/odishatv-khabar/media/post_attachments/uploadimage/library/16_9/16_9_0/IPL_2023_1702956474.jpg)
IPL 2023
ଆଇପିଏଲ ୨୦୨୪ ପାଇଁ ଆଜି ନିଲାମୀ । ପ୍ରଥମଥର ପାଇଁ ଦୁବାଇରେ ନିଲାମୀ କରିବାର ବ୍ୟବସ୍ଥା କରାଯାଇଛି । ଏଥର ଅନକ୍ୟାପ ଖେଳାଳିଙ୍କ ପାଇଁ ମଧ୍ୟ ଅଧିକ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରିବାକୁ ଯୋଜନା ରଖିଛି ବିସିସିଆଇ । ଏହାଦ୍ବାରା ଭାରତୀୟ ଅନକ୍ୟାପ ଖେଳାଳି ଉପକୃତ ହେବା ନେଇ ଲକ୍ଷ୍ୟ ରଖାଯାଇଛି ।
ପୂର୍ବରୁ ଆଇପିଏଲ ଅନକ୍ୟାପ ଖେଳାଳି ଟିମ ଇଣ୍ଡିଆରେ ସାମିଲ ହେଲେ ଫ୍ରାଞ୍ଚାଇଜମାନେ ପ୍ରଥମେ କେବଳ ମ୍ୟାଚ ଫିସ ହିଁ ଦେଉଥିଲେ । ଏବେ ଯଦି କୌଣସି ଆଇପିଏଲ ଅନକ୍ୟାପ ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି ତେବେ ତାଙ୍କୁ ଅଧିକ ଦରମା ମିଳିବ । ଅର୍ଥାତ ପୂର୍ବରୁ କୌଣସି ଅନକ୍ୟାପ ଖେଳାଳି ଆଇପିଏଲ ବିଡିଂରେ ଯେତିକି ମୂଲ୍ୟରେ କିଣାଯାଇଥିବେ ସେହି ଅନୁସାରେ ହିଁ ତିନି ବର୍ଷ ଯାଏଁ ଦରମା ମିଳୁଥିଲା ।
ଏବେ ନୂଆ ନିୟମ ଅନୁସାରେ ପ୍ରଥମ ବର୍ଷରୁ ଦ୍ବିତୀୟ ବର୍ଷ ମଧ୍ୟରେ ଯଦି କୌଣସି ଅନକ୍ୟାପ ଖେଳାଳି ଟିମ ଇଣ୍ଡିଆ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ ଖେଳନ୍ତି ତେବେ ଆଇପିଏଲରେ ତାଙ୍କୁ ସେହି ଅନୁସାରେ ଦରମା ମିଳିବ । ତିନି ବର୍ଷଯାକ ଏହି ଦରମା ନିୟମିତ ଭାବେ ସମୀକ୍ଷା କରି ବୃଦ୍ଧି କରାଯିବ ।
ଏଥର ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୩୩୩ ସର୍ଟଲିଷ୍ଟେଡ ଖେଳାଳି । ଯେଉଁଥିରେ ୨୧୪ ଜଣ ଭାରତୀୟ ଖେଳାଳି ସାମିଲ ଅଛନ୍ତି । ୩୩୩ ଖେଳାଳିରୁ ୧୧୬ କ୍ୟାପଡ ଓ ୨୧୫ ଅନକ୍ୟାପଡ ଖେଳାଳି ବିଡିଂରେ ସାମିଲ ହୋଇଛନ୍ତି । ସେହିପରି ୧୧୯ ବିଦେଶୀ ଖେଳାଳି ନିଲାମୀ ପ୍ରକ୍ରିୟାରେ ସାମିଲ ଥିବାବେଳେ ଇଂଲଣ୍ଡରୁ ସର୍ବାଧିକ ୨୫ ଖେଳାଳି ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)