• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନେପାଳୀ ଗୀତରେ ଝୁମିଲେ କିଙ୍ଗ କୋହଲି । ଭାଇରାଲ ହେଲା ଭିଡିଓ । ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିବାରେ ବିରାଟ କେବେ ବି ପଛାନ୍ତି ନାହିଁ । ମ୍ୟାଚ୍‌ ମଝିରେ କୋହଲି ନାଚୁଥିବାର ଅନେକ ଭିଡିଓ ପୂର୍ବରୁ ଭାଇରାଲ ହୋଇଛି । ଗତକାଲି ଭାରତ-ନେପାଳ ମ୍ୟାଚ୍‌ରେ କୋହଲି ନେପାଳୀ ଗୀତରେ ନିଆରା ଅନ୍ଦାଜରେ ନାଚୁଥିବାର ଦେଖିବାକୁ ମିଳିଥିଲା । ଯାହା ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

ଗତକାଲି ଭାରତ-ନେପାଳ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଥିଲେ ମଧ୍ୟ ବେଶ୍‌ ରୋମାଞ୍ଚକ ଅନ୍ଦାଜରେ ମ୍ୟାଚ୍‌ ଜିତିଥିଲା ଟିମ୍‌ ଇଣ୍ତିଆ । ଭାରତ କୌଣସି ୱିକେଟ୍‌ ନ ହରାଇ ମ୍ୟାଚ୍‌କୁ ହାତେଇ ନେଇଥିଲା । ପ୍ରଥମଥର ପାଇଁ ଏସିଆ କପ୍‌ରେ ଭାଗ ନେଇଥିବା ନେପାଳ ଦଳ ଫିଲ୍ଡରେ ଜିତିବା ପାଇଁ ଜୋର୍‌ ଲଗାଇଥିଲା ।

ନେପାଳ ଟିମ୍‌ ବ୍ୟାଟିଂ କରୁଥିବା ବେଳେ ଷ୍ଟାଡିୟମରେ ନେପାଳୀ ଗୀତ ବାଜୁଥିଲା । ଏହି ଗୀତରେ ବିରାଟ କୋହଲି ବେଶ୍‌ ନିଆରା ଅନ୍ଦାଜରେ ନାଚୁଥିବାର ଦେଖିବାକୁ ମିଳିଥିଲା । ବିରାଟଙ୍କୁ ଦେଖି ଫ୍ୟାନ୍ସ ମଧ୍ୟ ଉତ୍ସାହିତ ରହିଥିଲେ । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ।

 

ଗତକାଲିର ମ୍ୟାଚ୍‌ ନୁହେଁ ବରଂ ଏହାପୂର୍ବରୁ ୱେଷ୍ଟଇଣ୍ତିଜ୍‌ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ବିରାଟ ଫିଲ୍ଡ ଉପରେ ନାଚୁଥିବାର ଦେଖିବାକୁ ମିଳିଥିଲା । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଅନ୍‌ଫିଲ୍ଡ ବିରାଟ୍‌ ଯେତେ ମଜା ମସ୍ତି କରନ୍ତି, ସେତିକି ଆଗ୍ରେସନ୍‌ ମଧ୍ୟ ଦେଖାନ୍ତି । କୋହଲିଙ୍କ ଉଭୟ ଅନ୍ଦାଜକୁ ଫ୍ୟାନ୍ସ ବେଶ୍‌ ପସନ୍ଦ କରିଥାନ୍ତି ।