• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପୁଣି ଜଣେ ଭାରତୀୟ କ୍ରିକେଟର୍‌ଙ୍କ ଦିନିକିଆ ମ୍ୟାଚ୍‌ରେ ଦ୍ୱିଶତକ । ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆ ସିରିଜ୍‌ରେ ଭାରତୀୟ ଓପନର ଇଶାନ୍‌ କିଶାନ୍‌ ବିସ୍ଫାରକ ଦ୍ୱିଶତକ ହାସଲ କରିଛନ୍ତି । ୧୨୬ଟି ବଲ୍‌ରୁ ୨୩ ଚୌକା ଓ ୯ ଛକା ଜରିଆରେ ଦ୍ୱିଶତକ ହାସଲ କରିଛନ୍ତି ଇଶାନ । 

 

ଦିନିକିଆରେ ଦ୍ରୁତତମ ଦ୍ୱିଶତକର ରେକର୍ଡ କଲେ ଇଶାନ କିଶନ । ୨୧୦ ରନ କରି ୱିକେଟ୍ ହରାଇଲେ ଇଶାନ । ୧୩୧ଟି ବଲ୍‌ରୁ ୨୪ ଚୌକା ଓ ୧୦ ଛକା ଜରିଆରେ ୨୧୦ ରନ ହାସଲ କରିଛନ୍ତି । କେବଳ ଇଶାନ୍‌ ନୁହଁ, ବିରାଟ କୋହଲି ମଧ୍ୟ ଶତକ ହାସଲ କରିଛନ୍ତି । ୮୮ ବଲ୍‌ରେ ଅପରାଜିତ ୧୧୧ ରନ୍‌ କରି କ୍ରିଜ୍‌ରେ ବ୍ୟାଟିଂ କରୁଛନ୍ତି କୋହଲି । ସେ ମଧ୍ୟ ୧୧ଟି ଚୌକା ଓ ୨ଟି ଛକା ମାରିଛନ୍ତି ।

ଇଶାନ ବ୍ୟାଟିଂ ଆରମ୍ଭରୁ ହିଁ ବୋଲର୍‌ଙ୍କ ଉପରେ ଭାରି ପଡ଼ିଥିଲେ । ପ୍ରଥମେ ୮୬ ବଲ୍‌ରେ ନିଜର ଶତକ ହାସଲ କରିଥିଲେ । ଏହାପରେ ସେ ବାଂଲେଦେଶ ବୋଲର୍‌ଙ୍କ ଉପରେ ଛକା ଚୌକାର ବର୍ଷା କରିଥିଲେ ।

ଭାରତ ପାଇଁ ଦ୍ୱିଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ

ରୋହିତ ଶର୍ମା-୨୬୪

ବିରେନ୍ଦ୍ର ସେହ୍‌ୱାଗ୍‌-୨୧୯

ଇଶାନ୍‌ କିଶନ୍‌-୨୧୦

ରୋହିତ ଶର୍ମା-୨୦୯

ରୋହିତ ଶର୍ମା-୨୦୮*

ସଚିନ୍‌ ତେନ୍ଦୁଲକର-୨୦୦*