• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚାଲିଛି ରୋମାଞ୍ଚକର ହକି ଖେଳ । ଖେଳ ଦେଖିବାକୁ ପଡ଼ଇାରେ ଦର୍ଶକଙ୍କ ଖଚାଖଚ ଭିଡ଼ । କେଉଠି ଫରୱାର୍ଡ ଖେଳାଳି ଗୋଲ୍ ପୋଷ୍ଟ ଉପରେ ଆଟାକ୍ କରୁଛନ୍ତି ତ ଆଉ କେଉଁଠି ଗୋଲ୍ କିପର ବଲ ରୋକିବା ଉପରେ କରୁଛି ଫୋକସ୍ । ତେବେ ଶିକ୍ଷା ଓ ନିଯୁକ୍ତି ସହ କ୍ରୀଡ଼ାରେ ମଧ୍ୟ ମହିଳାମାନେ କୌଣସି ଗୁଣରେ କମ୍ ନୁହଁନ୍ତି । ଖାସ କରି କ୍ରୀଡ଼ା କ୍ଷେତ୍ରରେ ସମାନତାର ବାର୍ତ୍ତା ନେଇ ସୁନ୍ଦରଗଡ଼ରେ ଆୟୋଜିତ ହୋଇଛି ଏକ ନିଆରା ହକି ମ୍ୟାଚ୍ । ଯେଉଁଠି ଉଭୟ ପୁରୁଷ ଓ ମହିଳା ଖେଳାଳି ଏକାଠି ଖେଳୁଥିବାର ଦେଖିବାକୁ ମିଳିଛି । ମ୍ୟାଚ୍‌ରେ ପୁରୁଷ ଖେଳାଳିମାନଙ୍କ ସହ ତାଳ ଦେଇ ମହିଳା ପ୍ଲେୟାର ବି ନିଜ ଟିମ୍‌କୁ ଜିତାଇବା ପାଇଁ ଦମଦାର୍ ଖେଳ ପ୍ରଦର୍ଶନ କରୁଛନ୍ତି ।

ନିଜ ଦଳକୁ ଜିତାଇବା ପାଇଁ ଖେଳାଳିଙ୍କ ମଧ୍ୟରେ ଚାଲିଛି କଡା ଟକ୍କର । ହେଲେ ଏହି ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ ଥିଲେ ଉଭୟ ଦଳଙ୍କ ଖେଳାଳି । ଟିମ୍‌ରେ ଖେଳୁଛନ୍ତି ଉଭୟ ମହିଳା ଓ ପୁରୁଷ ଖେଳାଳି । ସୁନ୍ଦରଗଡ଼ ଜିଲ୍ଲାରେ ହକି ଖେଳକୁ ନେଇ ସବୁବେଳେ ଉତ୍କଣ୍ଠା ଥିବାବେଳେ ସବଡେଗା ବ୍ଲକ ଗାଇବିରା ଗାଁରେ ଆୟୋଜିତ ଏହି ହକି ମ୍ୟାଚର ଦୃଶ୍ୟ ଏକଦମ୍ ନିଆରା । ଉଭୟ ମହିଳା ଓ ପୁରୁଷ ଖେଳାଳି ନିଜ ଟିମ୍‌କୁ ଜିତାଇବା ପାଇଁ ଦମଦାର ପ୍ରଦର୍ଶନ କରୁଛନ୍ତି । ଖେଳରେ ଲିଙ୍ଗଗତ ପ୍ରଭେଦ ଦୂର କରିବା ପାଇଁ ଏଭଳି ଏକ ନିଆରା ହକି ମ୍ୟାଚ ଆୟୋଜନ ହୋଇଥିବା କହିଛନ୍ତି ଆୟୋଜକ । ତେବେ ଏଭଳି ଏକ ନିଆରା ମ୍ୟାଚ ଖେଳି ଖେଳାଳି ବି ବେଶ୍ ଉତ୍ସାହିତ ।

ବର୍ତ୍ତମାନ ସମୟ ବଦଳିଛି । ବଦଳିଛି ଲୋକଙ୍କ ଚିନ୍ତାଧାରା । ହେଲେ ଏବେବି ବିଭିନ୍ନ କ୍ଷେତ୍ରରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଲିଙ୍ଗଗତ ପ୍ରଭେଦ ପ୍ରଶ୍ନ ହୋଇ ଉଠେ । ତେଣୁ ଜିଲ୍ଲାର କିଛି ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଆୟୋଜିତ ଏହି ମ୍ୟାଚ ଲୋକଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ସୃଷ୍ଟି କରିଛି । ଆଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ପୁରୁଷ ଓ ମହିଳା ଖେଳାଳିଙ୍କୁ ନେଇ ଏଭଳି ମିଳିତ ହକି ମ୍ୟାଚ୍ କରିବାକୁ ଲକ୍ଷ୍ୟ ରଖିଥିବା କହଛନ୍ତି ଆୟୋଜକ ।

ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ମହିଳାମାନଙ୍କୁ ଖେଳ ପ୍ରତି ଉତ୍ସାହିତ କରିବାକୁ ସରକାର ପ୍ରୟାସ ଚଳାଇଛନ୍ତି । ଏହାରି ଭିତରେ ସୁନ୍ଦରଗଡ଼ ସବଡେଗାରେ ଆୟୋଜିତ ଏହି ମ୍ୟାଚ୍ ମହିଳାମାନଙ୍କୁ ଖେଳ ପ୍ରତି ଆକୃଷ୍ଟ କରିବ ବୋଲି କୁହାଯାଉଛି ।