Advertisment

Malaika Arora Dating: ଏହି ଷ୍ଟାର କ୍ରିକେଟରଙ୍କୁ ଡେଟ୍ କରୁଛନ୍ତି କି ମଲାଇକା, ଫଟୋ ଭାଇରାଲ ପରେ...

ରବିବାର ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ ଆସାମର ଗୌହାଟୀରେ ଖେଳା ଯାଇଥିଲା। ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ସମୟରେ କୁମାର ସଙ୍ଗାକାରାଙ୍କ ସହ ମଲାଇକାଙ୍କୁ ଦେଖିବାକୁ ମିଳିଥିଲା। ମଲାଇକା ରାଜସ୍ଥାନ ରୟାଲ୍ସର ଜର୍ସି ପିନ୍ଧି ମ୍ୟାଚ୍ ଦେଖୁଥିଲେ। ସେ ମ୍ୟାଚ ଦେଖୁଥିବା ବେଳେ ସଙ୍ଗାକାରା ତାଙ୍କ ପାଖରେ ବସିଥିଲେ।

ଅଦ୍ୟତନ ହୋଇଛି
malaika

malaika

Advertisment

ବଲିଉଡର ଏଭର ଗ୍ରୀନ ମଲାଇକା ଅରୋରାଙ୍କ ଡେଟିଂ ଲାଇଫକୁ ନେଇ ପୁଣି ଥରେ ଚର୍ଚ୍ଚା ଦେଖିବାକୁ ମିଳିଛି। ମଲାଇକା ଜଣେ କ୍ରିକେଟରଙ୍କୁ ଡେଟ କରୁଥିବା ନେଇ ଗୁଜବ ଉଠିଛି। ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର କୁମାର ସଙ୍ଗାକାରାଙ୍କୁ ମଲାଇକା ଡେଟ କରୁଥିବାର ଗୁଜବ ସମ୍ପ୍ରତି ଚର୍ଚ୍ଚାରେ ରହିଛି। ନିକଟରେ ମଲାଇକାଙ୍କୁ ଆଇପିଏଲ୍ ୨୦୨୫ରେ ଦେଖିବାକୁ ମିଳିଥିଲା। ମଲାଇକାଙ୍କ ଭିଡିଓ ଓ ଫଟୋ ସାମ୍ନାକୁ ଆସିବା ପରେ ଏହି ଗୁଜବ ଆରମ୍ଭ ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ: ୨୦୨୬ରେ ଅବସର ନେବେ କି କ୍ୟାପଟେନ କୁଲ୍ ? ବଡ଼ ଘୋଷଣା କଲେ ଧୋନୀ

ରବିବାର ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ ଆସାମର ଗୌହାଟୀରେ ଖେଳା ଯାଇଥିଲା। ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ସମୟରେ କୁମାର ସଙ୍ଗାକାରାଙ୍କ ସହ ମଲାଇକାଙ୍କୁ ଦେଖିବାକୁ ମିଳିଥିଲା। ମଲାଇକା ରାଜସ୍ଥାନ ରୟାଲ୍ସର ଜର୍ସି ପିନ୍ଧି ମ୍ୟାଚ୍ ଦେଖୁଥିଲେ। ସେ ମ୍ୟାଚ ଦେଖୁଥିବା ବେଳେ ସଙ୍ଗାକାରା ତାଙ୍କ ପାଖରେ ବସିଥିଲେ। କୁମାର ସଙ୍ଗାକାରା ପୂର୍ବରୁ ରାଜସ୍ଥାନ ରୟାଲ୍ସ ଟିମର ମୁଖ୍ୟ କୋଚ୍ ଥିଲେ ଏବଂ ବର୍ତ୍ତମାନ ସେ କ୍ରିକେଟ୍ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଉଭୟ ପାଖାପାଖି ବସିଥିଲେ। ଏହି ଦୃଶ୍ୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉଭୟଙ୍କ ଡେଟିଂକୁ ନେଇ ପ୍ରଶ୍ନ ଉଠିଥିଲା।

ଅନେକ ୟୁଜର ଏହାକୁ ମଲାଇକା ଓ ଅର୍ଜୁନ କପୁରଙ୍କ ସହ ବ୍ରେକଅପ୍ ପରେ ନୂଆ ସମ୍ପର୍କର ସଙ୍କେତ ଭାବେ ଦେଖିଥିଲେ। ମଲାଇକା ଏବଂ ଅର୍ଜୁନ ୨୦୧୮ରେ ଡେଟିଂ ଆରମ୍ଭ କରିଥିଲେ ଏବଂ ୨୦୨୪ରେ ସେମାନଙ୍କ ସମ୍ପର୍କ ଶେଷ ହୋଇଥିଲା।ଅର୍ଜୁନ ନିଜେ ସାର୍ବଜନୀନ ଭାବେ କହିଥିଲେ ଯେ ସେ ଏକାକୀ ଅଛନ୍ତି, କିନ୍ତୁ ମଲାଇକା ଏ ବିଷୟରେ ଚୁପ୍ ରହିଛନ୍ତି।

Advertisment

ତେବେ, ମଲାଇକାଙ୍କ ନିକଟସ୍ଥ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଡେଟିଂ ଗୁଜବ ସତ୍ୟ ନୁହେ। କେବଳ ଦୁଇ ଜଣ ପାଖାପାଖି ବସିଥିବାରୁ ସେମାନେ ଡେଟିଂ କରୁଛନ୍ତି ବୋଲି ଭାବିବା ଠିକ୍ ନୁହେ। ଏହା ଏକ କାହାଣୀ। ଅନ୍ୟପକ୍ଷରେ, କୁମାର ସଙ୍ଗାକାରା ତାଙ୍କ ପତ୍ନୀ ଯେହାଲିଙ୍କ ସହ ବିବାହିତ ଜୀବନରେ ସୁଖୀ ଅଛନ୍ତି ଏବଂ ସେମାନଙ୍କର ଦୁଇ ସନ୍ତାନ ରହିଛନ୍ତି। ସୋସିଆଲ ମିଡିଆରେ ଅନେକେ ମଜା ଉଡ଼ାଇଛନ୍ତି ଯେ ମଲାଇକା ରାଜସ୍ଥାନ ରୟାଲ୍ସର "ଫ୍ୟାଶନ କୋଚ୍" ହୋଇପାରନ୍ତି।

ଅଧିକ ପଢ଼ନ୍ତୁ: ଦିଲ୍ଲୀର ରୋମାଞ୍ଚକର ବିଜୟ, ଲକ୍ଷ୍ନୌ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଲେ ଆଶୁତୋଷ ଶର୍ମା

Advertisment
IPL IPL 2025 Rajasthan Royals Malaika Arora
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