Advertisment

ପ୍ରଥମ ମ୍ୟାଚ୍‌ ପରାଜୟ ପରେ, କିଏ ମାରିବ ବାଜି ? ଲକ୍ଷ୍ନୌକୁ ୨୧୧ ରନ୍‌ର ଟାର୍ଗେଟ ଦେଲା ଚେନ୍ନାଇ

ଚେନ୍ନାଇ ଭଳି ଲକ୍ଷ୍ନୌ ମଧ୍ୟ ତା’ର ପ୍ରଥମ ମ୍ୟାଚ୍‌ ହାରିଥିଲା। ତେଣୁ ଆଜି ଦଳ ୨୧୧ ରନର ଟାର୍ଗେଟକୁ କେମିତି ପିଛା କରୁଛି, ତା’ ଉପରେ ସମସ୍ତଙ୍କ ନଜର। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ପାଇଁ ରବିନ ଉଥାପ୍ପା ବିସ୍ଫୋରକ ଆରମ୍ଭ କରିଥିଲେ।

author-image
Otv Khabar Bureau
CSK vs LSG

CSK vs LSG

ପ୍ରଥମ ମ୍ୟାଚ୍‌ରେ ହାରିଥିବା ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସର ବ୍ୟାଟ୍ସମ୍ୟାନ ମାନେ ଆଜି ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଭେଟରାନ ରବିନ ଉଥାପ୍ପାଙ୍କ ଅର୍ଦ୍ଧଶତକ ଓ ଯୁବ ତାରକା ଶିବମ ଦୁବେଙ୍କ ୪୯ ରନ୍‌ ବଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୨୧୦ ରନ୍‌ କରିଛି। ଫଳରେ କେଏଲ ରାହୁଲଙ୍କ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୨୧୧ ରନ୍‌ର ଟାର୍ଗେଟ ମିଳିଛି।

Advertisment

ଚେନ୍ନାଇ ଭଳି ଲକ୍ଷ୍ନୌ ମଧ୍ୟ ତା’ର ପ୍ରଥମ ମ୍ୟାଚ୍‌ ହାରିଥିଲା। ତେଣୁ ଆଜି ଦଳ ୨୧୧ ରନର ଟାର୍ଗେଟକୁ କେମିତି ପିଛା କରୁଛି, ତା’ ଉପରେ ସମସ୍ତଙ୍କ ନଜର। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ପାଇଁ ରବିନ ଉଥାପ୍ପା ବିସ୍ଫୋରକ ଆରମ୍ଭ କରିଥିଲେ। ମାତ୍ର ୨.୩ ଓଭର୍‌ରେ ସେ ଚେନ୍ନାଇ ପାଇଁ ୨୮ ରନ୍‌ ସଂଗ୍ରହ କରିଥିଲେ। ତେବେ ଏହି ସମୟରେ ୧ ରନ୍‌ କରିଥିବା ଋତୁରାଜ ଗାଏକ୍ୱାଡ ରନଆଉଟ ହୋଇଯାଇଥିଲେ।

ଏହାପରେ ମୋଇନ ଅଲୀଙ୍କ ସହ ମିଶି ଉଥାପ୍ପା ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ମାତ୍ର ୨୭ ବଲରେ ୫୦ ରନ୍‌ର ଇନିଂସ ଖେଳିଥିବା ଉଥାପ୍ପା ୮ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ସେ ୫୦ ରନ୍‌ କରିଥିବା ବେଳେ ରବି ବିଷ୍ଣୋଇଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଯାଇଥିଲେ।

Advertisment

ମୋଇନ ଅଲୀ ମଧ୍ୟ ୩୫ ରନ୍‌ କରି ଆଭେଶ ଖାନଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ୪ର୍ଥ ୱିକେଟ ପାଇଁ ଶିବମ ଦୁବେ ଓ ଅମ୍ବାତି ରାୟୁଡୁ ୬୦ ରନ୍‌ ଯୋଡ଼ି ଦଳୀୟ ସ୍କୋରକୁ ୧୬୬ ରନ୍‌ରେ ପହଞ୍ଚାଇଥିଲେ। ଏହି ସମୟରେ ରାୟୁଡୁ ୨୭ ରନ୍‌ କରି ରବି ବିଷ୍ଣୋଇଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

ଏହାପରେ ନିଜର ଅର୍ଦ୍ଧଶତକ ଆଡକୁ ଯାଉଥିବା ଦୁବେଙ୍କୁ ଆଭେଶ ଖାନ ଆଉଟ କରି ଚେନ୍ନାଇର ରନ ସଂଗ୍ରହ ହାରରେ ବ୍ରେକ ଲଗାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପ୍ରଥମ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ଅଭିଜ୍ଞ ମହେନ୍ଦ୍ର ସିଂହ ନିଜର ପ୍ରଥମ ବଲରେ ହିଁ ଛକା ମାରି ନିଜର ଆକ୍ରମଣାତ୍ମକ ରୂପ ଦେଖାଇଥିଲେ। ସେହି ଓଭର୍‌ରେ ସେ ଆଉ ଗୋଟିଏ ଚୌକା ମଧ୍ୟ ମାରିଥିଲେ।

ଶେଷ ଓଭର୍‌ର ପ୍ରଥମ ବଲରେ ଅଧିନାୟକ ରବୀନ୍ଦ୍ର ଜାଡେଜା(୧୭) ଚୌକା ମାରି ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ। କିନ୍ତୁ ଏହାର ପରବର୍ତ୍ତୀ ବଲରେ ଆଣ୍ଡ୍ର୍ୟୁ ଟାଏ ତାଙ୍କୁ ଆଉଟ କରିଥିଲେ। ପ୍ରେଟୋରିୟସ ମଧ୍ୟ ପ୍ରଥମ ବଲରେ ଟାଏଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଡ୍ୱେନ ବ୍ରାଭୋ ୪ର୍ଥ ବଲରେ ୧ ରନ୍‌ କରି ଧୋନିଙ୍କୁ ଷ୍ଟ୍ରାଇକ ଦେଇଥିଲେ। ଶେଷ ଦୁଇ ବଲରେ ଧୋନି ଗୋଟିଏ ଚୌକା ସହ ୬ ରନ୍‌ ଆଦାୟ କରିବାରୁ ଚେନ୍ନାଇ ୭ ୱିକେଟ ହରାଇ ୨୧୦ ରନ୍‌ କରିବାକୁ ସକ୍ଷମ ହୋଇଛି। ଧୋନି ଶେଷ ଯାଏ ୬ ବଲରେ ୧୬ ରନ୍‌ କରି ଅପରାଜିତ ରହିଥିଲେ।

IPL 2022 CSK Vs LSG
Advertisment
Advertisment