Advertisment

ଚାମ୍ପିୟନ ହେଲା ଚେନ୍ନାଇ, ହେଲେ ମାଲାମାଲ୍‌ ହେଲା ଗୁଜରାଟ...

ଆଇପିଏଲ୍‌ ଫାଇନାଲ୍‌ ମ୍ୟାଚ୍‌ ପରେ ଆୱାର୍ଡ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରେ ଚାମ୍ପିୟନ ଓ ରନର୍‌-ଅପ୍‌ ଟିମ୍‌କୁ ପୁରସ୍କୃତ କରାଯାଇଥିଲା। ଏହାବ୍ୟତୀତ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଆୱାର୍ଡ ମଧ୍ୟ ଦିଆଯାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
IPL 2023

IPL 2023

ଏଥରର ଆଇପିଏଲ ୨୦୨୩(IPL 2023) ଚାମ୍ପିୟନ ହୋଇଛି ଚେନ୍ନାଇ ସୁପର କିଙ୍ଗସ୍‌(Chennai Super Kings)। ଗତକାଲି ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ମାତ୍‌ ଦେଇଛି ଚେନ୍ନାଇା ଫାଇନାଲ ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ଟିମ୍‌ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୪ ରନ୍‌ କରିଥିଲାା

Advertisment

ତେବେ ବର୍ଷା ବାଧକ ସାଜିବା ପରେ DL ମେଥଡ୍ ଅନୁସାରେ, ଚେନ୍ନାଇ ଲାଗି ୧୫ ଓଭରରେ ୧୭୧ ରନ୍‌ର ଟାର୍ଗେଟ ରହିଥିଲାା ପ୍ରତିଟି ଓଭର, ପ୍ରତିଟି ବଲ୍ ଗତକାଲି ନିର୍ଣ୍ଣାୟକ ଥିଲାା ମୋହିତ ଶର୍ମାଙ୍କ ଦୁଇଟି ୱିକେଟ୍ ସମ୍ପୂର୍ଣ୍ଣ ମ୍ୟାଚ୍‌କୁ ଗୁଜରାଟ ପଟକୁ କରି ଦେଇଥିଲାା ଏପରିକି ଧୋନି ଡକ୍ ଆଉଟ୍ ହେବା ପରେ ଚେନ୍ନାଇର ହାର୍ ଏକ ପ୍ରକାର ସୁନିଶ୍ଚିତ ବୋଲି ଆକଳନ କରାଯାଉଥିଲା। କିନ୍ତୁ ରବୀନ୍ଦ୍ର ଜାଡ଼େଜା ସବୁ କିଛି ବଦଳାଇ ଦେଇଥିଲେ।

ଶେଷ ଦୁଇଟି ବଲ୍‌ରେ ବିଜୟର ମୁକୁଟ ପିନ୍ଧାଇଥିଲେ ଜାଡ଼େଜା। ଶେଷ ଦୁଇଟି ବଲ୍‌ରେ ଛକା ଓ ଚୌକା ମାରି ଟିମ୍‌କୁ ପଞ୍ଚମ ଥର ପାଇଁ ଚାମ୍ପିୟନ କରାଇଥିଲେ ଜାଡେଜା। ଫାଇନାଲ୍‌ ମ୍ୟାଚ୍‌ ପରେ ଆୱାର୍ଡ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରେ ଚାମ୍ପିୟନ ଓ ରନର୍‌-ଅପ୍‌ ଟିମ୍‌କୁ ପୁରସ୍କୃତ କରାଯାଇଥିଲା। ଏହାବ୍ୟତୀତ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଆୱାର୍ଡ ମଧ୍ୟ ଦିଆଯାଇଥିଲା। ବିଜେତା ଭାବେ ଚେନ୍ନାଇ ଟିମ୍‌କୁ ୨୦ କୋଟି ଟଙ୍କା ମିଳିଥିବା ବେଳେ ରନର୍‌-ଅପ୍‌ ଟିମ୍‌ ଭାବେ ଗୁଜରାଟକୁ ୧୨.୫୦ କୋଟି ଟଙ୍କା ମିଳିଛି। ସେହିପରି ଗୁଜରାଟ ଟାଇଟନ୍ସର ଖେଳାଳି ଶୁଭମନ୍‌ ଗିଲ୍‌ ଅରେଞ୍ଜ କ୍ୟାପ୍‌ ଓ ମହମ୍ମଦ ସାମି ପର୍ପଲ କ୍ୟାପ୍‌ ଜିତିଛନ୍ତି।

Advertisment

ଆଇପିଏଲ୍‌ ୨୦୨୩ରେ ଟପ୍‌ ୪ ଟିମ୍‌ଙ୍କ ପ୍ରାଇଜ୍‌ ମନି...

