• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଇପିଏଲ୍‌ ୨୦୨୨ ର ୫୧ ତମ ମ୍ୟାଚ୍‌ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ । ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ଗୁଜୁରାଟ ୧୦ଟି ମ୍ୟାଚ୍‌ରୁ ୮ଟି ରେ ବିଜୟ ହାସଲ କରିଥିବା ବେଳେ ମୁମ୍ବାଇ ଇଣ୍ତିଆନ୍ସ ୯ଟି ମ୍ୟାଚ୍‌ରୁ କେବଳ ଗୋଟିଏ ମ୍ୟାଚ୍‌ ଜିତି ପେଣ୍ଟ ଟେବୁଲ ଶେଷରେ ରହିଛି । ତେବେ ମୁମ୍ବାଇ ପ୍ଲେଅଫ୍‌ରେ ବାଦ ପଡ଼ିଥିବା ବେଳେ ଗୁଜୁରାଟ ନିଜର ପ୍ଲେ ଅଫ୍‌ରେ ନିଜ ସ୍ଥାନ ପକ୍କା କରିବା ପାଇଁ ଆଜି ପଡ଼ିଆକୁ ଓହ୍ଲାଇବ । ଗୁଜୁରାଟ ଟାଇଟନ୍ସ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି ।

ଗୁଜୁରାଟ ଚଳିତ ସିଜିନ୍‌ରେ ଭଲ ପ୍ରଦର୍ଶନ କରୁଥିବା ବେଳେ ପୂର୍ବ ମ୍ୟାଚ୍‌ଟି ପଞ୍ଜାବ କିଙ୍ଗ୍ସ ଠାରୁ ହାରିଯାଇଥିଲା । ସେହିପରି ମୁମ୍ବାଇ ମଧ୍ୟ ପୂର୍ବ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇ ନିଜର ସମ୍ମାନ ରକ୍ଷା କରିଥିଲା । ମୁମ୍ବାଇ କ୍ରମାଗତ ୮ ଟି ମ୍ୟାଚ୍‌ରେ ପରାଜୟ ହାସଲ କରିବା ପରେ ଚଳିତ ସିଜିନ୍‌ରେ ନିଜର ପ୍ରଥମ ବିଜୟ ହାସଲ କରିଛି ।

ଦୁଇଟି ଟିମ୍‌ର ପ୍ଲେଇଙ୍ଗ୍‌ ଇଲେଭେନ୍‌

ମୁମ୍ବାଇ ଇଣ୍ତିଆନ୍ସ : ରୋହିତ ଶର୍ମା, ଇଶାନ କିଶାନ୍‌, ସୂର୍ଯ୍ୟକୁମାର ଯାଦବ, ତିଲକ୍‌ ଭର୍ମା, ଟିମ୍‌ ଡେଭିଡ୍‌, କାଇରନ୍‌ ପୋଲାର୍ଡ, ଡାନିଏଲ୍‌ ସାମ୍ସ, ମୁର୍ଗାନ ଅଶ୍ୱିନ୍‌, କୁମାର କାର୍ତ୍ତିକେୟା, ଜସପ୍ରିତ୍‌ ବୁମ୍ରା, ରିଲେ ମେରିଡିଥ୍‌

ଗୁଜୁରାଟ ଟାଇଟନ୍ସ : ଋଦ୍ଧିମାନ ଶାହା, ଶୁଭମନ ଗିଲ୍‌, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ତ୍ୟା, ଡେଭିଡ୍‌ ମିଲର୍‌, ରାହୁଲ ତେୱତିଆ, ରାସିଦ୍‌ ଖାନ୍‌, ପ୍ରଦିପ ସାଙ୍ଗୱାନ୍‌, ଲକି ଫର୍ଗୁସନ୍‌, ଅଲଜାରି ଜୋସେଫ୍‌, ମହମ୍ମଦ ଶାମି