ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍-୨୦୨୫ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ମେ’ ୧୬ କିମ୍ବା ୧୭ରେ ପୁଣି ଥରେ ଆଇପିଏଲ ଆରମ୍ଭ ହୋଇପାରେ । ଏଥିପାଇଁ ଖୁବ୍ଶୀଘ୍ର ନୂଆ କ୍ରୀଡାସୂଚୀ ଆସିବ ବୋଲି ସୂଚନା ମିଳିଛି । ତେବେ ପହଲଗାମ୍ ଆତଙ୍କ ହମଲା ପରେ ମେ’ ୭ରେ ପାକିସ୍ତାନରେ ପଶି ଆକ୍ରମଣ କରିଥିଲା ଭାରତ । ଭାରତ-ପାକିସ୍ତାନ ଉତ୍ତେଜନା ପାଇଁ ଆଇପିଏଲକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରହିଥିଲା ।
Also Read
ତେବେ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, IPL ୨୦୨୫ର ବାକି ଥିବା ମ୍ୟାଚ୍ଗୁଡ଼ିକ ଏବେ ୪ଟି ସ୍ଥାନରେ ଖେଳାଯାଇପାରେ । ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ସହିତ ଆରମ୍ଭ ହୋଇପାରେ । ତେବେ ଏହି ମ୍ୟାଚ୍ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବ ବୋଲି ସୂଚନା ମିଳିଛି । ତେବେ ଏନେଇ ବିସିସିଆଇ ସମସ୍ତ ଅଂଶୀଦାରଙ୍କୁ ଏ ବିଷୟରେ ଜଣାଇ ଦେଇଛନ୍ତି । ଅନ୍ୟପଟେ ଆଇପିଏଲର ସମସ୍ତ ଫ୍ରାଞ୍ଚାଇଜ୍ ମଧ୍ୟ ସେମାନଙ୍କ ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କୁ ତୁରନ୍ତ ଆସିବା ପାଇଁ କହିଛନ୍ତି ।
ଅଧିକ ପଢ଼ନ୍ତୁ: IAFର ବଡ଼ ସୂଚନା, ଏବେ ବି ଜାରି ରହିଛି ‘ଅପରେସନ ସିନ୍ଦୂର’
ସେହିପରି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ କ୍ୱାଲିଫାୟର ୧ ଏବଂ ଏଲିମିନେଟର ମ୍ୟାଚ୍ ଅନୁଷ୍ଠିତ ହୋଇପାରେ। କ୍ୱାଲିଫାୟର-୨ ଓ ଫାଇନାଲ୍ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ ଖେଳାଯାଇପାରେ । ତେବେ ଫାଇନାଲ୍ ମ୍ୟାଚ୍ ମେ’ ୩୦ କିମ୍ବା ଜୁନ୍ ୧ରେ ଅନୁଷ୍ଠିତ ହେବାର ସମ୍ଭାବନା ଅଛି । ଯଦି ପାଗ ଖରାପ ରହେ ତେବେ ମ୍ୟାଚ୍ ଗୁଡ଼ିକ କୋଲକାତା ପରିବର୍ତ୍ତେ ଅହମଦାବାଦରେ ଅନୁଷ୍ଠିତ ହୋଇପାରେ ।
ସୂଚନା ଅନୁସାରେ IPLର ଏହି ସିଜିନରେ ଏପର୍ଯ୍ୟନ୍ତ ମୋଟ ୫୭ଟି ମ୍ୟାଚ୍ ଖେଳାସରିଛି । ୫୮ତମ ମ୍ୟାଚ୍ ୮ ମେ’ରେ ଧର୍ମଶାଳାରେ ପଞ୍ଜାବ କିଙ୍ଗ୍ସ (PBKS) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (DC) ମଧ୍ୟରେ ଖେଳାଯାଇଥିଲା । କିନ୍ତୁ ଏହାକୁ ମାତ୍ର ୧୦.୧ ଓଭର ପରେ ବନ୍ଦ କରିବାକୁ ପଡିଥିଲା। ଏହି ମ୍ୟାଚ୍ ପୁଣି ଖେଳାଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ ।