆଇ ସମ୍ପାଦକ ରହିଥିବା ଜୟ ଶାହ ।
ଅଧ୍ୟକ୍ଷ ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଥିଲେ ଶାହ । ପୂର୍ବରୁ ଅଧ୍ୟକ୍ଷ ଥିବା ଗ୍ରେଗ୍ ବାର୍ସଲେ ତୃତୀୟ ଥର କାର୍ଯ୍ୟକାଳ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିବାପରେ ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା ଆଇସିସି ।
କ୍ରିକେଟର ଲୋକପ୍ରିୟତା ଆହୁରି ବୃଦ୍ଧି ଓ ବିଶ୍ୱର ଅନ୍ୟ ସ୍ଥାନରେ କ୍ରିକେଟକୁ ପହଞ୍ଚାଇବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି ଶାହ । ବିଶେଷକରି ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ ପୁଣି କମବ୍ୟାକ୍ କରୁଥିବାରୁ କ୍ରିକେଟର ଉନ୍ନତି ପାଇଁ ଏହା ବଡ଼ ଅବସର ହେବ ବୋଲି କୁହାଯାଉଛି ।ଅକ୍ଟୋବର ୨୦୧୯ରୁ ବିସିସିଆଇର ସମ୍ପାଦକ ରହିଥିଲେ ଶାହ । ସେହିପରି ଜାନୁଆରୀ ୨୦୨୧ରୁ ଏସିଆନ କ୍ରିକେଟ କାଉନସିଲର ମଧ୍ୟ ଚେୟାରମ୍ୟାନ ରହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)