• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ରୋଭମାନ ପାୱେଲ ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ନିଜ ଧୁମ୍‌ ମଚାଇଚନ୍ତି । ତାଙ୍କ ବ୍ୟାଟ୍‌ରୁ ରନ୍‌ ବର୍ଷା ହେଉଛି । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ପାୱେଲ, ଗୁରୁବାର ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ୨୧ ରନ୍‌ର ସୁନ୍ଦର ବିଜୟ ଦେଇଛନ୍ତି ।

Rovman PowellRovman Powell

ଦିଲ୍ଲୀର ତାରକା ଖେଳାଳି ପାୱେଲ ନିଜର ଦମ୍‌ ଦେଖାଇଛନ୍ତି । ସେ ୩୫ ବଲରେ ୬୭ ରନ୍‌ର ଇନିଂସ ଖେଳିଥିଲେ । ଏହି ସମୟରେ ସେ ୬ଟି ଲମ୍ବା ଛକା ମାରିଥିଲେ । ସେ ଉମ୍ରାନ ମଲିକ ଏବଂ ସିନ୍‌ ଏବାଟ୍‌ଙ୍କ ବଲ୍‌କୁ ନିର୍ଧୁମ ପିଟିଛନ୍ତି । ରୋଭମାନ ପାୱେଲଙ୍କ ଷ୍ଟ୍ରାଇକ୍ ରେଟ୍‌ ୧୯୧.୪୩ ରହିଥିଲା ।

Rovman PowellRovman Powell

୨୮ ବର୍ଷୀୟ ପାୱେଲଙ୍କୁ ମେଗା ନିଲାମିରେ ଦିଲ୍ଲୀ ଫ୍ରାଞ୍ଚାଇଜ୍‌ ୨.୮୦ କୋଟି ଟଙ୍କାରେ କିଣିଥିଲା । ୱେଷ୍ଟଇଣ୍ଡିଜ୍ ଜାମାଇକାରେ ଜନ୍ମଗ୍ରହଣ କରିଥିବା ଏହି ଷ୍ଟାର ଖେଳାଳି ଆଜି ହୁଏତ ବିଳାଶପୂର୍ଣ୍ଣ ଜୀବନ ବିତାଉଛନ୍ତି । କିନ୍ତୁ ତାଙ୍କର ଅତୀତ ଅତ୍ୟନ୍ତ ଦୁଃଖଦାୟକ ଓ ସଂଘର୍ଷ ମୟ । ଯିଏ ବି ତାଙ୍କ କାହାଣୀ ଶୁଣିବ ଆଖିରୁ ଆପେ ଆପେ ଲୁହ ଝରି ଆସିବ ।

Rovman PowellRovman Powell

ରୋଭମନ୍ ଏବଂ ତାଙ୍କ ଭଉଣୀଙ୍କୁ କେବଳ ମାଆ ହିଁ ପାଳିପୋଷି ବଡ଼ କରିଛନ୍ତି । ଯେତେବେଳେ ରୋଭମାନ୍ ମାତୃ ଗର୍ଭରେ ଥିଲେ, ସେତେବେଳେ ବାପା ଗର୍ଭପାତ କରାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ମାଆ ରାଜି ହୋଇନଥିଲେ ଏବଂ ପିଲାଟିକୁ ଆପଣାଇଥିଲେ । ଆଜି ସେହି ପିଲା ମାଆ ଏବଂ ତାଙ୍କ ଦେଶ ପାଇଁ ଗୌରବ ଆଣିଛି ।

ରୋଭମାନ୍ ଏବଂ ତାଙ୍କ ଭଉଣୀଙ୍କୁ ପାଠପଢ଼ା ଖର୍ଚ୍ଚ ଯୋଗାଇବା ପାଇଁ, ମାଆ ଘର ଘର ବୁଲି ଲୋକଙ୍କ ପୋଷାକ ଧୋଉଥିଲେ । ରୋଭମ୍ୟାନ୍ ୱେଷ୍ଟଇଣ୍ଡିଜ୍ ଅନ୍ତର୍ଗତ ଜାମାଇକର ବେନିଷ୍ଟର ଜିଲ୍ଲା ଓଲ୍ଡ ହାର୍ବରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାରରେ ମାଆ ଏବଂ ସାନ ଭଉଣୀ ଥିଲେ ।

Rovman PowellRovman Powell

ନିକଟରେ ୱେଷ୍ଟଇଣ୍ଡିଜ୍‌ର କିମ୍ବଦନ୍ତୀ ଇୟାନ୍ ବିଶପ୍ କହିଥିଲେ, ଯେତେବେଳେ ରୋଭମାନ୍‌ ମାଧ୍ୟମିକ ସ୍କୁଲରେ ପଢ଼ୁଥିଲେ ସେତେବେଳେ ସେ ମାଆଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହି ପ୍ରତିଶ୍ରୁତି ପୂରଣ କରିବା ପାଇଁ ସେ ଆଜି ଲଢ଼ୁଛନ୍ତି । ୨୦୧୯ରେ ରୋଭମାନ୍ ତାଙ୍କ ମାଙ୍କୁ ଏକ କାର୍ ଉପହାର ଦେଇଥିଲେ |