• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଏସିଆ କପରେ ଆଜି ହାଇଭୋଲଟେଜ୍ ଟକ୍କର । ଶ୍ରୀଲଙ୍କାର କାଣ୍ଡିରେ ସାମ୍ନାସାମ୍ନି ହେବେ ଇଣ୍ଡିଆ-ପାକିସ୍ତାନ । ବହୁ ଦିନ ପରେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ହେଉଥିବାରୁ ଫ୍ୟାନଙ୍କ ଉତ୍କଣ୍ଠା ବଢ଼ିଛି । ୨୦୧୯ ବିଶ୍ୱକପ୍ ପରେ ପ୍ରଥମ ଥର ଉଭୟ ଟିମ୍ ପରସ୍ପରକୁ କ୍ରିକେଟ ପିଚରେ ଭେଟୁଛନ୍ତି । ବେଶ୍ ରୋମାଞ୍ଚକର ହୋଇପାରେ ମୁକାବିଲା, ଖାଲି ବର୍ଷା ନ ହେଲେ ହେଲା ।

ଇଣ୍ଡିଆ ପାକିସ୍ତାନ ଟକ୍କର । ଆଜି ହେବ ସୁପର ମୁକାବିଲା । କାଣ୍ଡିରେ ହାଇଭୋଲଟେଜ୍ ମ୍ୟାଚ । ପାକିସ୍ତାନ ବୋଲିଂ ବନାମ ଇଣ୍ଡିଆର ବ୍ୟାଟିଂ । ୨୦୧୯ ପରଠୁ ୱାନ ଡେ କ୍ରିକେଟରେ ପୁଣି ଥରେ ଦୁଇ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଣ୍ଡିଆ-ପାକିସ୍ତାନ ମଧ୍ୟରେ ମୁକାବିଲା । ସମୟ ଯେତେ ପାଖଉଛି, ହାର୍ଟ ବିଟ୍ ସେତେ ବଢୁଛି, ରୋମାଞ୍ଚ ଆଣୁଛି ।

ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ନମ୍ବର ୱାନ୍ ଟିମ୍ । ବୋଲିଂ ଲାଇନ୍ ଅପ୍ ଦେଖିଲେ ପାକିସ୍ତାନ ଭାରତଠାରୁ ଢେର ଆଗରେ । ହେଲେ ବ୍ୟାଟିଂରେ ଭାରତ ବେଶ୍ ଶକ୍ତିଶାଳୀ । ତେଣୁ କାଣ୍ଡିରେ କାଣ୍ଟେ କା ଟକ୍କର ହେବା ନିଶ୍ଚିତ । ନଜର ପକାଇବା ପାକିସ୍ତାନର ବୋଲିଂ ଉପରେ ।

ସାହିନ ଶାହ ଆଫ୍ରିଦି ଭାରତୀୟ ବ୍ୟାଟର୍ସଙ୍କ ପାଇଁ ସବୁଠାରୁ ବଡ ହେଡାକ୍ ହୋଇପାରନ୍ତି । ସେ ଜବରଦସ୍ତ ଫର୍ମରେ ଅଛନ୍ତି । ତାଙ୍କର ଟାର୍ଗେଟରେ ରହିବେ ଭାରତୀୟ ଟିମର ଟପ୍ ଅର୍ଡର । ହ୍ୟାଣ୍ଡସମ୍ ହଙ୍କ ନଶିମ ବି କିଛି କମ ନୁହନ୍ତି । ଉଭୟ ବୋଲିଂ ଓ ବ୍ୟାଟିଂରେ ତାଙ୍କ ପ୍ରଦର୍ଶନ ବେଶ୍ ଚମତ୍କାର । ହାରିଶ ରାଉଫ ବି କିଛି କମ୍ ନୁହନ୍ତି । ସ୍ପିଡ, ଆକ୍ୟୁରେସି ୱିକେଟ ଟେକିଂରେ ହାରିଶ ବେଶ୍ ଧୁରନ୍ଧର । ତେଣୁ ରୋହିତ, କୋହଲି, ଗିଲ, ସୂର୍ଯ୍ୟକୁମାରଙ୍କୁ ଟାର୍ଗେଟ କରିବ ପାକିସ୍ତାନର ପେସ୍ ବାହିନୀ ।

