• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଅଢେଇ ବର୍ଷ ପରେ ପୁଣି ବାରବାଟୀରେ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ । ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ସିରିଜର ଦ୍ୱିତୀୟ ଟି-୨୦କୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଅପରାହ୍ଣ ୩ଟାରେ ଷ୍ଟାଡିୟମ୍ ଗେଟ୍ ଖୋଲିବ ।

ତେବେ ପଡିଆ ଭିତରକୁ ଯିବାକୁ ହେଲେ ଦର୍ଶକଙ୍କ ପାଇଁ ଅନେକ କଟକଣା ଲଗାଯାଇଛି । ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନିଜ ନିଜ ଗେଟ୍ ଦେଇ ଭିତରକୁ ଯିବେ ଦର୍ଶକ । ସାଙ୍ଗରେ କେବଳ ମୋବାଇଲ୍ , ଚଷମା, ଟିକେଟ୍ , ମାସ୍କ ନେଇପାରିବେ । ପାଣି ବୋତଲ, ହେଲମେଟ୍, ଖୁଚୁରା ପଇସା ଏବଂ ଖାଇବା ପ୍ୟାକେଟ୍ ନେବା ମନା । ବ୍ୟାଗ୍, ଲାଠି, ଲାଇଟର ଏବଂ ଦିଆସିଲି ବକ୍ସ ନେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ସେପଟେ ବାରବାଟୀ ମୁକାବିଲା ପାଇଁ ମୁତୟନ ହେବେ ୬୨ ପ୍ଲାଟୁନ ଫୋର୍ସ । ୩ ଡିସିପି, ୭ ଅତିରିକ୍ତ ଡିସିପି, ୩୨ ଜଣ ACP, ୪୫ ଜଣ ଇନ୍ସପେକ୍ଟର ଏବଂ ୨୭୦ ଜଣ SI ରାଙ୍କ୍ର ଅଧିକାରୀ ମୁତୟନ ହେବେ । ଏଥିସହ ୧୧୩ ଜଣ ଟ୍ରାଫିକ ପୋଲିସ, ୪୩ ଜଣ ମହିଳା କନଷ୍ଟେବଲ୍ ଏବଂ ୧୭୦ ଜଣ ହୋମଗାର୍ଡ ମଧ୍ୟ ରହିବେ ।

ମ୍ୟାଚ୍ ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗାଡ଼ି ପାର୍କିଂ ପାଇଁ ବାଲିଯାତ୍ରା ପଡ଼ଇାରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରୁ ହାରିବା ପରେ ବାରବାଟୀରୁ ବିଜୟ ଧାରାକୁ ଫେରିବାକୁ ଚାହୁଁଛି ଟିମ୍ ଇଣ୍ଡିଆ । ସାଉଥ୍ ଆଫ୍ରିକା ବି ବିଜୟ ଅଭିଯାନକୁ ଜାରି ରଖିବା ପ୍ରୟାସରେ ରହିବ । ତେଣୁ ବାରବାଟୀରେ ଦୁଇ ଦଳ ଭିତରେ ଦମ୍ଦାର ଟକ୍କର ନେଇ ଆଶାବାଦୀ କ୍ରିକେଟ୍ ପ୍ରେମୀ । ସେପଟେ ମହାଲଢ଼େଇ ପୂର୍ବରୁ ଗତକାଲି ବାରବାଟୀ ଯାଇ ମୈଦାନ୍‌ରେ ଜୋର୍‌ଦାର ନେଟ୍ ପ୍ରାକ୍ଟିସ କରିଥିଲେ ଦୁଇ ଦଳ ।