/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667885745.jpg)
Rohit Sharma
ବିଶ୍ୱକପ ସେମିଫାଇନାଲ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା । ଆଡିଲେଡରେ ପ୍ରାକ୍ଟିସ ବେଳେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି । ରୋହିତଙ୍କ ହାତରେ ବଲ ବାଜିବାରୁ ସେ ପ୍ରାକ୍ଟିସ ବନ୍ଦ କରିଛନ୍ତି । ହାତରେ ଆଇସ ପେକ୍ ଦେବା ପରେ ଫିଜିଓ ତାଙ୍କର ଚିକିତ୍ସା କରିଥିଲେ ।
Advertisment
କିଛି ସମୟ ପରେ ସେ ପୁଣି ପ୍ରାକ୍ଟିସ ଲାଗି ଫେରିଛନ୍ତି । ଚଳିତ ବିଶ୍ୱକପରେ ଅଧିନାୟକ ରୋହିତ ଶର୍ମା ବେଶ କିଛି ଭଲ ପ୍ରଦର୍ଶନ କରିନାହାନ୍ତି । ଭାରତ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ ଖେଳିବାକୁ ଥିବା ବେଳେ ରୋହିତ ପ୍ରାକ୍ଟିସ ସେସନରେ ଝାଳ ବୁହାଉଛନ୍ତି ।
ସେପଟେ ପୁରା ଭାରତୀୟ ଦଳକୁ କୋଚ ରାହୁଲ ଦ୍ରାଭିଡ୍ ଟିପ୍ସ ଦେଉଥିବା ଦେଖିବାକୁ ମିଳିଥିଲା । ଗତକାଲି ସିଡନୀରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ । ସେହପରି ଆସନ୍ତା ୧୦ ତାରିଖରେ ଆଡିଲେଡରେ ଇଂଲଣ୍ଡ ସହ ଭାରତର ମୁକାବିଲା ହେବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)