ଭାରତର ବୋଲିଂ ଆଟାକ ପାକିସ୍ତାନଠାରୁ ଅପେକ୍ଷାକୃତ ଦୁର୍ବଳ ହୋଇପାରେ । କିନ୍ତୁ ବୁମରା ଟିମକୁ ଫେରିବା ପରେ ଦଳର ଶକ୍ତି ବଢ଼ିଛି । ସାମି, ସିରାଜ ସାଥ୍ ଦେବେ ବୁମରାଙ୍କୁ । ତେବେ ଇଣ୍ଡିଆର ବ୍ୟାଟିଂ ଲାଇନ ଅପ୍ ପ୍ରତି ପାକିସ୍ତାନର ଡର ନିଶ୍ଚିତ ରହିବ । ଯଦି ବିପକ୍ଷରେ ରୋହିତ, କୋହଲି, ଗିଲ, ସୂର୍ଯ୍ୟକୁମାର ଯାଦବ ଥିବେ, ତେବେ ବିପକ୍ଷ ଟିମରେ ଟେନସନ୍ ତ ବନତା ହୈ ।

ବିରାଟ କେମିତି ମ୍ୟାଚ ଛଡ଼ାଇ ନିଅନ୍ତି, ତାହା ପାକିସ୍ତାନ ଆଗରୁ ଦେଖିଛି । ତେଣୁ ତାଙ୍କୁ ଟାର୍ଗେଟ କରିବାକୁ ପାକିସ୍ତାନୀ ବୋଲର ନିଶ୍ଚିତ ଜୋରଦାର ଅଭ୍ୟାସ କରିଥିବେ ।

ତେବେ ମ୍ୟାଚ୍ ର ମ୍ୟାନ ଟୁ ୱାଚ୍ ହେଉଛନ୍ତି ରେଡ୍ ହଟ୍ ଫର୍ମରେ ଥିବା ବାବର୍ । ନେପାଳ ବିପକ୍ଷରେ ୧୫୧ ରନର ଇନିଂସ ଖେଳି ସେ ଦେଖାଇଛନ୍ତି, କାହିଁକି ତାଙ୍କୁ ଡେଞ୍ଜର୍ ମ୍ୟାନ୍ କୁହାଯାଏ । ତାଙ୍କର ବ୍ୟାଟ୍ ଚାଲିଲା ତ କଥା ସରିଲା । ରିଜୱାନ ବି ପଡ଼ିଆର ଚାରିଆଡକୁ ସଟ୍ ଖେଳିବାରେ ମାହିର ।

ସେ ଥରେ ସେଟ୍ ହୋଇଗଲେ ଆଉଟ କରିବା ବଡ଼ ମୁସ୍କିଲ । ତା ପରେ ଇମାମ-ଉଲ-ହକ, ଏହି ବ୍ୟାଟର ତ ମ୍ୟାଚର ମୋଡ ବଦଳାଇବାରେ ମାହିର । ଖୁବ କମ ଦିନରେ ସେ ପାକିସ୍ତାନର ଅନ୍ୟତମ ଡିପେଣ୍ଡବୁଲ ବ୍ୟାଟର୍ସ ହୋଇଛନ୍ତି । ଯଦି ଟପ୍ ଅର୍ଡର ଫେଲ୍ ମାରିଲା, ତେବେ ଗେମ୍ ଚେଞ୍ଜ କରିପାରିବେ ଇଫତିକାର ।

ଦୁଇ ଟିମ୍ ଖୁବ ସନ୍ତୁଳିତ ଅଛନ୍ତି । ଉଭୟ ଦଳ ତ ଚାପରେ ରହିବେ, ଫ୍ୟାନ ବି ଟେନସନରେ ରହିବେ । ଟକ୍କର ଯେତେବେଳେ ଭାରତ ପାକିସ୍ତାନ ମଧ୍ୟରେ, ଟେନସନ ତୋ ବନତା ହେ ।