Advertisment

ପ୍ଲେ ଅଫ୍‌ରେ ଏଣ୍ଟ୍ରି ପାଇଁ ଜୋର୍‌ ଲଗାଇବ ପଞ୍ଜାବ କିଙ୍ଗ୍ସ; ଟସ୍‌ ଜିତି ଗୁଜୁରାଟର ବ୍ୟାଟିଂ

ଚଳିତ ଆଇପିଏଲର ୪୮ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗ୍ସ । ପ୍ଲେ ଅଫ୍‌ରେ ଏଣ୍ଟ୍ରି ପାଇଁ ପଞ୍ଜାବ ପାଇଁ ଏହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ।

author-image
Otv Khabar Bureau
GT vs PBKS

GT vs PBKS

ଆଇପିଏଲ୍‌ ୨୦୨୨ ର ୪୮ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଉଛନ୍ତି ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ । ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ଗୁଜୁରାଟ ଟାଇଟନ୍ସ ଥିବା ବେଳେ ୮ନଂ ସ୍ଥାନରେ ରହିଛି ପଞ୍ଜାବ କିଙ୍ଗ୍ସ । ଆଜିର ମ୍ୟାଚ୍‌ଟି ନବି ମୁମ୍ବାଇର ଡି ୱାଇ ପାଟିଲ୍‌ ଷ୍ଟାଡିୟମରେ ହେବାକୁ ଯାଉଛି । ତେବେ ଗୁଜୁରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ତ୍ୟା ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚ୍‌ଟି ପ୍ଲେଅଫ୍‌ରେ ପ୍ରବେଶ ଦୃଷ୍ଟିରୁ ପଞ୍ଜାବ କିଙ୍ଗ୍ସ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି ।

Advertisment

ଗୁଜୁରାଟ ୯ଟି ମ୍ୟାଚ୍‌ରୁ ୮ଟି ରେ ବିଜୟ ହାସଲ କରି ୧୬ ପଏଣ୍ଟ ସହ ଟେବୁଲ୍‌ର ଶୀର୍ଷରେ ରହିଛି । ହେଲେ ପଞ୍ଜାବ ୯ଟି ମ୍ୟାଚ୍‌ରୁ ମାତ୍ର ୪ଟିରେ ଜିତି ପଏଣ୍ଟ ଟେବୁଲର ୮ମ ସ୍ଥାନରେ ରହିଛି। ତେଣୁ ପଞ୍ଜାବକୁ ପ୍ଲେ ଅଫ ଖେଳିବାକୁ ହେଲେ ନିଜର ବଳକା ମ୍ୟାଚଗୁଡ଼ିକୁ ଜିତିବାକୁ ପଡ଼ିବ। ଦଳ ନିଜର ଶେଷ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଠାରୁ ହାରିଥିଲା।

ଆଜି ମ୍ୟାଚ୍‌ରେ ଦୁଇଟି ଟିମ୍‌ର ପ୍ଲେଇଙ୍ଗ ଇଲେଭେନ୍‌

ପଞ୍ଜାବ କିଙ୍ଗ୍ସ: ମୟଙ୍କ ଅଗ୍ରୱାଲ, ଶିଖର ଧୱନ, ଜନ୍ନି ବେୟାରଷ୍ଟୋ, ଭାନୁକା ରାଜପକ୍ଷ, ଲିଆମ ଲିଭିଙ୍ଗଷ୍ଟୋନ, ଜିତେଶ ଶର୍ମା, ଋଶି ଧୱନ, କାଗିସୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂହ ଓ ସନ୍ଦୀପ ଶର୍ମା।

Advertisment

ଗୁଜରାଟ ଟାଇଟନ୍ସ: ରିଦ୍ଧିମାନ ସାହା, ଶୁବମନ ଗିଲ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା, ଡାଭିଡ ମିଲିର, ରାହୁଲ ତେୱାତିଆ, ରଶିଦ ଖାନ, ଅଲଜାରି ଯୋଶେଫ, ପ୍ରଦୀପ ସାଙ୍ଗୱାନ, ଲକି ଫର୍ଗୁସନ ଓ ମହମ୍ମଦ ଶାମି।

IPL 2022 GT Vs PBKS
Advertisment
Advertisment