କୋହଲିଙ୍କୁ ଚିଡ଼ାଇଲେ କ୍ଷତିରେ ପଡ଼ନ୍ତି ବିପକ୍ଷ ଖେଳାଳି!

ଭାରତୀୟ କ୍ରିକେଟର୍ ବିରାଟ କୋହଲି.. ତାଙ୍କ ରାଗ ବା ଆଗ୍ରେସନ୍‌କୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ତାଙ୍କର ଏହି ଗୁଣ ପାଇଁ ହିଁ ବିପକ୍ଷ ତାଙ୍କୁ ଭୟ କରନ୍ତି ।

Virat Kohli

ଭାରତୀୟ କ୍ରିକେଟର୍ ବିରାଟ କୋହଲି.. ତାଙ୍କ ରାଗ ବା ଆଗ୍ରେସନ୍‌କୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ତାଙ୍କର ଏହି ଗୁଣ ପାଇଁ ହିଁ ବିପକ୍ଷ ତାଙ୍କୁ ଭୟ କରନ୍ତି । ନିଜର ଜିଦ୍‌ଖୋର ମନୋଭାବ ପାଇଁ ସେ ଆଜି ବିଶ୍ୱ ପ୍ରସିଦ୍ଧ । ତେବେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଦେଇଥିବା ମନ୍ତବ୍ୟ ବର୍ତ୍ତମାନ ଚର୍ଚ୍ଚାର ଘେରକୁ ଆସିଛି ।

ଅଷ୍ଟ୍ରେଲିଆ ଅଧିନାୟକ କହିଛନ୍ତି ଯେ, ଅନେକ ଲୋକ ଭାରତୀୟ ବ୍ୟାଟିଂ ମାଏଷ୍ଟ୍ରୋ ବିରାଟ କୋହଲିଙ୍କୁ ବିରକ୍ତ ନକରିବାକୁ କୁହନ୍ତି । ଏହା ହିଁ ତାଙ୍କୁ ବିରକ୍ତ କରାଏ । କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ଭଲ ପାଆନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ୨୫ ଟି ଟେଷ୍ଟ ଖେଳି ସେ ୨୦୪୨ ରନ୍ ସହ ଜବରଦସ୍ତ ରେକର୍ଡ ପ୍ରଦର୍ଶନ କରିଛନ୍ତି।

ଅଧିକ ପଢ଼ନ୍ତୁ: ଗମ୍ଭୀର ପ୍ରଶିକ୍ଷକ ଦାୟିତ୍ୱ ନେବା ପରେ କପିଲ୍ ମନେ ପକାଇଲେ ସେତେବେଳର କଥା

ରେଡ-ବଲ କ୍ରିକେଟରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଭାରତ ତରଫରୁ ପଞ୍ଚମ ସର୍ବାଧିକ ରନ୍ ସଂଗ୍ରହକାରୀ । ବର୍ଷ ବର୍ଷ ଧରି ବିଶ୍ୱ କ୍ରିକେଟ୍‌ର ସବୁଠାରୁ ଭୟଙ୍କର ଦଳ ଭାବେ ପରିଗଣିତ ହୋଇଥିବା ଅଷ୍ଟ୍ରେଲିଆ ପାଇଁ ବିରାଟ ଦିବାସ୍ୱପ୍ନ ପାଲଟିଛନ୍ତି । ଅଷ୍ଟ୍ରେଲୀୟ ଖେଳାଳିଙ୍କର ଗୋଟିଏ ବଦ୍‌ଗୁଣ ରହିଛି । ନିଜ ବିପକ୍ଷ ଦଳରେ ଖେଳୁଥିବା ଖେଳାଳିଙ୍କୁ ସେମାନେ ସ୍ଲେଜିଂ କରନ୍ତି । ଫଳରେ ଖେଳାଳିମାନେ ଯେପରି ମାନସିକ ସ୍ତରରେ ଦୁର୍ବଳ ହୋଇଯିବେ ଓ ଦଳ ବିପକ୍ଷରେ ଖରାପ ପ୍ରଦର୍ଶନ କରିବେ ।

ତେବେ କୋହଲିଙ୍କ ବିପକ୍ଷରେ ଏହି ଫର୍ମୁଲା ଅଷ୍ଟ୍ରେଲିଆ ଲାଗୁ କରେ ନାହିଁ । କାରଣ ଚାପରେ ହିଁ ବିରାଟ ଭଲ ପ୍ରଦର୍ଶନ କରିଥାଆନ୍ତି ଓ ସ୍ଲେଟିଂ ତାଙ୍କୁ ଆହୁରି ଭୟଙ୍କର କରିଥାଏ । ଅପମାନର ଉତ୍ତର ସେ ନିଜ ବ୍ୟାଟ୍ ଦ୍ୱାରା ଦେବାକୁ ହିଁ ପସନ୍ଦ କରିଥାଆନ୍ତି । ଏପରି ସ୍ଥଳେ ଅନେକ ଦଳ ବିରାଟ କୋହଲିଙ୍କୁ ସ୍ଲେଜ୍ କରିବାକୁ ପସନ୍ଦ କରନ୍ତିନାହିଁ ।

