/odishatv-khabar/media/post_attachments/uploadimage/library/16_9/16_9_0/KKR_vs_SRH_1716713780.jpg)
KKR vs SRH
ଆଜି ସୁପରସଣ୍ତେରେ ସୁପର ମୁକାବିଲା। ସାମ୍ନାସାମ୍ନି ହେବେ ଦୁଇ ହେଭିୱେଟ ଟିମ୍। ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯିବ ଚଳିତ ଆଇପିଏଲ୍ ସିଜନ୍ର ଫାଇନାଲ ମୁକାବିଲା।
ଫାଇନାଲ ମ୍ୟାଚ୍ ସନ୍ଧ୍ୟା ସାଢ଼େ ୭ଟାରେ ଆରମ୍ଭ ହେବ। ଏଥିପାଇଁ ଏକ ରିଜର୍ଭ ଦିନ ଭାବେ ୨୭ ମେ’କୁ ମଧ୍ୟ ରଖାଯାଇଛି। ଗତ ଥର ରିଜର୍ଭ ଦିନରେ ଚାମ୍ପିୟନ ନିଷ୍ପତ୍ତି ନିଆଯାଇଥିଲା। ତେବେ ଚଳିତ ବର୍ଷ ଚେନ୍ନାଇରେ ବର୍ଷା ହେବାର ସମ୍ଭାବନା ନାହିଁ। ଏଭଳି ପରିସ୍ଥିତିରେ କୋଲକାତା ଏବଂ ସନରାଇଜର୍ସ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିବାର ଆଶା ରହିଛି।
ତୃତୀୟ ଥର ପାଇଁ କେକେଆର୍ ବିଜୟୀ ହେବା ଲକ୍ଷ୍ୟ ନେଇ ଆଜି ପଡିଆକୁ ଓହ୍ଲାଇବ। ସେହିପରି କୋଲକାତା ଠାରୁ ପ୍ରତିଶୋଧ ନେବା ଲକ୍ଷ୍ୟ ରଖି ସନ୍ ରାଇଜର୍ସ ହାଇଦ୍ରାବାଦ ଟ୍ରଫି ପାଇଁ ଲଢ଼େଇ କରିବ। ତେବେ ଏହି ଫାଇନାଲ ଫାଇଟ୍ରେ କିଏ ମାରିବ ବାଜି, କିଏ ହେବ ଚାମ୍ପିଅନ୍ ତା' ଉପରେ ସମସ୍ତଙ୍କ ନଜର ରହିଛି।
ହ୍ୟାଟ୍ରିକ୍ ମାରିବା ଲକ୍ଷ୍ୟ ରଖିଥିବା କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ପଏଣ୍ଟ ଟେବୁଲର ଟପ୍ରେ ଅଛି। କ୍ୱାଲିଫାୟର-୧ ମ୍ୟାଚ୍ରେ ସନରାଇସର୍ଜ ହାଇଦ୍ରାବାଦକୁ ହରାଇ କେକେଆର୍ ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଥିଲା। ଅନ୍ୟପଟେ ହାଇଦ୍ରାବାଦ କ୍ୱାଲିଫାୟର-୧ରେ ପରାଜିତ ହେବା ପରେ ଏଲିମିନେଟର୍ ରୂପରେ ପାଇଥିବା ଦ୍ୱିତୀୟ ସୁଯୋଗର ଭରପୂର ଫାଇଦା ଉଠାଇଥିଲା। ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଫାଇନାଲ୍ ଟିକେଟ୍ ଛଡ଼ାଇ ନେଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)