  • ବିଜେତା ଟିମ୍‌(ଚେନ୍ନାଇ ସୁପର କିଙ୍ଗସ୍‌)- ୨୦ କୋଟି ଟଙ୍କା
  • ରନର୍‌-ଅପ୍‌-(ଗୁଜରାଟ ଟାଇଟନ୍ସ)- ୧୨.୫୦ କୋଟି ଟଙ୍କା
  • ତୃତୀୟ ନମ୍ବର ଟିମ୍‌(ମୁମ୍ବାଇ ଇଣ୍ଡିଆନ୍ସ)- ୭ କୋଟି ଟଙ୍କା
  • ଚତୁର୍ଥ ନମ୍ବର ଟିମ୍‌(ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌)- ୬.୫ କୋଟି ଟଙ୍କା

ଜାଣନ୍ତୁ, ଆଇପିଏଲ୍‌ ୨୦୨୩ରେ କାହାକୁ ମିଳିଲା କେତେ ଟଙ୍କା...

  • ଚଳିତ ସିଜନ୍‌ରେ ସବୁଠାରୁ ଅଧିକ ୱିକେଟ୍‌(ପର୍ପଲ କ୍ୟାପ୍‌)-ମହମ୍ମଦ ସାମି-୨୮ ୱିକେଟ୍‌(୧୦ ଲକ୍ଷ ଟଙ୍କା)
  • ଚଳିତ ସିଜନ୍‌ରେ ସବୁଠାରୁ ଅଧିକ ରନ୍‌(ଅରେଞ୍ କ୍ୟାପ୍‌)-ଶୁଭମନ୍‌ ଗିଲ୍‌-୮୯୦ ରନ୍‌-(୧୦ ଲକ୍ଷ ଟଙ୍କା)
  • ଏମର୍ଜିଂ ପ୍ଲେୟାର ଅଫ୍‌ ଦ ସିଜନ୍‌- ୟଶସ୍ୱି ଜୟସ୍ୱାଲ(୧୦ ଲକ୍ଷ ଟଙ୍କା)
  • ଇଲେକ୍ଟ୍ରିକ୍‌ ଷ୍ଟ୍ରାଇକର ଅଫ୍‌ ଦ ସିଜନ୍‌- ଗ୍ଲେନ୍‌ ମ୍ୟାକ୍ସୱେଲ୍‌(୧୦ ଲକ୍ଷ ଟଙ୍କା)
  • ଗେମ୍‌ ଚେଞ୍ଜର ଅଫ୍‌ ଦ ସିଜନ୍‌-ଶୁଭମନ୍‌ ଗିଲ୍‌-(୧୦ ଲକ୍ଷ ଟଙ୍କା)
  • ପେଟିଏମ୍‌ ଫେୟାର ପେୟାର ପ୍ଲେ ଆୱାର୍ଡ-ଦିଲ୍ଲୀ କ୍ୟାପିଟାଲ୍ସ
  • କ୍ୟାଚ୍‌ ଅଫ୍‌ ଦ ସିଜନ୍‌-ରଶିଦ୍‌ ଖାନ୍‌-(୧୦ ଲକ୍ଷ ଟଙ୍କା)
  • ମୋଷ୍ଟ valuable ପ୍ଲେୟାର-ଶୁଭମନ୍‌ ଗିଲ୍‌-(୧୦ ଲକ୍ଷ ଟଙ୍କା)
  • ରୁପେ ଅନ୍‌ ଦ ଗୋ-4s ଅଫ୍‌ ଦ ସିଜନ୍‌-ଶୁଭମନ୍‌ ଗିଲ୍‌-(୧୦ ଲକ୍ଷ ଟଙ୍କା)
  • ଲଙ୍ଗେଷ୍ଟ୍‌ ସିକ୍ସ ଅଫ୍‌ ଦ ସିଜନ୍‌- ଫାଫ୍‌ ଡୁ ପ୍ଲେସିସ୍‌-(୧୦ ଲକ୍ଷ ଟଙ୍କା)
  • ପିଚ୍‌ ଆଣ୍ଡ୍‌ ଗ୍ରାଉଣ୍ଡ୍‌ ଆୱାର୍ଡ- ୱାଙ୍ଖଡେ ଷ୍ଟାଡିୟମ ଓ ଇର୍ଡେନ ଗାର୍ଡେନ-(୫୦ ଲକ୍ଷ ଟଙ୍କା)
  • ସିଜନ୍‌ରେ ସବୁଠାରୁ ଅଧିକ ଛକା ମାରିଥିବା- ଫାଫ୍‌ ଡୁ ପ୍ଲେସିସ୍‌-(୧୦ ଲକ୍ଷ ଟଙ୍କା)

