Advertisment

India Won: ରୋହିତ ଶର୍ମାଙ୍କ ଶତକ, ବୃହତ ବିଜୟ ସହ ସିରିଜ ଜିତିଲା ଭାରତ

ବାରବାଟୀରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚକୁ ୪ ଉଇକେଟରେ ଜିତିବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ନେଇଛି ଭାରତ। ସିରିଜର ଅନ୍ତିମ ମ୍ୟାଚ ବାକି ଥିଲେ ମଧ୍ୟ ଭାରତ ୨-୦ରେ ବିଜୟୀ ହୋଇଛି। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଫର୍ମକୁ ଫେରିବା ସହ ଦମଦାର ଶତକ ହାସଲ କରିଥିଲେ।

barabati

barabati

Advertisment

ବାରବାଟୀରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚକୁ ୪ ଉଇକେଟରେ ଜିତିବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ନେଇଛି ଭାରତ। ସିରିଜର ଅନ୍ତିମ ମ୍ୟାଚ ବାକି ଥିଲେ ମଧ୍ୟ ଭାରତ ୨-୦ରେ ବିଜୟୀ ହୋଇଛି। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଫର୍ମକୁ ଫେରିବା ସହ ଦମଦାର ଶତକ ହାସଲ କରିଥିଲେ। ୯୦ ବଲ ଖେଳିଥିବା ରୋହିତ ୧୨ ଚୌକା ଓ ୭ ଛକା ମାରି ଭାରତ ବିଜୟରେ ମୁଖ୍ୟ ନାୟକ ସାଜିଥିଲେ।

Advertisment

୩୦୫ ରନର ପିଛା କରୁଥିବା ଭାରତ ୪୪.୩ ଓଭରରେ ୬ ଉଇକେଟ ହରାଇ ବିଜୟ ହାସଲ କରି ନେଇଥିଲେ। ରୋହିତ ଶର୍ମାଙ୍କ ବ୍ୟତୀତ ଶୁବମନ ଗିଲ୬୦ ରନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରେୟସ ଆୟର ୪୪ ଓ ଅକ୍ଷର ପଟେଲ ଅପରାଜିତ ୪୧ ରନ କରିଥିଲେ। ରବୀନ୍ଦ୍ର ଜାଡେଜା ୧୧ ଓ ଅକ୍ଷର ପଟେଲ ଅପରାଜିତ ରହି ଭାରତକୁ ଫିନିଶ ଲାଇନ ପାର କରାଇଥିଲେ। ଇଂଲଣ୍ଡ ପକ୍ଷରୁ ଜେମି ଓଭରଟନ ୨, ଲିଆମ ଲିଭିଙ୍ଗଷ୍ଟୋନ, ଆଦିଲ ରଶିଦ ଓ ଗସ ଆଟକିନସନ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ଅଧିକ ପଢ଼ନ୍ତୁ: ଫେଲ ମାରିଲା ଫ୍ଲଡ ଲାଇଟ, ପ୍ୟାଭିଲିୟନକୁ ଫେରିଲେ ଉଭୟ ଦଳର ଖେଳାଳି 

ପୂର୍ବରୁ ଟସ ଜିତି ବ୍ୟାଟିଂ କରିଥିବା ଇଂଲଣ୍ଡ ୪୯.୪ ଓଭରରେ ୩୦୪ ରନରେ ଅଲଆଉଟ ହୋଇଥିଲା। ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରିଥିବା ବେଳେ ଫିଲିପ ସଲ୍ଟ(୨୬) ଓ ବେନ ଡକେଟ(୬୫) ପ୍ରଥମ ୱିକେଟରେ ୮୧ ରନ ଯୋଡିଥିଲେ। ୬୫ ବଲରେ ଉଭୟ ୮୧ ରନ ଯୋଡିଥିବା ବେଳେ ସଲ୍ଟଙ୍କୁ ଆଉଟ କରି ଏହି ଯୋଡି ଭାଙ୍ଗିଥିଲେ ଡେବ୍ୟୁଟାଣ୍ଟ ବରୁଣ ଚକ୍ରବର୍ତ୍ତୀ।

Advertisment

ପ୍ରଥମ ୱିକେଟ ପତନର ଠିକ ୫ ଓଭର ପରେ ରବୀନ୍ଦ୍ର ଜାଡେଜାଙ୍କ ବଲରେ ଆଉଟ ହୋଇଥିଲେ ବେନ ଡକେଟ। ଡକେଟ ୫୬ ବଲ ଖେଳି ୧୦ ଚୌକା ସହ ୬୫ ରନ ସ୍କୋର କରିଥିଲେ। ଜୋ ରୁଟ ଇଂଲଣ୍ଡ ଇନିଂସର ଟପ ସ୍କୋରର ରହିଥିବା ବେଳେ ୬୯ ରନ କରିଥିଲେ। ୭୨ ବଲ ଖେଳି ରୁଟ ୬ ଚୌକା ମାରିଥିଲେ। ପରବର୍ତ୍ତୀ ବ୍ୟାଟରଙ୍କ ମଧ୍ୟରେ ସମସ୍ତେ ଭଲ ଆରମ୍ଭ ପାଇଥିଲେ ମଧ୍ୟ ବଡ ସ୍କୋର କରି ପାରି ନ ଥିଲେ।

ହ୍ୟାରୀ ବ୍ରୁକ ୩୧, ଅଧିନାୟକ ଜୋସ ବଟଲର ୩୪ ଓ ଲିଆମ ଲିଭିଙ୍ଗଷ୍ଟୋନ ୪୧ ରନ ସ୍କୋର କରିଥିଲେ। ଏକଦା ଇଂଲଣ୍ଡ ୩୪୦ ରୁ ଅଧିକ ରନ କରିବାର ଆଶା କରାଯାଉଥିଲା। ତେବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦଳ ଦିଗହରା ହୋଇ ଯାଇଥିଲା। ଜେମି ଓଭରଟନ ୬ ଓଗସ ଆଟକିନସନ ୩ ରନ କରି ଆଉଟ ହୋଇଥିଲେ। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସଫଳ ବୋଲର ଭାବରେ ୩ ଉଇକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହମ୍ମଦ ଶାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ଫେଲ ମାରିଲା ଫ୍ଲଡ ଲାଇଟ, ପ୍ୟାଭିଲିୟନକୁ ଫେରିଲେ ଉଭୟ ଦଳର ଖେଳାଳି 

India Barabati Stadium
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