/odishatv-khabar/media/post_attachments/uploadimage/library/16_9/16_9_0/ipl_2021_1632668451.jpg)
ipl 2021
ନୂଆଦିଲ୍ଲୀ: ଆଜି ଆଇପିଏଲ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସକୁ ୨ ଉଇକେଟରେ ହରାଇଛି ଚେନ୍ନାଇ ସୁପର୍ କିଙ୍ଗ୍ସ। ଆବୁ ଧାବିରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସର ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୭୧ ରନ କରିଥିଲା । ଜବାବରେ ଚେନ୍ନାଇ ସୁପର୍ କିଙ୍ଗ୍ସ ଧୂଆଁଧାର ବ୍ୟାଟିଂ କରି ୮ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା।
ଚେନ୍ନାଇ ସୁପର୍ କିଙ୍ଗ୍ସ ପକ୍ଷରୁ ଫାପ୍ ଡୁପ୍ଲେସିସ୍ ୩୦ଟି ବଲ୍ରୁ ୪୩ ରନ କରିଥିବା ବେଳେ ଋତୁରାଜ୍ ଗାଇକ୍ୱାଡ୍ ୪୦ ଓ ମୋଇନ୍ ଅଲି ୩୨ ରନ କରିଥିଲେ। ଏହି ବିଜୟ ସହ ଚେନ୍ନାଇ ସୁପର୍ କିଙ୍ଗ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ରହି ପ୍ଲେ ଅଫର ନିକଟତର ହୋଇଛି। ଅନ୍ୟପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି।
Also Read
ପ୍ରଥମେ ବ୍ୟାଟିଂ କରି ନାଇଟ୍ ରାଇଡର୍ସ୍ ପାୱାର ପ୍ଲେ ରେ ୫୦ ରନ୍ କରିଥିଲା। କ୍ରମାଗତ ଭାବେ ୱିକେଟ୍ ପଡିବାରୁ ୧୭୧ ରନ୍ରେ ସିମିତ ହୋଇଥିଲା ନାଇଟ୍ ରାଇଡର୍ସ୍। ୧୭୧ ରନ୍ର ପିଛା କରି ସୁପର୍ କିଙ୍ଗ୍ସ ୨୦ ଓଭରରେ ୧୭୨ ରନ୍ କରି ୨ ପଏଣ୍ଟ ହାସଲ କରିଥିଲା। କୋଲକାତା ନାଇଟ୍ ରାଇଡର୍ସ ୧୦ ଟି ମ୍ୟାଚ୍ରୁ ମାତ୍ର ୪ ଟି ମ୍ୟାଚ୍ରେ ବିଜୟ ହାସଲ କରିପାରିଛି। ତେବେ ପ୍ଲେ ଅଫ୍ରେ ଜାଗା ସ୍ଥିର କରିବାକୁ ହେଲେ ଆଗାମୀ ସମସ୍ତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ଜିତିବାକୁ ପଡିବ। ଆଜି ମୁମ୍ବାଇ ଇଣ୍ତିଆନ୍ସ୍ ଅବଂ ରୟାଲ୍ ଚ୍ୟାଲେଞ୍ଜର ମଧ୍ୟରେ ସଂଧ୍ୟା ୭ ଟା ରେ ମୁକାବିଲା ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)