WCL
ଭାରତ-ପାକିସ୍ତାନ ଲିଜେଣ୍ଡସ୍ ଲିଗ୍ ମ୍ୟାଚ୍ ବାତିଲ୍ । ମ୍ୟାଚ୍ ବାତିଲ୍ ନେଇ ଆୟୋଜକଙ୍କ ପକ୍ଷରୁ ଘୋଷଣା ହୋଇଛି । ଭାରତୀୟ ଖେଳାଳି ମ୍ୟାଚ୍ରୁ ଓହରିବା ପରେ ଆୟୋଜକ ମ୍ୟାଚ ରଦ୍ଦ ଘୋଷଣା କରିଛନ୍ତି । ପ୍ରେସ୍ ରିଲିଜ୍ ଜାରି କରି ଆୟୋଜକଙ୍କ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି ।
ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ ଲିଜେଣ୍ଡସ ୨୦୨୫ ଜୁଲାଇ ୧୮ରୁ ଆରମ୍ଭ ହୋଇଛି । ହେଲେ ଖେଳ ହେବା ଆଗରୁ ଭାରତ-ପାକ ମ୍ୟାଚ୍ ବାତିଲ ହୋଇଯାଇଛି । ମ୍ୟାଚଟି ଇଂଲଣ୍ଡର ବର୍ମିଂହାମରେ ହେବାର ଥିଲା । ଭାରତ ଚାମ୍ପିଅନ୍ସ ଏବଂ ପାକିସ୍ତାନ ଚାମ୍ପିଅନ୍ସ ମଧ୍ୟରେ ମ୍ୟାଚ ବାତିଲ ନେଇ ଆୟୋଜକଙ୍କ ପକ୍ଷରୁ ପ୍ରେସ ରିଲିଜ ମାଧ୍ୟମରେ ଘୋଷଣା କରାଯାଇଛି ।
ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଟିମ୍ ଇଣ୍ଡିଆ, ଅଷ୍ଟ୍ରେଲିଆ, ପାକିସ୍ତାନ, ଇଂଲଣ୍ଡ ,ସାଉଥ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ଭାଗ ନେଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଅନେକ ଷ୍ଟାର ଖେଳାଳି ନଜର ଆସିବେ ।
ଏପ୍ରିଲ ୨୦୨୫ରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା ପହଲଗାମରେ ଆକ୍ରମଣ ହୋଇଥିଲା । ଏହା ସହ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ରାଜନୈତିକ ଉତ୍ତେଜନା ମ୍ୟାଚ ବାତିଲ ପଛର ପ୍ରମୁଖ କାରଣ । ତେବେ ଭାରତୀୟ ଦଳ ଏହା ପରେ ଜୁଲାଇ ୨୨ରେ ଦକ୍ଷିଣ ଆଫ୍ରିକା ଚାମ୍ପିଅନ୍ସ ବିରୁଦ୍ଧରେ ତାଙ୍କର ପରବର୍ତ୍ତୀ ମ୍ୟାଚ ଖେଳିବ।
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ଇଣ୍ଡିଆ ଲିଜେଣ୍ଡସ୍ ଟିମ୍ ଡବ୍ଲୁସିଏଲ୍ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଓହରି ଯାଇଛି । ହରଭଜନ ସିଂ, ଇରଫାନ ପଠାନ, ଧୱନ ପ୍ରମୁଖ ପହଲଗାମ୍ ଆକ୍ରମଣର ପ୍ରତିବାଦ ସ୍ୱରୂପ ମ୍ୟାଚ୍ ଖେଳିବାକୁ ମନା କରିଛନ୍ତି । ଡବ୍ଲୁସିଏଲ୍ରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ କ୍ରେଜ ଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/WCL_1753013826.jpg)