Advertisment

Jasprit Bumrah:ଭାରତକୁ ବଡ଼ ଝଟକା, ଆହତ ହେଲେ ଯଶପ୍ରୀତ ବୁମରା

ଚଳିତ ସିରିଜରେ ଭାରତୀୟ ଦଳର ଟ୍ରମ୍ପକାର୍ଡ ରହିଥିବା ଯଶପ୍ରୀତ ବୁମରା ଆହତ ହୋଇ ପଡିଆ ଛାଡିଛନ୍ତି। ସିଡନୀରେ ଖେଳା ଯାଉଥିବା ସିରିଜର ଅନ୍ତିମ ତଥା ପଞ୍ଚମ ଟେଷ୍ଟର ଦ୍ବିତୀୟ ଦିନରେ ବୁମରା ଆହତ ହୋଇଥିଲେ। ପଡିଆ ଛାଡିବା ସହ ଭାରତୀୟ ଦଳର ସପୋର୍ଟ ଷ୍ଟାଫଙ୍କ ସହିତ ତାଙ୍କୁ ସ୍କାନିଙ୍ଗ ପାଇଁ ମଧ୍ୟ ନିଆ ଯାଇଥିଲା।

ଅଦ୍ୟତନ ହୋଇଛି
jasprit bumrah

jasprit bumrah

Advertisment

ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ କ୍ରିକେଟ ଦଳ ୧-୨ରେ ପଛୁଆ ରହିଥିବା ବେଳେ ଦଳକୁ ବଡ ଝଟକା ଲାଗିଛି। ଚଳିତ ସିରିଜରେ ଭାରତୀୟ ଦଳର ଟ୍ରମ୍ପକାର୍ଡ ରହିଥିବା ଯଶପ୍ରୀତ ବୁମରା ଆହତ ହୋଇ ପଡିଆ ଛାଡିଛନ୍ତି। ସିଡନୀରେ ଖେଳା ଯାଉଥିବା ସିରିଜର ଅନ୍ତିମ ତଥା ପଞ୍ଚମ ଟେଷ୍ଟର ଦ୍ବିତୀୟ ଦିନରେ ବୁମରା ଆହତ ହୋଇଥିଲେ। ପଡିଆ ଛାଡିବା ସହ ଭାରତୀୟ ଦଳର ସପୋର୍ଟ ଷ୍ଟାଫଙ୍କ ସହିତ ତାଙ୍କୁ ସ୍କାନିଙ୍ଗ ପାଇଁ ମଧ୍ୟ ନିଆ ଯାଇଥିଲା।

Advertisment

ସିଡନୀରେ ଦ୍ବିତୀୟ ଦିନର ଖେଳରେ ବୁମରା ୮ ଓଭର ବୋଲିଂ କରିଥିବା ବେଳେ ମାର୍ନସ ଲାବୁଶେନଙ୍କ ୱିକେଟ ମଧ୍ୟ ହାସଲ କରିଥିଲେ। ତେବେ ଲଞ୍ଚ ପରେ ବୁମରା ପଡିଆ ଛାଡୁଥିବା ଦେଖିବାକୁ ମିଳିଥିଲା। ଆହତ ସମସ୍ୟା ସମ୍ପର୍କରେ ଭାରତୀୟ ଟିମ ମ୍ୟାନେଜମେଣ୍ଟ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ବୁମରା ଚଳିତ ସିରିଜରେ ଭାରତର ଟ୍ରମ୍ପକାର୍ଡ ରହିଛନ୍ତି। ୫ଟି ଯାକ ଟେଷ୍ଟରେ ସେ ଭାରତର ଫ୍ରଣ୍ଟଲାଇନ ବୋଲର ରହିଛନ୍ତି। ବୁମରା ଆହତ ହୋଇଥିବା ବେଳେ ଭାରତର ବୋଲିଂ ଲାଇନ ଅପ ବର୍ତ୍ତମାନ ଦୁର୍ବଳ ହୋଇ ପଡିଛି।

