/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654062704.jpg)
Online Ticket
ବାରବାଟୀ ଟି-20 ପାଇଁ ଆଜି ଠାରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି । ପେଟିଏମ୍କୁ ଟିକେଟ ବିକ୍ରି ପାଇଁ ଓସିଏ ପକ୍ଷରୁ ଦାୟିତ୍ୱ ଦିଆଯାଇଛି ।ସକାଳ ୧୧ଟାରୁ ଆରମ୍ଭ ହୋଇଛି ଅନଲାଇନରେ ଟିକେଟ ବିକ୍ରି । ମୋଟ ୫ ହଜାର ଟିକେଟ ଅନଲାଇନରେ ବିକ୍ରି କରାଯିବ । ଗ୍ୟାଲେରୀ ନମ୍ବର ୨,୪,୭ , ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ଟିକେଟ ବିକ୍ରି କରାଯିବ ।
Advertisment
ପେଟିଏମ୍ ଆପ୍ଲିକେସନ ନଚେତ ପେଟିଏମ୍ ଅନଲାଇନ ସାଇଟକୁ ଯାଇ ଟିକେଟ ବୁକିଙ୍ଗ କରିହେବବ । ନିଜର ଆଇଡ଼ି ପ୍ରୁଫ, ଫୋନ ନମ୍ବର ଏବଂ ଇମେଲ ଆଇଡ଼ି ଦେଇ ଟିକେଟ ବୁକ କରିବେ । ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ ବୁକିଙ୍ଗ କରିପାରିବେ । ଏଥିସହ ୯ ତାରିଖ ରୁ ବାରବାଟୀ ଷ୍ଟାଡିୟମର ଟିକେଟ କାଉଣ୍ଟରରେ ଅଫଲାଇନ ଟିକେଟ ବିକ୍ରି ହେବ । ଜୁନ ୧୨ ତାରିଖରେ ଖେଳାଯିବ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-20 ମ୍ୟାଚ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)