Advertisment

ୱେଷ୍ଟଇଣ୍ତିଜ୍‌ ଗସ୍ତ ପାଇଁ ଟିମ୍‌ ଘୋଷଣା, ଶିଖର ଧାୱନ କ୍ୟାପ୍ଟେନ୍‌

ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ବୁଧବାର ଘୋଷଣା ହୋଇଛି ଟିମ୍ ଇଣ୍ଡିଆ। ତେବେ କେବଳ ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଟିମ୍ ଘୋଷଣା କରାଯାଇଛି। ଶିଖର ଧୱନଙ୍କୁ ଅଧିନାୟକ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ଉପ-ଅଧିନାୟକ କରାଯାଇଛି।

author-image
Otv Khabar Bureau
undefined

Sikhar Dhawan

ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ODI ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି । ଓପନର୍‌ ଶିଖର ଧାୱନଙ୍କୁ କ୍ୟାପଟେନସିପ୍‌ ଦାୟିତ୍ୱ ଦିଆଯାଇଛି । ରବୀନ୍ଦ୍ର ଜାଡେଜାଙ୍କୁ ଉପଅଧିନାୟକ ଭାବେ ଚୟନ କରାଯାଇଛି । ରୁତୁରାଜ ଗାଏକ୍ୱାଡ, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଶ୍ରେୟସ ଆୟର, ଇଶାନ କିଶାନ, ସଞ୍ଜୁ ସାମସନ, ଶାର୍ଦ୍ଦୁଳ ଠାବୁର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅଭେସ ଖାନ୍, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ ଟିମ୍‌ରେ ଜାଗା ପାଇଛନ୍ତି ।

Advertisment

ରୋହିତ ଶର୍ମା, ବିରାଟ କୋହଲି, କେ ଏଲ୍ ରାହୁଲ, ଋଷଭ ପନ୍ତ ଓ ଯଶପ୍ରୀତ ବୁମ୍ରାଙ୍କୁ ଟିମ୍‌ରେ ନିଆଯାଇନାହିଁ । ସେମାନଙ୍କୁ ବିଶ୍ରାମ ଦିଆଯାଇଛି। ଏବେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତରେ ଅଛି। ସେଠାରେ ଟି-ଟ୍ୱେଣ୍ଟି ଓ ଦିନିକିଆ ସିରିଜ୍ ଶେଷ ହେବା ପରେ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବ। ୱେଷ୍ଟଇଣ୍ଡିଜ୍‌ରେ ଟିମ୍ ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଓ ୫ଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଖେଳିବ। ଦିନିକିଆ ସିରିଜ୍ ପାଇଁ ଆଜି ଦଳ ଘୋଷଣା କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଦଳ ଘୋଷଣା କରାଯିବ।

ଜୁଲାଇ ୨୨, ୨୪ ଓ ୨୭ ତାରିଖରେ ଦିନିକିଆ ମ୍ୟାଚ୍ ଗୁଡ଼ିକ ଖେଳା ଯିବ। ଜୁଲାଇ ୨୯ରୁ ଟି-ଟ୍ୱେଣ୍ଟି ସିରିଜ୍ ଆରମ୍ଭ ହେବ। ୨୯ରେ ସିରିଜର ପ୍ରଥମ ମ୍ୟାଚ୍ ଖେଳା ଯିବାକୁ ଥିବା ବେଳେ ଅଗଷ୍ଟରେ ୧ ତାରିଖରେ ଦ୍ୱିତୀୟ, ୨ରେ ତୃତୀୟ, ୬ରେ ଚତୁର୍ଥ ଓ ୭ ତାରିଖରେ ପଞ୍ଚମ ମ୍ୟାଚ୍ ଖେଳାଯିବ।

Advertisment
Cricket IND Vs WI Team Announcement
Advertisment
Advertisment