୧୫୧.୨ ଓଭର ବୋଲିଂ କରିବା ସହିତ ସେ ୧୩.୦୬ ଆଭରେଜରେ ସେ ୩୨ ଉଇକେଟ ନେଇଛନ୍ତି। ଅନ୍ୟ କୌଣସି ଭାରତୀୟ ବୋଲର ଏତେ ଓଭର ବୋଲିଂ କରି ନଥିବା ବେଳେ କେବଳ ପ୍ୟାଟ କମିନ୍ସ ତାଙ୍କ ଠାରୁ ଅଧିକ ଓଭର ପକାଇଛନ୍ତି। କମିନ୍ସ ୧୫୨ ଓଭର ବୋଲିଂ କରିଛନ୍ତି। ସିଡନୀ ଟେଷ୍ଟରେ ଭାରତର ନିୟମିତ ଅଧିନାୟକ ରୋହିତ ଶର୍ମା ଓହରି ଯାଇଥିବା ବେଳେ ଯଶପ୍ରୀତ ବୁମରା ଷ୍ଟାଣ୍ଡ ଇନ କ୍ୟାପଟେନ ରହିଥିଲେ।

Advertisment

କଡ଼ ଲେଉଟାଇବ କି କ୍ରିକେଟର କଳା ଇତିହାସ ? ସେବେ ଗାଙ୍ଗୁଲି-ଏବେ ରୋହିତ !

ଚଳିତ ସିରିଜରେ ଭାରତ ପ୍ରଥମ ଟେଷ୍ଟରେ ବିଜୟ ହାସଲ କରିଥିଲା। ରୋହିତଙ୍କ ଅନୁପସ୍ଥିତିରେ ବୁମରାଙ୍କ କ୍ୟାପଟେନ୍ସିରେ ଭାରତ ବିଜୟୀ ହୋଇଥିଲା। ପରବର୍ତ୍ତୀ ୩ ଟେଷ୍ଟରେ ରୋହିତ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଭାରତ ଏଥିରୁ ୨ଟି ମ୍ୟାଚରୁ ହାରିଥିଲା। ଭରତୀୟ ବୋଲରଙ୍କ ମଧ୍ୟରେ ଯଶପ୍ରୀତ ବୁମରା ଏକାକୀ ୩୨ ୱିକେଟ ନେଇଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ମହମ୍ମଦ ସିରଜ। ଦ୍ବିତୀୟ ସ୍ଥାନରେ ଥିବା ସିରାଜ ୧୫ ୱିକେଟ ନେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ନୀତିଶ କୁମାର ରେଡ୍ଡୀ ଓ ଆକାଶ ଦୀପ ୫ଟି ଲେଖାଏ ୱିକେଟ ନେଇଛନ୍ତି।

ବର୍ଡର ଗାଭାସ୍କର ଟ୍ରଫି ଜିତିବା ପାଇଁ ଭାରତକୁ ଅନ୍ତିମ ଟେଷ୍ଟରେ ନିହାତି ବିଜୟ ଆବଶ୍ୟକ। ତେବେ ବୁମରାଙ୍କ ଅନୁପସ୍ଥିତିରେ ଏହା ଅସମ୍ଭବ ମନେ ହେଉଛି। ଏହା ବ୍ୟତୀତ ଆଗକୁ ଚାମ୍ପିୟନ୍ସ ଟ୍ରଫି ଆସୁଥିବାରୁ ବୁମରା ଆହତ ହେଲେ ଭାରତୀୟ ଦଳ ପାଇଁ ଏହା ଅତ୍ୟନ୍ତ ଗମ୍ଭୀର ସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଛି।

Advertisment

Sports: ଚାମ୍ପିଅନ୍ସ ଟ୍ରଫି ଯାଏଁ ଅଲ୍ଟିମେଟମ୍‌; ଗୌତମ ଗମ୍ଭୀରଙ୍କ ପାଇଁ ବଡ଼ ଚାଲେଞ୍ଜ୍

Jasprit Bumrah Border-Gavaskar Trophy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