Advertisment

ଆୟର୍ଲାଣ୍ତ ସିରିଜ୍‌ରେ ମଙ୍ଗ ଧରିବେ ବୁମ୍ରା; ରିଙ୍କୁ ସିଂ, ଜିତେଶ ଶର୍ମା ନୂଆ ଚେହେରା

ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ଘୋଷଣା ହୋଇଛି । ବହୁତ ଦିନ ପରେ ଦଳକୁ ଫେରିଛନ୍ତି ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମ୍ରା ।

author-image
Manoranjan Behera
ଅଦ୍ୟତନ ହୋଇଛି
Jasprit Bumrah

Jasprit Bumrah

ଆୟର୍ଲାଣ୍ତ ସିରିଜ୍‌ ପାଇଁ BCCI ପକ୍ଷରୁ ଭାରତୀୟ ଟିମ୍‌ ଘୋଷଣା କରାଯାଇଛି । ବହୁଦିନର ବ୍ୟବଧାନ ପରେ ଟିମ୍‌କୁ ଫେରିଛନ୍ତି ଟିମ୍‌ ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍ରା । ଆୟର୍ଲାଣ୍ତ ବିପକ୍ଷ ସିରିଜ୍‌ରେ ତାଙ୍କୁ କ୍ୟାପ୍ଟେନସିପ୍‌ ଦାୟିତ୍ୱ ଦିଆଯାଇଛି । ଟିମ୍‌ ଇଣ୍ତିଆ ଡବଲିନ୍‌ରେ ଆୟର୍ଲାଣ୍ତ ବିପକ୍ଷରେ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ । ଅଗଷ୍ଟ ୧୮, ୨୦, ୨୩ ରେ ଏହି ମ୍ୟାଚ୍‌ ଖେଳାଯିବ । ଏହାଛଡ଼ା IPL ୨୦୨୩ ରେ ଶେଷ ଓଭର୍‌ରେ ୫ଟି ଛକା ମାରି ମ୍ୟାଚ୍‌ ଜିତାଇଥିବା ରିଙ୍କୁ ସିଂଙ୍କୁ ମଧ୍ୟ ଟିମ୍‌ରେ ସାମିଲ କରାଯାଇଛି ।

Advertisment

ବୁମ୍ରାଙ୍କ ପିଠିରେ ଆଘାଚ କାରଣରୁ ବହୁଦିନ ହେବ ଟିମ୍‌ରୁ ବାହାରେ ଥିଲେ । ବହୁ ପ୍ରତିକ୍ଷା ପରେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବେ ଯଶପ୍ରୀତ ବୁମ୍ରା । ଟି-୨୦ରେ ଅଧିନାୟକ ଭାର ବହନ କରୁଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯିବାକୁ ଥିବା ବେଳେ ଏସିଆନ୍‌ ଗେମ୍‌ ସ୍କାଡ୍‌ରୁ କିଛି ଖେଳାଳିଙ୍କୁ ଉକ୍ତ ମ୍ୟାଚ୍‌ ଖେଳିବାକୁ ଚୟନ କରାଯାଇଛି । ସେପ୍ଟେମ୍ୱରରୁ ଅକ୍ଟୋବର ଭିତରେ ଚାଇନାରେ ଖେଳାଯିବାକୁ ଥିବା ଏସିଆନ୍‌ ଗେମ୍ସର ଏହି ମେଗା ଇଭେଣ୍ଟ ପୂର୍ବରୁ କିଛି ଖେଳାଳିଙ୍କୁ ଭାରତୀୟ ଦଳରେ ସୁଯୋଗ ଦେଇ ପରୀକ୍ଷା କରାଇନେବା ଏହାର ଲକ୍ଷ୍ୟ ରହିଛି ।

ଏହି ଗସ୍ତ ପାଇଁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଏବଂ ଘରୋଇ କ୍ରିକେଟ୍ ରେ ଚମକ ସୃଷ୍ଟି କରିଥିବା କେତେକ ବିସ୍ଫୋରକ ଖେଳାଳିଙ୍କୁ ଦଳରେ ସୁଯୋଗ ଦିଆଯାଇଛି । ରିଙ୍କୁ ସିଂହ ଓ ଜିତେଶ ଶର୍ମାଙ୍କ ବ୍ୟତୀତ ଶିବମ୍ ଦୁବେ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ତେବେ ଦଳର ନିୟମିତ ସଦସ୍ୟ ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମନ ଗିଲ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ବିଶ୍ରାମ ଦିଆଯାଇଛି ।

Advertisment

ଭାରତୀୟ ଦଳ: ଯଶପ୍ରୀତ ବୁମ୍ରା(କ୍ୟାପଟେନ୍), ଋତୁରାଜ ଗାଇକ୍‌ୱାଡ୍‌(ଉପଅଧିନାୟକ), ଯଶସ୍ୱୀ ଜୈସୱାଲ, ତିଲକ ବର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ(ୱିକେଟ ରକ୍ଷକ), ଜିତେଶ ଶର୍ମା(ୱିକେଟ ରକ୍ଷକ), ଶିବମ ଦୁବେ, ୱାଶିଂଟନ୍‌ ସୁନ୍ଦର, ଶେହବାଜ୍ ଅହମ୍ମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କ୍ରୀଷ୍ଣା, ଅର୍ଶଦୀପ ସିଂହ, ମୁକେଶ କୁମାର, ଆଭେଷ ଖାନ୍।

Jasprit Bumrah Team India
Advertisment
Advertisment