• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଏସିଆ କପ୍‌ରେ ଭାରତ-ପାକିସ୍ତାନ ମୁକାବିଲା । ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଭାରତର ଚୂଡ଼ାନ୍ତ ଏକାଦଶ- ରୋହିତ ଶର୍ମା, ଶୁବମନ ଗିଲ୍‌, ଇଶାନ କିଷନ, ବିରାଟ କୋହଲି, ଶ୍ରେୟାସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ ରହିଛନ୍ତି ।

ବର୍ତ୍ତମାନ ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶୁବମନ ଗିଲ୍‌ ବ୍ୟାଟିଂ କରୁଛନ୍ତି । ଏବେ ସୁଦ୍ଧା ଭାରତ  ୫ ଓଭରରେ ୧୫ ରନ୍‌ ସଂଗ୍ରହ କରିଛି । ହେଲେ ବର୍ଷା ହେବା କାରଣରୁ ଖେଳ ସ୍ଥଗିତ ରହିଛି । 

କାଣ୍ଡିରେ ଏହି ହାଇଭୋଲଟେଜ୍ ମ୍ୟାଚ ଖେଳାଯାଉଛି। ପାକିସ୍ତାନ ବୋଲିଂ ବନାମ ଇଣ୍ଡିଆର ବ୍ୟାଟିଂ । ୨୦୧୯ ପରଠୁ ୱାନ ଡେ କ୍ରିକେଟରେ ପୁଣି ଥରେ ଦୁଇ ଦଳ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଣ୍ଡିଆ-ପାକିସ୍ତାନ ମଧ୍ୟରେ ଚାଲିଛି ମୁକାବିଲା । ସମୟ ଯେତେ ପାଖଉଛି, ହାର୍ଟ ବିଟ୍ ସେତେ ବଢୁଛି, ରୋମାଞ୍ଚ ଆଣୁଛି ।

ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ନମ୍ବର ୱାନ୍ ଟିମ୍ । ବୋଲିଂ ଲାଇନ୍ ଅପ୍ ଦେଖିଲେ ପାକିସ୍ତାନ ଭାରତଠାରୁ ଢେର ଆଗରେ । ହେଲେ ବ୍ୟାଟିଂରେ ଭାରତ ବେଶ୍ ଶକ୍ତିଶାଳୀ । ତେଣୁ କାଣ୍ଡିରେ କାଣ୍ଟେ କା ଟକ୍କର ହେବା ନିଶ୍ଚିତ । ନଜର ପକାଇବା ପାକିସ୍ତାନର ବୋଲିଂ ଉପରେ ।

ସାହିନ ଶାହ ଆଫ୍ରିଦି ଭାରତୀୟ ବ୍ୟାଟର୍ସଙ୍କ ପାଇଁ ସବୁଠାରୁ ବଡ ହେଡାକ୍ ହୋଇପାରନ୍ତି । ସେ ଜବରଦସ୍ତ ଫର୍ମରେ ଅଛନ୍ତି । ତାଙ୍କର ଟାର୍ଗେଟରେ ରହିବେ ଭାରତୀୟ ଟିମର ଟପ୍ ଅର୍ଡର । ହ୍ୟାଣ୍ଡସମ୍ ହଙ୍କ ନଶିମ ବି କିଛି କମ ନୁହନ୍ତି । ଉଭୟ ବୋଲିଂ ଓ ବ୍ୟାଟିଂରେ ତାଙ୍କ ପ୍ରଦର୍ଶନ ବେଶ୍ ଚମତ୍କାର । ହାରିଶ ରାଉଫ ବି କିଛି କମ୍ ନୁହନ୍ତି । ସ୍ପିଡ, ଆକ୍ୟୁରେସି ୱିକେଟ ଟେକିଂରେ ହାରିଶ ବେଶ୍ ଧୁରନ୍ଧର । ତେଣୁ ରୋହିତ, କୋହଲି, ଗିଲ, ସୂର୍ଯ୍ୟକୁମାରଙ୍କୁ ଟାର୍ଗେଟ କରିବ ପାକିସ୍ତାନର ପେସ୍ ବାହିନୀ ।