Advertisment

Divorced Cricketer: ପାର୍ଟନରଙ୍କୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର

ଭାରତୀୟ କ୍ରିକେଟ ଦଳର ତାରକା ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ଡିଭୋର୍ସ ଖବର ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ଉଭୟଙ୍କ ନିକଟତର ବ୍ୟକ୍ତିଙ୍କ ଅନୁଯାୟୀ ଉଭୟ ଅଲଗା ହେବାକୁ ଯାଉଥିବା ବେଳେ କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି।

ଅଦ୍ୟତନ ହୋଇଛି
divorced cricketers

divorced cricketers

Advertisment

ଭାରତୀୟ କ୍ରିକେଟ ଦଳର ତାରକା ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ଡିଭୋର୍ସ ଖବର ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ଉଭୟଙ୍କ ନିକଟତର ବ୍ୟକ୍ତିଙ୍କ ଅନୁଯାୟୀ ଉଭୟ ଅଲଗା ହେବାକୁ ଯାଉଥିବା ବେଳେ କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି। ଉଭୟଙ୍କ ଡିଭୋର୍ସର କାରଣ ଜଣା ପଡି ନଥିଲେ ମଧ୍ୟ ସେମାନେ ଅଲଗା ହେଉଥିବା ସ୍ପଷ୍ଟ ହୋଇଛି। ଡିଭୋର୍ସ ନେଇଥିବା ଖେଳାଳିଙ୍କ ମଧ୍ୟରେ ଚହଲ ସାମିଲ ହେବାକୁ ଯାଉଥିବା ବେଳେ ଡିଭୋର୍ସ ନେଇ ସାରିଥିବା ଅନ୍ୟ ଖେଳାଳିଙ୍କ ଉପରେ ଏକ ନଜର।

Advertisment

ଶିଖର ଧାୱନ-ଆୟେଶା ମୁଖାର୍ଜୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନିଙ୍ଗ ବ୍ୟାଟର ଶିଖର ଧାୱନ ଓ ଆୟେଶା ମୁଖାର୍ଜୀ ଡିଭୋର୍ସ ପରେ ଅଲଗା ରହୁଛନ୍ତି। ୨୦୧୩ରେ ଆୟେଶା ଓ ଶିଖର ଧାୱନ ବିବାହ କରିଥିଲେ। ୧୦ ବର୍ଷ ଏକତ୍ର ରହିବା ପରେ ୨୦୨୩ରେ ଉଭୟଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା। ଶିଖର ଧାୱନ ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶୀଙ୍କୁ ଡେଟ କରୁଥିବା ନେଇ ଚର୍ଚ୍ଚା ହେଉଛି।

ଦୀନେଶ କାର୍ତ୍ତିକ-ନିକିତା ବଞ୍ଜାରା: ଭାରତୀୟ କ୍ରିକେଟ ଦଳର ପୂର୍ବତନ ୱିକେଟ କିପର ବ୍ୟାଟର ଦୀନେଶ କାର୍ତ୍ତିକ ନିଜ ପିଲାଦିନର ସାଙ୍ଗ ନିକିତାଙ୍କୁ ୨୦୦୭ରେ ବିବାହ କରିଥିଲେ। ତେବେ କାର୍ତ୍ତିକଙ୍କ ତାମିଲନାଡୁ ଟିମମେଟ ମୁରଲୀ ବିଜୟଙ୍କ ସହିତ ପରକୀୟା ପ୍ରୀତି ରଖିଥିଲେ ନିକିତା। ୨୦୧୨ରେ ଉଭୟଙ୍କ ଡିଭୋର୍ସ ହୋଇଥିବା ବେଳେ କାର୍ତ୍ତିକ ସ୍କ୍ବାଶ ଖେଳାଳି ଦୀପିକା ପଲିକଲଙ୍କୁ ବିବାହ କରିଥିଲେ।

