Advertisment

ଉଠିଲା ଦିଲ୍ଲୀ, ଖସିଲା ହାଇଦ୍ରାବାଦ: ସନ୍‌ରାଇଜର୍ସକୁ ହରାଇଲା ଦିଲ୍ଲୀ

ମୁମ୍ବାଇର ବ୍ରେବନ୍‌ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
 Delhi Capitals win by 21 runs

Delhi Capitals win by 21 runs

ଆଇପିଏଲ୍‌ ୨୦୨୨(IPL 2022)ର ୫୦ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ(DC Vs SRH) । ଏହି ମ୍ୟାଚ୍‌ଟି ମୁମ୍ବାଇର ବ୍ରେବନ୍‌ ଷ୍ଟାଡିୟମରେ ଖେଳାଯାଇଥିଲା । ଟସ୍‌ ଜିତି ହାଇଦ୍ରାବାଦ ଦିଲ୍ଲୀ ବିପକ୍ଷରେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ।

Advertisment

ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭର୍‌ରେ ୩ ୱିକେଟ ହରାଇ ୨୦୭ ରନ୍‌ କରିଥିଲା । ନିଜର ପୂର୍ବତନ ଟିମ୍‌ ବିରୋଧରେ ଗର୍ଜିଥିଲେ ଡେଭିଡ୍‌ ୱାର୍ଣ୍ଣର । ଗତବର୍ଷ ଖରାପ ଫର୍ମ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ଅଧାରୁ ୱାର୍ଣ୍ଣରଙ୍କୁ ଟିମ୍‌ରୁ ବାହାରେ ବସାଇଥିଲା। ନିଲାମ ବେଳେ ମଧ୍ୟ ହାଇଦ୍ରାବାଦ ୱାର୍ଣ୍ଣରଙ୍କୁ କିଣି ବି ନଥିଲା। ହେଲେ ଏଥର ସେହି ହାଇଦ୍ରାବାଦ ବିପକ୍ଷରେ ସେ ଦମଦାର ବ୍ୟାଟିଂ କରିଛନ୍ତି।

ତାଙ୍କ ସହ ରୋଭମାନ ପୱେଲ ମଧ୍ୟ ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରିବା ସହ ୱାର୍ଣ୍ଣରଙ୍କୁ ଭରପୂର ସହଯୋଗ କରିଥିଲେ। ୱାର୍ଣ୍ଣରଙ୍କ ଅପରାଜିତ ୯୨ ଓ ପୱେଲଙ୍କ ଅପରାଜିତ ୬୭ ରନ୍‌ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୩ ୱିକେଟ ହରାଇ ୨୦୭ ରନ୍‌ କରିଥିଲା । ଫଳରେ ହାଇଦ୍ରାବାଦକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୨୦୮ ରନ୍‌ର ଟାର୍ଗେଟ ମିଳିଥିଲା। ହେଲେ ସନ୍‌ରାଇଜର୍ସ ୮ ୱିକେଟ୍‌ରେ ୧୮୬ ରନ୍‌ କରିପାରିଥିଲା।

Advertisment

ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୨୧ ରନ୍‌ରେ ଦିଲ୍ଲୀ ପରାସ୍ତ କରିଛି। ଦିଲ୍ଲୀ ପକ୍ଷରୁ ଖଲିଦ ଅହମ୍ମଦ ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଥିଲେ। ଏହି ବିଜୟ ସହ ଦିଲ୍ଲୀ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନକୁ ଉଠିଥିବା ବେଳେ ହାଇଦ୍ରାବାଦ ଷଷ୍ଠ ସ୍ଥାନକୁ ଖସି ଆସିଛି। 

ଦିଲ୍ଲୀ ପାଇଁ କାଲି ନୂଆ ଯୋଡ଼ି ୱାର୍ଣ୍ଣର ଓ ମନଦୀପ ସିଂହ ଇନିଂସ ଆରମ୍ଭ କରିଥିଲେ। ହେଲେ ମନଦୀପ ଖାତା ଖୋଲିବା ପୂର୍ବରୁ ପ୍ରଥମ ଓଭର୍‌ରେ ହିଁ ଭୁବନେଶ୍ୱର କୁମାରଙ୍କ ଶିକାର ହୋଇଥିଲେ। ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ମିଚେଲ ମାର୍ଶ କେବଳ ୧୦ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ହାଇଦ୍ରାବାଦ ପାଇଁ ଡେବ୍ୟୁ କରିଥିବା ସେନ ଆବୋଟ୍ଟ ନେଇଥିଲେ।

ଆଜି ଆଇପିଏଲ୍‌ର ୫୧ ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଗୁଜରାଟ ଟାଇଟନ୍ସ

IPL 2022 SRH Vs DC
Advertisment
Advertisment