Advertisment

Bumrah and Mandhana ICC Cricketer: ଇତିହାସ ରଚିଲେ ବୁମରା ଓ ମନ୍ଧାନା, ପ୍ରଥମ ଥର କଲେ ଏମିତି ରେକର୍ଡ

ଭାରତୀୟ କ୍ରିକେଟ ଦଳର ଖେଳାଳି ଯଶପ୍ରୀତ ବୁମରା ଓ ସ୍ମୃତି ମନ୍ଧାନା ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି। ଉଭୟ ଖେଳାଳି ୨୦୨୪ ବର୍ଷ ପାଇଁ ଶ୍ରେଷ୍ଠ ଆଇସିସି କ୍ରିକେଟର ହେବାର ଗୌରବ ଅର୍ଜନ କରିଛନ୍ତି।

ଅଦ୍ୟତନ ହୋଇଛି
bumrah

bumrah

Advertisment

ଭାରତୀୟ କ୍ରିକେଟ ଦଳର ଖେଳାଳି ଯଶପ୍ରୀତ ବୁମରା ଓ ସ୍ମୃତି ମନ୍ଧାନା ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି। ଉଭୟ ଖେଳାଳି ୨୦୨୪ ବର୍ଷ ପାଇଁ ଶ୍ରେଷ୍ଠ ଆଇସିସି କ୍ରିକେଟର ହେବାର ଗୌରବ ଅର୍ଜନ କରିଛନ୍ତି। ପୁରୁଷ ବର୍ଗରେ ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଭାବେ ବୁମରାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ମହିଳା ବର୍ଗରେ ଶ୍ରେଷ୍ଠ ଦିନିକିଆ ଖେଳାଳି ଭାବେ ସ୍ମୃତି ମନ୍ଧାନାଙ୍କ ନାମ ଘୋଷଣା କରାଯାଇଛ।

Advertisment

ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପକ୍ଷରୁ ଏହାର ପୁରସ୍କାର ତାଲିକା ଘୋଷଣା କରାଯାଇଛି। ଏହି ପୁରସ୍କାର ତାଲିକାରେ ଭାରତୀୟ ପେସ ବୋଲିଂ ସେନସେସନ ଯଶପ୍ରୀତ ବୁମରା ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଭାବେ ସ୍ଥାନ ପାଇଛନ୍ତି। ଅନ୍ୟ ପକ୍ଷରେ ଭାରତୀୟ ମହିଳା କ୍ରିକେଟ ଦଳର ଓପନର ତଥା ଷ୍ଟାଣ୍ଡଇନ କ୍ୟାପଟେନ ସ୍ମୃତି ମନ୍ଧାନା ଆଇସିସି ମହିଳା ଦିନିକିଆ କ୍ରିକେଟର ଅଫ ଦ ଇୟର ହୋଇଛନ୍ତି। ସେହିପରି ପୁରୁଷ ଦିନିକିଆ କ୍ରିକେଟର ଅଫ ଦ ଇୟର ହୋଇଛନ୍ତି ଆଫଗାନିସ୍ତାନର ଅଜମତଉଲ୍ଲା ଓମାରଜାଇ।

ଯଶପ୍ରୀତ ବୁମରା ଆହତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରିବା ସହିତ ଏହାକୁ ସ୍ମରଣୀୟ କରିଥିଲେ। ୨୦୨୩ ଦିନିକିଆ ବିଶ୍ବକପରେ ଭାରତ ରନର ଅପ ରହିଥିବା ବେଳେ ୨୦୨୪ ଟି୨୦ ବିଶ୍ବକପରେ ଦଳ ରନର ଅପ ରହିଥିଲା। ଏପରିକି ୨୦୨୪ ଟି୨୦ ବିଶ୍ବକପରେ ବୁମରା ପ୍ଲେୟର ଅଫ ଦ ଟୁର୍ନାମେଣ୍ଟ ରହିଥିଲେ। ତେବେ ଟେଷ୍ଟ କ୍ରିକେଟରେ ବୁମରାଙ୍କ ପ୍ରଦର୍ଶନ ଅସାଧାରଣ ରହିଥିଲା। ବୁମରା ୨୦୨୪ରେ ଟେଷ୍ଟ କ୍ରିକେଟରେ ୭୧ ୱିକେଟ ନେଇଥିଲେ। ଏଥିରେ ତାଙ୍କର ଆଭରେଜ ଚମତ୍କାର ୧୪.୯୨ ରହିଥିଲା। ସେହିପରି ଦ୍ବିତୀୟ ସ୍ଥାନରେ ରହିଥିବା ବୋଲରଙ୍କ ଠାରୁ ସେ ୧୯ଅଧିକ ୱିକେଟ ହାସଲ କରିଥିଲେ।

Advertisment

ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ବାଂଲାଦେଶ ପରେ ନିକଟ ଅତୀତରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିରେ ଅଧିକ ୱିକେଟ ନେଇଥିଲେ। ଏହାସହ ସେ ବର୍ତ୍ତମାନ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ଷଷ୍ଠ ଭାରତୀୟ ପୁରୁଷ ଖେଳାଳି ତଥା ପ୍ରଥମ ଭାରତୀୟ ପେସର ଭାବେ ବୁମରା ଏହି ପୁରସ୍କାର ହାସଲ କରିଛନ୍ତି। ଶେଷଥର ପାଇଁ ୨୦୧୮ରେ ବିରାଟ କୋହଲି ଏହି ପୁରସ୍କାର ହାସଲ କରିଥିଲେ। ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ତାଲିକାରେ ଇଂଲଣ୍ଡର ହ୍ୟାରୀ ବ୍ରୁକ ଓ ଜୋ ରୁଟଙ୍କୁ ପଛରେ ପକାଇଥିଲେ ବୁମରା।

ମହିଳା ଦିନିକିଆରେ ସ୍ମୃତି ମନ୍ଧାନା ଚମତ୍କାର ପ୍ରଦର୍ଶନ କରିଛନ୍ତି। ଦକ୍ଷିଣ ଆଫ୍ରିକାର ଲୌରା ଓଲର୍ଭ୍ଡ, ଅଷ୍ଟ୍ରେଲିଆର ଆନାବେଲ ସଦରଲାଣ୍ଡ ଓ ଶ୍ରୀଲଙ୍କାର ଚମାରି ଅଟ୍ଟାପଟ୍ଟୁଙ୍କୁ ପଛରେ ପକାଇଥିଲେ ମନ୍ଧାନା। ଶେଷ ଥର ପାଇଁ ସେ ୨୦୧୮ରେ ଏହି ପୁରସ୍କାର ହାସଲ କରିଥିବା ବେଳେ ଦ୍ବିତୀୟ ଥର ଏହି କୃତିତ୍ବ ହାସଲ କରିଛନ୍ତି। ୨୦୨୪ରେ ମନ୍ଧାନା ୫୭.୪୬ ଆଭରେଜରେ ସଂଗ୍ରହ କରିଛନ୍ତି ୭୪୭ ରନ।

Advertisment
Jasprit Bumrah ICC Smriti Mandhana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