Advertisment

ହାର୍ଦ୍ଦିକ ପାଣ୍ଡ୍ୟା-ନତାଶା ଷ୍ଟାଙ୍କୋଭିକ: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାଙ୍କୋଭିକ ୩୧ ମେ ୨୦୨୦ରେ ରାଜସ୍ଥାନର ଉଦୟପୁରରେ ହାତକୁ ଦି ହାତ ହୋଇଥିଲେ। ତେବେ ୪ ବର୍ଷର ବ୍ୟବଧାନ ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଉଭୟଙ୍କର ଅଗସ୍ତ୍ୟ ନାମକ ପୁଅ ଥିବା ବେଳେ ମିଳିତ ଭାବେ ପାଳନ କରୁଛନ୍ତି।

ମହମ୍ମଦ ଆଝାରୁଦ୍ଦିନ-ନୁରିନ-ସଙ୍ଗୀତା ବିଜଲାନୀ: ଭାରତୀୟ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ ୩ ଥର ବିବାହ କରିଥିଲେ। ୧୯୮୭ରେ ନୁରିନଙ୍କୁ ବିବାହ କରିଥିବା ବେଳେ ୧୯୯୬ରେ ତାଙ୍କର ଡିଭୋର୍ସ ହୋଇଥିଲା। ସମାନ ବର୍ଷରେ ଅଭିନେତ୍ରୀ ସଙ୍ଗୀତା ବିଜଲାନିଙ୍କୁ ବିବାହ କରିଥିଲେ ମଧ୍ୟ ଏହି ସମ୍ପର୍କ ମଧ୍ୟ ତିଷ୍ଠି ନ ଥିଲା। ତେବେ ବ୍ୟାଡମିଣ୍ଟନ ଖେଳାଳି ଜ୍ବାଲା ଗୁଟ୍ଟାଙ୍କ ସହ ଆଫେୟାର ଚର୍ଚ୍ଚାକୁ ନେଇ ସଙ୍ଗୀତା ଡିଭୋର୍ସ ଦେଇଥିଲେ। ସଙ୍ଗୀତାଙ୍କ ସହ ଡିଭୋର୍ସ ପରେ ୨୦୧୭ରେ ମେରୀ ତଲୱାରଙ୍କୁ ତୃତୀୟ ଥର ବିବାହ କରିଥିଲେ ଆଝାରୁଦ୍ଦିନ।

Advertisment

ଅଧିକ ପଢନ୍ତୁ:ଘୋଷଣା ହେଲା ଖେଳରତ୍ନ ପୁରସ୍କାର; ତାଲିକାରେ ଅଛନ୍ତି ଏହି ୪ ଖେଳାଳି

ୟୋଗରାଜ ସିଂ-ଶବନମ କୌର: ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ପିତା ୟୋଗରାଜ ସିଂ ୨ ଥର ବିବାହ କରିଛନ୍ତି। ପ୍ରଥମେ ଶବନମଙ୍କୁ ବିବାହ କରିଥିବା ବେଳେ ଯୁବରାଜ ଓ ଯୋରାବର ଜନ୍ମ ନେଇଥିଲେ। ପରେ ସତବୀର କୌରଙ୍କୁ ବିବାହ କରି ଭିକ୍ଟର ଓ ଅମରଜିତ କୌରଙ୍କୁ ବିବାହ କରିଥିଲେ।

ମହମ୍ମଦ ଶାମି-ହସିନ ଜହାଁ: ଭାରତୀୟ ସ୍ପିଡଷ୍ଟର ମହମ୍ମଦ ଶାମି ମଡେଲ ହସିନ ଜହାଁଙ୍କୁ ବିବାହ କରିଥିଲେ। ୨୦୧୪ରେ ହୋଇଥିବା ବିବାହ ୨୦୧୮ ଯାଏ ଚାଲି ନଥିଲା। ହସିନ ପ୍ରଥମେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ।

ଅଧିକ ପଢନ୍ତୁ:ବର୍ଡର-ଗାଭାସ୍କର ଟ୍ରଫି ପରେ ଟେଷ୍ଟରୁ ଅବସର ନେବେ କି ରୋହିତ ଶର୍ମା

Mohammed Shami Hardik Pandya Cricket Divorce Yuzvendra Chahal Dhanashree Verma Sikhar Dhawan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