Advertisment

IPL 2023 Final: କାଲି ଦାଉ ସାଜିଲା ବର୍ଷା, ଆଜି ମୁହାଁମୁହିଁ ହେବେ ଗୁଜରାଟ ଓ ଚେନ୍ନାଇ

ଆଜି ରାତି ୮ଟାରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ ଉପରେ ରହିବ ସାରା ଦେଶର ନଜର ରହିବ । କାହିଁକି ନା ଆଜି ଟ୍ରଫି ପାଇଁ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ।

author-image
Manoranjan Behera
ଅଦ୍ୟତନ ହୋଇଛି
CSK vs GT

CSK vs GT

ଆଇପିଏଲ୍ ଫାଇନାଲରେ ବର୍ଷା ସାଜିଲା ବାଧକ । ତୁହାକୁ ତୁହା ବର୍ଷା ହେବା ଯୋଗୁଁ ମ୍ୟାଚ୍ ରିଜର୍ଭ ଡେକୁ ଘୁଂଚିଛି । ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ।

Advertisment

ବର୍ଷା ଲାଗି ରହିବାରୁ ଗତ କାଲି ମ୍ୟାଚ୍ ଖେଳିବା ସମ୍ଭବ ହୋଇପାରିନଥିଲା । ଏପରିକି ଟସ୍ ମଧ୍ୟ ପଡିପାରିନଥିଲା । ପଏଣ୍ଟ୍ ଟେବୁଲରେ ଗୁଜରାଟ୍ ମୋଟ ୧୪ଟି ମ୍ୟାଚ ଖେଳି ୧୦ଟି ଜିତିଥିବା ବେଳେ ମୋଟ ୨୦ ପଏଣ୍ଟ୍ ହାସଲ କରି ସବା ଉପରେ ରହିଛି । ସେହିପରି ଚେନ୍ନାଇ ସୁପର କିଙ୍ଗସ୍ ମୋଟ୍ ୧୪ଟି ମ୍ୟାଚରୁ ୮ଟିରେ ବିଜୟ ହାସଲ କରି ୧୭ ପଏଣ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଦୁଇ ଦଳର ଫ୍ୟାନମାନେ ଏହି ମ୍ୟାଚ ଦେଖିବାକୁ ଆସିଥିବା ବେଳେ ବର୍ଷା କାରଣରୁ ନିରାଶ ହୋଇଛନ୍ତି।

Advertisment

ଚଳିତ ଆଇପିଏଲର ଦୁଇ ଶକ୍ତିଶାଳୀ ଟିମ୍‌ ଟ୍ରଫି ପାଇଁ ଟକ୍କର କରିବେ। ଯେତେବେଳେ ଆଇପିଏଲର ଚଳିତ ସିଜିନ ଆରମ୍ଭ ହୋଇଥିଲା ସେତେବେଳେ ଚେନ୍ନାଇ ଓ ଗୁଜରାଟ ମୁହାଁମୁହିଁ ହୋଇଥିଲେ। ଏଥିରେ ଗୁଜରାଟ ବିଜୟୀ ହୋଇଥିଲା। ଏବେ ପୁଣି ସମାନ ସ୍ଥିତି। ଏହା ଫାଇନାଲ ମ୍ୟାଚ ହୋଇଥିବାରୁ ଉଭୟ ଦଳ ଉପରେ ଯଥେଷ୍ଟ ଚାପ ରହିବ।

ଏହାପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଭେଟରାନ କ୍ରିକେଟର ଅମ୍ବାତି ରାୟୁଡୁ ଆଇପିଏଲକୁ ଅଲବିଦା କହିଛନ୍ତି। ଆଜିର ଫାଇନାଲ ମ୍ୟାଚ୍‌ ପରେ ତାଙ୍କୁ ଆଉ ଆଇପିଏଲରେ ଦେଖିବାକୁ ମିଳିବ ନାହିଁ। ଆଜି ସେ ଶେଷଥର ପାଇଁ ଆଇପିଏଲ ମ୍ୟାଚ୍‌ ଖେଳିବେ ବୋଲି ରାୟୁଡୁ ନିଜର ଅବସର ଘୋଷଣା ବେଳେ କହିଛନ୍ତି।

Narendra Modi Stadium CSK Gujarat Titans IPL 2023
Advertisment
Advertisment