IPL 2023 Jadeja fumes at Klaasen after bizarre clash denies wicket
ଆଇପିଏଲ୍ ୨୦୨୩(IPL 2023)ରେ ବର୍ତ୍ତମାନ ଯାଏ ଖେଳା ଯାଇଥିବା ମ୍ୟାଚ୍ରେ ରବୀନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ଭଲ ରହିଛି। ଗତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଚେନ୍ନାଇ ସୁପରକିଙ୍ଗସ୍ର ବିଜୟ ହୋଇଥିଲା ଓ ଏଥିରେ ଜାଡେଜାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଅଲ୍ରାଉଣ୍ଡର ଜାଡେଜା ଜବରଦସ୍ତ ବୋଲିଂ କରି ୪ ଓଭରରେ ୨୨ ରନ୍ ଦେଇ ୩ ୱିକେଟ୍ ନେଇଥିଲେ।
ଏହି ପ୍ରଦର୍ଶନ ଯୋଗୁ ଜାଡେଜା ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଥିଲେ। ହେଲେ ଏହି ମ୍ୟାଚ୍ ବେଳେ ପଡ଼ିଆରେ ଏମିତି କିଛି ଘଟିଥିଲା, ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ହାଇଦ୍ରାବାଦ ଟିମ୍ର ବ୍ୟାଟ୍ସମ୍ୟାନ୍ ହେନରିକ୍ କ୍ଲାସନ୍ଙ୍କ ଉପରେ ଜାଡେଜା ରାଗି ଯାଇଥିଲେ। ପରେ ମହେନ୍ଦ୍ର ସିଂ ଧୋନି, ଜାଡେଜାଙ୍କୁ ଶାନ୍ତ କରାଇଥିଲେ।
ଅଧିକ ପଢ଼ନ୍ତୁ: କାହିଁକି ଓ କେବେଠୁ କୋହଲି-ଗାଙ୍ଗୁଲି ସଂପର୍କରେ ଫାଟ ? ଜାଣନ୍ତୁ..
ସନ୍ରାଇଜର୍ସ ହାଇଦ୍ରାବାଦ ବ୍ୟାଟିଂ କରୁଥିବା ବେଳେ ୧୪ ଓଭର ବେଳେ ଜାଡେଜା ଓ ହେନରିକ୍ଙ୍କ ମଧ୍ୟରେ ଧକ୍କା ହୋଇଥିଲା। ଏହି ଓଭରର ପ୍ରଥମ ବଲ୍ରେ ମୟଙ୍କ ଅଗ୍ରୱାଲ୍ଙ୍କୁ ଆଉଟ୍ କରିବା ପାଇଁ ଜାଡେଜାଙ୍କ ପାଖରେ ଏକ ଭଲ ସୁଯୋଗ ଥିଲା। ଜାଡେଜା ଦମ୍ଦାର ବୋଲିଂ କରିଥିବା ବେଳେ ମୟଙ୍କ ଭଲ ସ୍କୋର ନେବା ପାଇଁ ପ୍ରୟାସ କରିଥିଲେ। ହେଲେ ବଲ୍ ବ୍ୟାଟ୍ରେ ବାଜି ସିଧା ଜାଡେଜାଙ୍କ ଆଡ଼କୁ ଯାଇଥିଲା। ଏହି ସମୟରେ ଜାଡେଜା ବଲ୍କୁ କ୍ୟାଚ୍ ଧରିବାକୁ ଯିବାବେଳେ ହଠାତ୍ ହେନରିକ୍ ମଝିରେ ପଶି ଆସିଥିଲେ ଓ ଜାଡେଜାଙ୍କ ସହ ତାଙ୍କର ଧକ୍କା ହୋଇଥିଲା। ଫଳରେ ଜାଡେଜା ବଲ୍କୁ ଧରି ପାରିନଥିଲେ ଓ ତାଙ୍କ ହାତରୁ କ୍ୟାଚ୍ ଖସି ଯାଇଥିଲା।
ହାତରୁ କ୍ୟାଚ୍ ଖସି ଯିବା ପରେ ଜାଡେଜା ରାଗି ଯାଇଥିଲେ ଓ ବୁଲି ବୁଲି ହେନରିକ୍ଙ୍କୁ ଚାହିଁଥିଲେ। ହେଲେ ମୟଙ୍କ ଏହାର ଫାଇଦା ଉଠାଇ ପାରିନଥିଲେ ଓ ୩ ବଲ୍ ପରେ ସେ ଆଉଟ୍ ହୋଇଯାଇଥିଲେ। ଚେନ୍ନାଇ ସୁପର କିଙ୍ଗସ୍ ୧୩୮ ରନ୍ ଲକ୍ଷ୍ୟରେ ୩ ୱିକେଟ୍ ହରାଇ ବିଜୟୀ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1682156795.jpg)