Advertisment

IPL: RCB ଅଧିନାୟକ ପଦ ଛାଡ଼ିବା ନେଇ ବିରାଟଙ୍କ ଘୋଷଣା, ଶେଆର କଲେ ଇମୋସନାଲ୍‌ ଭିଡିଓ

କିଛିଦିନ ପୂର୍ବେ ବିରାଟ କୋହଲି ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବା ନେଇ ଘୋଷଣା କରିଥିବା ବେଳେ ସେପ୍ଟେମ୍ବର ୧୯ ତାରିଖ ରାତିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(Royal Challengers Bangalore) ଟିମ୍‌ର ଅଧିନାୟକ ପଦ ଛାଡ଼ିବା ନେଇ ଘୋଷଣା କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Virat Kohli

Virat Kohli

ନୂଆଦିଲ୍ଲୀ: କିଛିଦିନ ପୂର୍ବେ ବିରାଟ କୋହଲି ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବା ନେଇ ଘୋଷଣା କରିଥିବା ବେଳେ ସେପ୍ଟେମ୍ବର ୧୯ ତାରିଖ ରାତିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(Royal Challengers Bangalore) ଟିମ୍‌ର ଅଧିନାୟକ ପଦ ଛାଡ଼ିବା ନେଇ ଘୋଷଣା କରିଛନ୍ତି। ଏହି ଅବସରରେ ସେ ଏକ ଭିଡିଓ ଶେଆର କରିଛନ୍ତି। IPL ୨୦୨୧ ସରିବା ପରେ ଅଧିନାୟକ ପଦ ଛାଡ଼ିବେ ବୋଲି ବିରାଟ କହିଛନ୍ତି।

Advertisment

ବିରାଟ କହିଛନ୍ତି, RCBର ଅଧିନାୟକ ଭାବେ ଏହା ମୋର ଶେଷ IPL। ଏନେଇ ମ୍ୟାନେଜମେଣ୍ଟ ସହ ଆଲୋଚନା କରି ସାରିଛି। ଗତ କିଛି ବର୍ଷ ହେବ କାର୍ଯ୍ୟଭାର ଅଧିକ ରହୁଛି। ଏସବୁ ସମ୍ଭାଳିବା ଲାଗି ମୁଁ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲି। ମୁଁ ମ୍ୟାନେଜମେଣ୍ଟକୁ ସ୍ପଷ୍ଟ କରିଦେଇଛି ଯେ, ମୁଁ RCB ବ୍ୟତୀତ ଅନ୍ୟ କୌଣସି ଦଳ ପାଇଁ ଖେଳିବାକୁ ମଧ୍ୟ ଚିନ୍ତା କରିପାରିବି ନାହିଁ। ଆଇପିଏଲରେ ମୋର ଶେଷ ମ୍ୟାଚ୍ ପର୍ଯ୍ୟନ୍ତ ମୁଁ RCB ପାଇଁ ଖେଳିବା ଜାରି ରଖିବି।’

Advertisment

RCBକୁ ନେଇ ତାଙ୍କ ଉପରେ ବିଶ୍ୱାସ ରଖିଥିବାରୁ ପ୍ରଶଂସକଙ୍କୁ ବିରାଟ ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ୯ ବର୍ଷ ଧରି RCBର ଅଧିନାୟକତ୍ୱ କରି ଥିବାରୁ ମ୍ୟାନେଜମେଣ୍ଟ, କୋଚ୍ ଏବଂ ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। 

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ବର୍ତ୍ତମାନ ସୁଦ୍ଧା ବିରାଟ RCB ପାଇଁ ୧୯୯ ମ୍ୟାଚ୍‌ ଖେଳି ସାରିଛନ୍ତି। ଆଜି କୋଲକତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ। ୨୦୧୩ରେ ବିରାଟଙ୍କୁ RCBର ଅଧିନାୟକ ଭାବେ ଦାୟିତ୍ୱ ମିଳିଥିଲା। ହେଲେ ଏବେ ସୁଦ୍ଧା ଆରସିବି ଗୋଟିଏ ଥର ମଧ୍ୟ ଆଇପିଏଲ୍‌ ଟାଇଟଲ୍‌ ହାତେଇ ପାରି ନାହିଁ। 

ସୂଚନାଥାଉ କି, କିଛିଦିନ ପୂର୍ବେ ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବା ନେଇ ବିରାଟ କୋହଲି ଘୋଷଣା କରିଥିଲେ। ଆଗାମୀ ବିଶ୍ୱକପ ପରେ ଅଧିନାୟକ ପଦ ଛାଡ଼ିବାକୁ ସେ ଘୋଷଣା କରିଥିଲେ। ଏନେଇ ଟୁଇଟ୍ ଯୋଗେ ସେ ସୂଚନା ଦେଇଥିଲେ। 

Virat Kohli IPL 2021 IPL RCB Royal Challengers Bangalore
Advertisment
Advertisment