• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଲଙ୍କାରେ କମ୍ପିଲା ରାମ ନାମ । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଷ୍ଟାଡିୟମରେ ବାଜିଲା 'ରାମ ସିୟା ରାମ' ଗୀତ । ଏହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶ୍ରୀଲଙ୍କାର ପଲ୍ଲେକେଲେ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ବେଳେ ଫିଲ୍ମ ଆଦିପୁରୁଷର ରାମ ସିୟା ରାମ ଗୀତ ବାଜିଥିଲା ।

ଏସିଆ କପ୍‌ର ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚ ଅର୍ଥାତ ଭାରତ-ପାକିସ୍ତାନ ମୁକାବିଲାରେ ଟିମ୍‌ ଇଣ୍ତିଆର ଟପ୍ ଅର୍ଡର ବିଫଳ ହେବା ପରେ ଲଢୁଆ ଇନିଂସ ଖେଳିଥିଲେ ଇଶାନ କିଷନ ଓ ହାର୍ଦ୍ଦିକ ପାଣ୍ତ୍ୟା । ଦିନିକିଆରେ ଇଶାନ କିଶନ କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ପୂରଣ କରିବା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ସ୍କୋରକୁ ଆଗକୁ ବଢ଼ାଇଥିଲେ ।

ଭାରତର ସ୍କୋର ୬୬ ରନ୍‌ରେ ୪ଟି ୱିକେଟ୍‌ ଯାଇଥିବା ବେଳେ କ୍ରିଜ୍‌ରେ ଥିଲେ ପାୱାର ହିଟର୍‌ ହାର୍ଦ୍ଦିକ ପାଣ୍ତ୍ୟା । ତାଙ୍କ ସହ କ୍ରିଜ୍‌ରେ ଥିଲେ ଇଶାନ କିଶନ । ଇଶାନଙ୍କ ଚୌକା ପରେ ‘ରାମ ସିୟା ରାମ’ ଗୀତରେ ଷ୍ଟାଡିୟମ କମ୍ପି ଉଠିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

ଉଭୟ ଖେଳାଳି ୫ମ ୱିକେଟ ପାଇଁ ଦମଦାର ବ୍ୟାଟିଂ କରିଥିଲେ । ଏଥିସହ ୫ ୱିକେଟ ପାଇଁ ୧୩୮ ରନ ଯୋଡ଼ିଥିଲେ । ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । କିନ୍ତୁ ଦଳୀୟ ସ୍କୋର ୨୦୪ରେ ଥିବା ବେଳେ ବଡ଼ ସଟ୍‌ ଖେଳିବା ଲୋଭରେ ଈଶାନ କିଶନ(୮୨) ହାରିସ୍‌ ରୌଫଙ୍କ ବଲରେ କ୍ୟାଚ୍‌ ଆଉଟ ହୋଇଯାଇଥିଲେ ।

ଇଶାନ ଆଉଟ ହେବା ପୂର୍ବରୁ ୮୧ ବଲର ସମ୍ମୁଖୀନ ହୋଇ ୯ଟି ଚୌକା ଓ ୨ଟି ଛକା ମାରିଥିଲେ । ଏହା ଈଶାନଙ୍କ ପାକିସ୍ତାନ ବିପକ୍ଷରେ ପ୍ରଥମ ଅର୍ଦ୍ଧଶତକ ଥିଲା । ହାର୍ଦ୍ଦିକ ନିଜର ଶତକ ଆଡ଼କୁ ଯାଉଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ଆଫ୍ରିଦି । ସେ ପ୍ରଥମ ବଲରେ ହିଁ ୮୭ ରନ କରିଥିବା ପାଣ୍ଡ୍ୟାଙ୍କୁ ଆଉଟ କରି ଭାରତକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ । ପାଣ୍ଡ୍ୟା ତାଙ୍କ ୮୭ ରନର ଇନିଂସରେ ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ ।