• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପୁଣି ହ୍ୱାଇଟ୍ ଜର୍ସିରେ ଜଲୱା ଦେଖାଇବେ ଟିମ୍ ଇଣ୍ତିଆ । ଆଜିଠୁ ଖେଳାଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ । ସେଞ୍ଚୁରିଆନରେ ଦୁଇ ଦିଗଜ୍ ଟିମ୍ ମଧ୍ୟରେ ହେବ କ୍ଲାସିକ୍ ଲଢ଼େଇ । ବିଶ୍ୱକପ୍ ପରେ ଦକ୍ଷିଣ ଆଫ୍ରିକା ସହ ପଡ଼ିଆରେ ଆମ୍ନା ସାମ୍ନା ହେବେ ଦୁଇ ଟିମ୍ । ତେବେ ମ୍ୟାଚ୍‌ରେ ଟସ୍‌ ଜିତି ସାଉଥ୍‌ ଆଫ୍ରିକା ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି । ଆଜି ଯାଏଁ ସାଉଥ୍‌ ଆଫ୍ରିକା ମାଟିରେ ଭାରତ ଗୋଟିଏ ବି ଟେଷ୍ଟ ମ୍ୟାଚ୍‌ ଜିତି ନାହିଁ । ତେବେ ରୋହିତ ଆର୍ମିଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଇତିହାସ ରଚିବା ପାଇଁ ।

ତେବେ ଏହି ମ୍ୟାଚ୍‌ରେ ଜାଡେଜାଙ୍କ ସ୍ଥାନରେ ଅଶ୍ୱିନ୍‌ ଖେଳିବେ । ଜାଡେଜାଙ୍କ ପିଠିରେ ଯନ୍ତ୍ରଣା କାରଣରୁ ସେ ପ୍ଲେଇଙ୍ଗ ଇଲେଭେନ୍‌ରେ ସ୍ଥାନ ପାଇନାହାନ୍ତି । ଅନ୍ୟପକ୍ଷରେ ଆଜି ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଛନ୍ତି ପ୍ରସିଦ୍ଧ କ୍ରିଷ୍ଣା । ତାଙ୍କ ସହ ପେସ ବୋଲିଂର କମାଣ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ସମ୍ଭାଳିବେ । ଅଲରାଉଣ୍ଡରେ ଭାବେ ଶାର୍ଦ୍ଦୁଲ ଠାକୁର ଦଳରେ ରହିଛନ୍ତି । ଚୂଡ଼ାନ୍ତ ଏକାଦଶରେ ଏକମାତ୍ର ସ୍ପିନର ଭାବେ ରବିଚନ୍ଦ୍ର ଅଶ୍ୱିନ ରହିଛନ୍ତି । କେଏଲ ରାହୁଲ ୱିକେଟ କିପିଂ କରିବେ । ଏମାନଙ୍କ ବ୍ୟତୀତ ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ଉପରେ ମଧ୍ୟକ୍ରମର ଦାୟିତ୍ୱ ରହିଛି ।

 

ଟସ୍‌ ଜିତି ସାଉଥ୍‌ ଆଫ୍ରିକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଭାରତ ପକ୍ଷରୁ ପ୍ରଥମେ ଜଏସ୍ୱାଲ୍‌ ଓ ରୋହିତ ଶର୍ମା ଓପନିଂ କରିବାକୁ ଆସିଥିଲେ । କିନ୍ତୁ ପ୍ରଥମରୁ ଟିମ୍‌ ଇଣ୍ତିଆକୁ ବଡ଼ ଝଟକା ମିଳିଛି । କ୍ୟାପଟେନ୍‌ ରୋହିତ ଶର୍ମା ୧୪ ବଲ୍‌ରେ ୫ ରନ୍‌ କରି ଆଉଟ୍‌ ହୋଇଯାଇଛନ୍ତି । ଯଶସ୍ୱୀ ଜଏସ୍ୱାଲ ମଧ୍ୟ ମାତ୍ର ୧୭ ରନ୍‌ କରି ଆଉଟ୍‌ ହୋଇଯାଇଛନ୍ତି ।

ଦୁଇ ଦଳ ମଧ୍ୟରେ ୩୧ ବର୍ଷର ଟେଷ୍ଟ ଇତିହାସରେ ଭାରତ କେବେ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ୍ ସିରିଜ ଜିତିନାହିଁ । ଏହି ୩ ଦଶନ୍ଧି ମଧ୍ୟରେ ଭାରତ ୨୦୧୦-୧୧‌ରେ ଶ୍ରେଷ୍ଠ ସୁଯୋଗ ପାଇଥିଲେ ମଧ୍ୟ ଏହା ୧-୧ରେ ଅମୀମାଂସିତ ରହିଥିଲା ।