କିନ୍ତୁ ଏହାକୁ ଟିମ୍ ନାପସନ୍ଦ କରିଛନ୍ତି । ସେ କହିଛନ୍ତି, କୋହଲି ଚାପରେ ନିହାତି ଭାବେ ଭଲ ଖେଳନ୍ତି । ତେବେ ଆମେ ଚେଷ୍ଟା ହରାଇବା କଥା ନୁହେଁ । ସେ ଖେଳୁଥିବା ବେଳେ ସ୍ଲେଜିଂ କରିବା ଠିକ୍ । ହୁଏତ କେଉଁ ଏକ ମୁହୂର୍ତ୍ତରେ ସେ ନିଜର ଏକାଗ୍ରତା ହରାଇ ପାରନ୍ତି ଓ ଆଉଟ୍ ହେବାର ସୁଯୋଗ ସୃଷ୍ଟି ହୋଇପାରେ ।

ଅଧିକ ପଢ଼ନ୍ତୁ: ରିଲ୍‌ କରି ଫସିଲେ ପୂର୍ବତନ ଭାରତୀୟ କ୍ରିକେଟର୍; ଥାନାରେ ରୁଜୁ ହେଲା ମାମଲା...

ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁମାନେ କୁହନ୍ତି କି ବିରାଟଙ୍କୁ ସ୍ଲେଜିଂ କରିବା ଠିକ୍‌ ନୁହେଁ, ସେମାନଙ୍କ ପାଇଁ ମୋତେ ଅଧିକ ରାଗ ଲାଗେ । ଏପରି କଥା ମୋତେ ଅଧିକ ବିରକ୍ତ କରାଏ ବୋଲି ସେ କହିଛନ୍ତି । କୋହଲି ୨୦୧୮-୧୯ ବେଳେ ଅଷ୍ଟ୍ରେଲିଆରେ ହିଁ ଭାରତକୁ ପ୍ରଥମ ଟେଷ୍ଟ ବିଜୟ ଭେଟି ଦେଇଥିଲେ । ସେତେବେଳେ ଅଷ୍ଟ୍ରେଲିଆର ଅଧିନାୟକ ଟିମ୍ ପେନ୍ ଥିଲେ ।

ତେବେ କୋହଲିଙ୍କ ସହ ଅଷ୍ଟ୍ରେଲୀୟ ଖେଳାଳିଙ୍କ ସ୍ଲେଜିଂର ସମ୍ପର୍କ ବହୁତ୍ ପୁରୁଣା । ୨୦୧୧-୧୨ ଗସ୍ତ ବେଳେ କୋହଲି ଯେତେବେଳେ ଏକ ଟେଷ୍ଟ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିଲେ, ସେତେବେଳେ କିଛି ପ୍ରଶଂସକ ତାଙ୍କୁ ଭୀଷଣ ଚିଡ଼େଇଥିଲେ । ସେତେବେଳେ ଉକ୍ତ ପ୍ରଶଂସକମାନଙ୍କୁ କୋହଲି ଦେଖାଇଥିବା ବ୍ୟବହାରକୁ ସମାଲୋଚନା କରିଯାଇଥିଲା ।

ତେବେ ପରବର୍ତ୍ତୀ ସମୟରେ ସେ ଆଡ଼ିଲେଟ୍‌ରେ ଶତକ ଅର୍ଜ୍ଜନ କରି ନିଜ ବ୍ୟାଟ୍‌ମାଧ୍ୟମରେ ସମସ୍ତଙ୍କୁ ଚୁପ୍ କରାଇ ଦେଇଥିଲେ । ପରେ ପୁଣି ୨୦୧୫-୧୬ ଗସ୍ତରେ ମିଚେଲ ଜନସନଙ୍କ ସମେତ କିଛି ଅଷ୍ଟ୍ରେଲୀୟ ବୋଲରଙ୍କ ଦ୍ୱାରା କୋହଲିଙ୍କୁ ସ୍ଲେଜ୍ କରାଯାଇଥିଲା । କିନ୍ତୁ ଏହା ମଧ୍ୟ ସେମାନଙ୍କ ପାଇଁ ବୁମେରାଂ ହୋଇଥିଲା । କାରଣ ପରବର୍ତ୍ତୀ ସମୟରେ କୋହଲି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୬୯୨ ରନ୍ ସଂଗ୍ରହ କରିଥିଲେ ।