ଆଇପିଏଲ୍‌ ୨୦୨୩ ଫାଇନାଲ୍‌ରେ ଆୱାର୍ଡ ଜିତିଥିବା ପ୍ଲେୟାର...

  • ଇଲେକ୍ଟ୍ରିକ୍‌ ଷ୍ଟ୍ରାଇକର୍‌ ଅଫ୍‌ ଦ ମ୍ୟାଚ୍‌-ଅଜିଙ୍କ୍ୟ ରାହାଣେ
  • ଗେମ୍‌ ଚେଞ୍ଜର ଅଫ୍‌ ଦ ମ୍ୟାଚ୍‌- ସାଇ ସୁଦର୍ଶନ
  • ମୋଷ୍ଟ valuable ଆସେଟ୍‌ ଅଫ୍‌ ଦ ମ୍ୟାଚ୍‌- ସାଇ ସୁଦର୍ଶନ
  • ଲଙ୍ଗେଷ୍ଟ୍‌ ସିକ୍ସ ଅଫ୍‌ ଦ ମ୍ୟାଚ୍‌- ସାଇ ସୁଦର୍ଶନ
  • ରୁପେ ଅନ୍‌ ଦ ଗୋ-4s ଅଫ୍‌ ଦ ମ୍ୟାଚ୍‌- ସାଇ ସୁଦର୍ଶନ
  • ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌- ଡେଭୋନ କୋନ୍‌ୱେ
  • ଆକ୍ଟିଭ୍‌ କ୍ୟାଚ୍‌ ଅଫ୍‌ ଦ ମ୍ୟାଚ୍‌- ଏମ୍‌ଏସ୍‌ ଧୋନି

ଆଇପିଏଲ୍‌ ୨୦୨୩ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି...

  • ଶୁଭମନ୍‌ ଗିଲ୍‌(ଗୁଜରାଟ ଟାଇଟନ୍ସ)- ୮୯୦ ରନ୍‌
  • ଫାଫ୍‌ ଡୁ ପ୍ଲେସିସ୍‌(ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର)- ୭୩୦ ରନ୍‌
  • ଡେଭୋନ କୋନ୍‌ୱେ(ଚେନ୍ନାଇ ସୁପର କିଙ୍ଗସ୍‌)- ୬୭୨ ରନ୍‌
  • ବିରାଟ କୋହଲି(ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର)- ୬୩୯ ରନ୍‌
  • ୟଶସ୍ୱି ଜୟସ୍ୱାଲ(ରାଜସ୍ଥାନ ରୟାଲସ୍‌)- ୬୨୫ ରନ୍‌

ଆଇପିଏଲ୍‌ ୨୦୨୩ରେ ସବୁଠାରୁ ଅଧିକ ୱିକେଟ୍‌ ନେଇଥିବା ଖେଳାଳି...

  • ମହମ୍ମଦ ସାମି(ଗୁଜରାଟ ଟାଇଟନ୍ସ)- ୨୮ ୱିକେଟ୍‌
  • ମୋହିତ ଶର୍ମା(ଗୁଜରାଟ ଟାଇଟନ୍ସ)- ୨୭ ୱିକେଟ୍‌
  • ରଶିଦ୍‌ ଖାନ୍‌(ଗୁଜରାଟ ଟାଇଟନ୍ସ)- ୨୭ ୱିକେଟ୍‌
  • ପୀୟୁଷ ଚାୱଲା(ମୁମ୍ବାଇ ଇଣ୍ଡିଆନ୍ସ)- ୨୨ ୱିକେଟ୍‌
  • ୟୁଜଭେନ୍ଦ୍ର ଚହଲ(ରାଜସ୍ଥାନ ରୟାଲସ୍‌)- ୨୧ ୱିକେଟ୍‌
IPL 2023
Advertisment
Advertisment