Advertisment

ଆଜିଠୁ ଫଟାଫଟ କ୍ରିକେଟ ଧମାକା; ସାମ୍ନାସାମ୍ନି ହେବେ ବିରାଟ-ଧୋନି

ଆଜିଠୁ ଆଇପିଏଲ୍ ଆରମ୍ଭ ହେଉଥିବା ବେଳେ ଗତକାଲି ଅଚାନକ୍ କ୍ୟାପଟେନ୍ ପଦରୁ ଓହରିଥିଲେ ମହେନ୍ଦ୍ର ସିଂ ଧୋନି। ଆଜି ରାତି ୮ଟାରେ ମ୍ୟାଚ୍ ଆରମ୍ଭ ହେବ।

author-image
Manoranjan Behera
CSK vs RCB

CSK vs RCB

ଆଜିଠୁ ଆରମ୍ଭ ହେବ ଆଇପିଏଲର ୧୭ତମ ସଂସ୍କରଣ। ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁରକିଙ୍ଗସ ସହ ହେବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ମୁକାବିଲା। ଏଥର ପ୍ରଥମଥର ପାଇଁ ରୁତୁରାଜ ଗାଏକୱାର୍ଡଙ୍କ ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଇବ ଚେନ୍ନାଇ ସୁପର କିଙ୍ଗସ।

Advertisment

ଆଜିଠୁ ଆଇପିଏଲ୍ ଆରମ୍ଭ ହେଉଥିବା ବେଳେ ଗତକାଲି ଅଚାନକ୍ କ୍ୟାପଟେନ୍ ପଦରୁ ଓହରିଥିଲେ ମହେନ୍ଦ୍ର ସିଂ ଧୋନି। ଆଜି ରାତି ୮ଟାରେ ମ୍ୟାଚ୍ ଆରମ୍ଭ ହେବ। ତେବେ ଏହାର ୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ସନ୍ଧ୍ୟା ୬ଟାରେ ଆରମ୍ଭ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଉଦଘାଟନୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡର ଅକ୍ଷୟ କୁମାର ଓ ଟାଇଗର ସ୍ରଫ୍। ଏଆର ରେହମାନ ଓ ସିଙ୍ଗର ସୋନୁ ନିଗମ୍ ମଧ୍ୟ ଧମାଲ୍ କରିବେ।

CSK ସମ୍ଭାବ୍ୟ ଚୂଡାନ୍ତ ଏକାଦଶ: ଋତୁରାଜ ଗାଏକ୍ୱାଡ (କ୍ୟାପ୍ଟେନ), ରଚିନ ରବିନ୍ଦ୍ର, ମୋଇନ ଅଲି, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଏମଏସ ଧୋନି (ୱିକେଟ କିପର), ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, ତୁଶାର ଦେଶପାଣ୍ଡେ, ମୁସ୍ତାଫିଜୁର ରେହମାନ, ମହେଶ ଥିକଶାନା

Advertisment

RCB ସମ୍ଭାବ୍ୟ ଚୂଡାନ୍ତ ଏକାଦଶ: ଫାଫ୍ ଡୁ ପ୍ଲେସିସ୍ (କ୍ୟାପ୍ଟେନ), ବିରାଟ କୋହଲି, କ୍ୟାମେରନ୍ ଗ୍ରୀନ୍, ରଜତ ପଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, ମହିପାଲ ଲାମୋର, ଦୀନେଶ କାର୍ତ୍ତିକ (ୱିକେଟ କିପର), ସୁୟାଶ ପ୍ରଭୁଦେସାଇ, ଲୋକି ଫର୍ଗୁସନ୍, ମହମ୍ମଦ ସିରାଜ, କର୍ଣ ଶର୍ମା। 

Cricket CSK Vs RCB
Advertisment
Advertisment