Advertisment

ଧୋନିଙ୍କର ମେମ୍ସକୁ ନେଇ ସୋସିଆଲ୍‌ ମିଡ଼ିଆ ହୁଲ୍‌ସ୍ତୁଲ୍‌; ଫ୍ୟାନ୍ସ କହିଲେ..

ଚଳିତ ଆଇପିଏଲର ଅଧାରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡ଼ିଛନ୍ତି ରବୀନ୍ଦ୍ର ଜାଡେଜା। ଏଥିସହ ଚଳିତ ସିଜିନର ବାକି ମ୍ୟାଚ୍‌ ଗୁଡ଼ିକରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଖେଳିବ ଦଳ।

author-image
Otv Khabar Bureau
Chennai Super Kings

Chennai Super Kings

ଅସମ୍ଭବକୁ ସମ୍ଭବ କରି ଦେଖାଉଥିବା ଏକମାତ୍ର କ୍ୟାପ୍ଟେନ୍‌ ମହେନ୍ଦ୍ର ସିଂହ ଧୋନି ପୁଣିଥରେ ଚେନ୍ନାଇ ସୁପରକିଙ୍ଗ୍ସର ମଙ୍ଗ ଧରିବେ । ଚଳିତ ସିଜନ ଆରମ୍ଭରୁ ହିଁ ଧୋନି ଜାଡେଜାଙ୍କୁ ଟିମ୍‌ର କମାଣ ସମ୍ଭାଳିବାକୁ ଦେଇଥିଲେ । କିନ୍ତୁ ଜାଡେଜା ଏନେଇ ଆଦୌଁ ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ଚେନ୍ନାଇ ବାରମ୍ବାର ମ୍ୟାଚ୍‌ ହାରିବା ସହ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି। ତେବେ ଗତକାଲି ଚେନ୍ନାଇର ବାକି ମ୍ୟାଚ୍‌ ଗୁଡ଼ିକରେ ଧୋନି କ୍ୟାପ୍ଟେନସିପ୍‌ କରିବେ ବୋଲି ଟିମ୍‌ର ଅଫିସିଆଲ୍‌ ଟ୍ୱିଟର୍‌ ପେଜ୍‌ରେ ସେୟାର କରାଯାଇଛି ।

Advertisment

ଜାଡେଜାଙ୍କ ଚଳିତ ସିଜିନ୍‌ରେ ବୋଲିଂ କିମ୍ବା ବ୍ୟାଟିଂରେ ଆଦୌ ଆଶାଜନକ ପ୍ରଦର୍ଶନ କରିପାରି ନାହାନ୍ତି। ଏହି ଖରାପ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସେ ଆଜି ଚେନ୍ନାଇର ଅଧିନାୟକ ପଦ ଛାଡ଼ି ଦେଇଥିବା ଶୁଣିବାକୁ ମିଳିଛି । ଏଥିପାଇଁ ଦଳ ପୁଣି ଥରେ ଧୋନିଙ୍କୁ କ୍ୟାପ୍ଟେନ୍ସି ପଦ ସମ୍ଭାଳିବାକୁ ଅନୁରୋଧ କରିଛନ୍ତି । ଧୋନି ମଧ୍ୟ ସମସ୍ତଙ୍କୁ ସମ୍ମାନ ଜଣାଇ ଆଇପିଏଲ ଅଧାରୁ କ୍ୟାପ୍ଟେନ୍ସି କରିବେ ବୋଲି ରାଜି ହୋଇଛନ୍ତି। ଏ ସମ୍ପର୍କରେ ଆଜି ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ଚେନ୍ନାଇ ଏଯାଏ ୮ଟି ମ୍ୟାଚ୍‌ ଖେଳିଥିବା ବେଳେ ୨ଟିରେ ଜିତିଛି ଓ ୬ଟିରେ ହାରିଛି।

ଚେନ୍ନାଇ ସୁପରକିଙ୍ଗ୍ସର ଏହି ଘୋଷଣା ପରେ ଫ୍ୟାନ୍ସ ମାନେ ଟ୍ୱିଟର୍‌ରେ ଏନେଇ ନାନା ପ୍ରକାର ମେମ୍ସ ସେୟାର କରିଥିବାର ଦେଖିବାକୁ ମିଳିଛି । କେତେକ ଫ୍ୟାନ୍ସ କହୁଛନ୍ତି ଯେ, ‘ଥାଲା ଇଜ୍‌ ବ୍ୟାକ୍‌, ମାହି ଅନ୍‌ ଫାୟାର୍‌’ ତ କେତେକ ଜାଡେଜାଙ୍କ କ୍ୟାପ୍ଟେନ୍‌ସିପ୍‌କୁ ପରିହାସ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଜାଡେଜା କ୍ୟାପ୍ଟେନସିପ୍‌ ଛାଡିଲେ ନା ତାଙ୍କୁ ବାହାର କରାଗଲା ଏନେଇ ଫ୍ୟାନ୍ସ ପ୍ରଶ୍ନ ଉଠାଇଛନ୍ତି ।

Advertisment


— Angshuman (@angshumorous) April 30, 2022


— Mahi (@difficultoneto) May 1, 2022

ବର୍ତ୍ତମାନ ଦଳ ବିପର୍ଯୟ ସ୍ଥିତିରେ ଥିବା ବେଳେ ଧୋନିଙ୍କ କ୍ୟାପ୍ଟେନସିପ୍‌ରେ ଟିମ୍‌ କେତେ ଆଗକୁ ଯିବ, ତା’ଉପରେ ସମସ୍ତଙ୍କ ନଜର ରହିଛି । ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ୪ ଥର ଆଇପିଏଲ ଟ୍ରଫି ଜିତିଛି। ୨୦୨୦ରେ ଧୋନି ନେତୃତ୍ୱରେ ଚେନ୍ନାଇ ଆଇପିଏଲ ଖେଳିଥିଲେ ମଧ୍ୟ ପ୍ଲେ ଅଫକୁ ଯାଇ ପାରିନଥିଲା। ଏହି ସମୟରେ ଧୋନି ସମସ୍ତଙ୍କୁ ଦଳ ଜବରଦସ୍ତ କମବ୍ୟାକ କରିବ ବୋଲି କହିଥିଲେ। ସତକୁ ସତ ୨୦୨୧ରେ ଚେନ୍ନାଇ ଆଇପିଏଲ ଟ୍ରଫି ଜିତିଥିଲା।

ଚଳିତ ସିଜିନ ପୂର୍ବରୁ ହଠାତ୍‌ ଧୋନି ଅଧିନାୟକ ପଦ ଛାଡ଼ିବା ସହ ଜାଡେଜାଙ୍କୁ ଚେନ୍ନାଇ କମାଣ ଧରାଇଥିଲେ। ହେଲେ ସେ ଆଦୌ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ଏଯାଏ ସେ ୯୨ଟି ବଲ୍‌ରେ ୧୧୨ ରନ୍‌ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ୍‌ ୧୨୧.୭ ରହିଛି। ସେହିପରି ୮ଟି ମ୍ୟାଚ୍‌ରେ ସେ କେବଳ ୫ଟି ୱିକେଟ ନେଇପାରିଛନ୍ତି। ତାଙ୍କ ଖେଳ ଦିନକୁ ଦିନ ଖରାପ ହେଉଥିବାରୁ ସେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।

Chennai Super Kings IPL 2022
Advertisment
Advertisment