• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଇପିଏଲ୍‌ ୨୦୨୨ ର ୪୯ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । ପଏଣ୍ଟ ଟେବୁଲ୍‌ର ୬ନଂ ସ୍ଥାନରେ ଆର୍‌ସିବି ଥିବା ବେଳେ ୮ନଂ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗ୍ସ । ମ୍ୟାଚ୍‌ଟି ପୁନେର ଏମ୍‌ସିଏ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ । ଏହି ମ୍ୟାଚ୍‌ଟି ପ୍ଲେଅଫ୍‌କୁ ପ୍ରବେଶ ଦୃଷ୍ଟିରୁ ଦୁଇଟି ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥିଲା ।

ତେବେ ଆଇପିଏଲର ୪୯ ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଜୟୀ ହୋଇଛି । ଚେନ୍ନାଇକୁ ୧୩ ରନରେ ହରାଇଛି ବାଙ୍ଗାଲୋର । ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ବାଙ୍ଗାଲୋରକୁ ପ୍ରଥମେ ବ୍ୟାଟିଂ ଛାଡିଥିଲା ଚେନ୍ନାଇ । ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ଓ୍ୱିକେଟ୍ ହରାଇ କରିଥିଲା ।

୧୭୩ ରନ୍ ଜବାବରେ ଚେନ୍ନାଇ ୮ ଓ୍ୱିକେଟ୍ ହରାଇ ନିର୍ଦ୍ଧାରିତ ଓଭରରେ ୧୬୦ ରନ୍ କରିପାରିଥିଲା । ବାଙ୍ଗାଲୋର ପକ୍ଷରୁ ହର୍ଷାଲ ପଟ୍ଟେଲ ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଥିଲେ । ଗତକାଲି ଆଇପିଏଲରେ ୫୦ ତମ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ । 
 

ସୂଚନାଯୋଗ୍ୟ ଚଳିତ ସିଜନ ଆରମ୍ଭରୁ ହିଁ ଧୋନି ଜାଡେଜାଙ୍କୁ ଟିମ୍‌ର କମାଣ ସମ୍ଭାଳିବାକୁ ଦେଇଥିଲେ । କିନ୍ତୁ ଜାଡେଜା ଏନେଇ ଆଦୌଁ ଭଲ ପ୍ରଦର୍ଶନ କରିପାରିନଥିଲେ । ଚେନ୍ନାଇ ବାରମ୍ବାର ମ୍ୟାଚ୍‌ ହାରିବା ପରେ ଜାଡେଜା କ୍ୟାପ୍ଟେନ୍‌ସିପ ଛାଡିଥିଲେ । ଚେନ୍ନାଇର ବାକି ମ୍ୟାଚ୍‌ ଗୁଡ଼ିକରେ ଧୋନି କ୍ୟାପ୍ଟେନସିପ୍‌ କରିବେ ବୋଲି ଟିମ୍‌ର ଅଫିସିଆଲ୍‌ ଟ୍ୱିଟର୍‌ ପେଜ୍‌ରେ ସେୟାର କରିଥିଲା । ଧୋନୀ କ୍ୟାପ୍ଟେନ୍‌ସିପ୍‌ ନେବା ପରେ ଟିମ୍‌ ବିଜୟ ଟ୍ରାକ୍‌ରେ ଫେରିଛି ।