shootout
ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପ୍ରୋ ଲିଗର ଦ୍ବିତୀୟ ଦିନରେ ଭାରତୀୟ ମହିଳା ଦଳ ଅଳ୍ପକେ ପରାଜିତ ହୋଇଛି। ମ୍ୟାଚ ନିର୍ଦ୍ଧାରିତ ସମୟରେ ୨-୨ରେ ରହିଥିଲା। ଫଳରେ ପେନାଲ୍ଟି ଶୁଟ ଆଉଟର ସାହାରା ନିଆଯାଇଥିଲା। ପେନାଲ୍ଟି ଶୁଟ ଆଉଟର ପ୍ରଥମ ଥର ମ୍ୟାଚ ୩-୩ରେ ରହିଥିଲା। ଦ୍ବିତୀୟ ଥରର ଶୁଟ ଆଉଟ ବା ସଡନ ଡେଥରେ ଭାରତ ୨-୧ରେ ହାରିଥିଲା। ଗତକାଲି ଭାରତୀୟ ମହିଳା ଇଂଲଣ୍ଡକୁ ୩-୨ରେ ପରାସ୍ତ କରିଥିଲେ।
ଅଧିକ ପଢ଼ନ୍ତୁ: ପାର୍ଟନରଙ୍କୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର
ରବିବାର ଭାରତ ପକ୍ଷରୁ ନବନୀତ କୌର ଓ ରୁତୁଜା ଦାଦାସାଓ ପିସାଲ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଅନ୍ୟ ପକ୍ଷରେ ଇଂଲଣ୍ଡ ପକ୍ଷରୁ ପେଜ ଗିଲଟ ଓ ଟେସା ହାୱାର୍ଡ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ରବିବାର ଉଭୟ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ତେବେ ପ୍ରଥମ ୨ କ୍ବାର୍ଟର ଗୋଲ ଶୂନ୍ୟ ରହିଥିଲା। ଭାରତୀୟ ଖେଳାଳି ମାନେ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ। ଦ୍ବିତୀୟ କ୍ବାର୍ଟରରେ ଭାରତ ୩ଟି କର୍ନର ପାଇଥିଲେ ମଧ୍ୟ ସ୍କୋର କରି ପାରି ନ ଥିଲା। ଦ୍ବିତୀୟ କ୍ବାର୍ଟରରେ ନବନୀତ କୌର ଓ ରୁତୁଜା ଦାଦାସାଓ ପିସାଲଙ୍କୁ ଗ୍ରୀନ କାର୍ଡ ମିଳିବା କାରଣରୁ ୫ ମିନିଟରୁ ଅଧିକ ସମୟ ଭାରତ ୯ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା। ଅନ୍ୟ ପକ୍ଷରେ ମ୍ୟାଚର ୪୦ ତମ ମିନିଟରେ ଇଂଲଣ୍ଡ ପକ୍ଷରୁ ପେଜ ଗିଲଟ ପ୍ରଥମ ଗୋଲ ସ୍କୋର କରିଥିଲେ। ତୃତୀୟ କ୍ବାର୍ଟରରେ ଆଉ ଗୋଲ ହୋଇ ନ ଥିବା ବେଳେ ଭାରତ ୦-୧ରେ ପଛୁଆ ରହିଥିଲା।
ଚତୁର୍ଥ କ୍ବାର୍ଟରରେ ଭାରତ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ ନବନୀତ କୌର। ଇଂଲଣ୍ଡ ଡି ଏରିଆ ମଧ୍ୟରେ ଲାଲରେମସିଆମିଙ୍କୁ ଫାଉଲ କରାଯିବା ପରେ ଭାରତକୁ ଏକ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା। ୫୩ ତମ ମିନିଟିରେ ନବନୀତ ସ୍କୋର କରିବର ସହ ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ହେଲେ ଏହାର ୩ ମିନିଟ ମଧ୍ୟରେ ଟେସା ହାୱାର୍ଡ ଗୋଲ ସ୍କୋର କରିବା ସହିତ ଇଂଲଣ୍ଡକୁ ଆଗୁଆ କରିଥିଲେ। ପେନାଲ୍ଟି କର୍ନରରୁ ଟେସା ଏହି ଗୋଲ ଦେଇଥିଲେ।
ଏହାର ଗୋଟିଏ ମିନିଟ ମଧ୍ୟରେ ଭାରତ ପକ୍ଷରୁ ଜବରଦସ୍ତ କାଉଣ୍ଟର ଆଟାକ କରାଯାଇଥିଲା। ସୁନେଲିତା ଟୋପ୍ପୋ ଏକ ଜବରଦସ୍ତ ରନ ଜରିଆରେ ପ୍ରତିପକ୍ଷ ମିଡ ଫିଲ୍ଡରଙ୍କୁ ଚକମା ଦେଇଥିଲେ। ଡି ମଧ୍ୟରେ ଥିବା ରୁତୁଜାଙ୍କୁ ପାସ ମିଳିଥିବା ବେଳେ ଅନ୍ତର୍ଜାତୀୟ ପଦାର୍ପଣକାରୀ ପ୍ରଥମ ଗୋଲ ସ୍କୋର କରିଥିଲେ। ମ୍ୟାଚ ୨-୨ରେ ରହିଥିବା ବେଳେ ପେନାଲ୍ଟି ଶୁଟଆଉଟରେ ମ୍ୟାଚର ଫଳାଫଳ ମିଳିଥିଲା। ଭାରତୀୟ ଗୋଲ କିପର ସବିତା ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ଦଳ ଅଳ୍ପକେ ହାରି ୧ ପଏଣ୍ଟରେ ସନ୍ତୁଷ୍ଟ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/shootout_1739720647.jpg)