Advertisment

India vs England Test Match: ଆଜିଠୁ ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ; ଏଜବାଷ୍ଟନରେ ଲଢେଇ

ବର୍ମିଂହାମରେ ଆଜିଠାରୁ ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ଟେଷ୍ଟ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଖେଳାଯିବ। ଦଳରେ ପରିବର୍ତ୍ତନ କରିପାରେ ଟିମ୍ ଇଣ୍ଡିଆ। ବୁମରା ଖେଳିବେ କି ନାହିଁ ସ୍ପଷ୍ଟ ହୋଇନି।

Test Match

Test Match

Advertisment

ଇଂଲଣ୍ଡ ଟୁରରେ ଥିବା ଭାରତୀୟ ଟେଷ୍ଟ ଟିମ୍ ଆଜି ଘରୋଇ ଦଳ ସହ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଖେଳିବ। ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ଟେଷ୍ଟ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯିବ। ଏଥିପାଇଁ ଟିମ୍ ଇଣ୍ଡିଆ ଜୋରଦାର ଅଭ୍ୟାସ କରିଛି ।

Advertisment

ଅଧିକ ପଢ଼ନ୍ତୁ: ବିଦେଶ ମାଟିରେ ରାହୁଲଙ୍କ ଆଉ ଏକ କୀର୍ତ୍ତିମାନ, ଓପନର ଭାବେ କଲେ ଏମିତି ରେକର୍ଡ

ସିରିଜ୍ ରେ 0-1ରେ ପଛୁଆ ରହିଥିବା ଟିମ୍ ଇଣ୍ଡିଆ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଜିତି ସ୍ଥିତି ବରାବର କରିବାକୁ ଆପ୍ରାଣ ଉଦ୍ୟମ କରିବ। ପ୍ରଥମ ଟେଷ୍ଟ ପରେଜିତ ହେବା ପରେ ଭାରତ ବର୍ତ୍ତମାନ ଚାପରେ ରହିଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ଘମାଘୋଟ ଲଢେଇ ହେବ। ଦ୍ବିତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ କିଛିଟା ପରିବର୍ତ୍ତନ କରିପାରେ ।

Advertisment

ବୁମରା ଖେଳିବେ କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ବୁମରା ଦ୍ବିତୀୟ ଟେଷ୍ଟ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ଟସ୍ ବେଳେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଲିଡ୍ସରେ ପ୍ରଥମ ଇଂନିସରେ ବୁମରା ୫ ୱିକେଟ୍ ନେଇଥିଲେ ମଧ୍ୟ ଦ୍ବିତୀୟ ପାଳିରେ କୌଣସି ଓ୍ୱିକେଟ୍ ନେଇପାରିନଥିଲେ । ବର୍ମିଂହାମରେ ବୁମରା ନଖେଳିଲେ ଅର୍ଶଦୀପ ସିଂହ ଟେଷ୍ଟ୍ ପଦାର୍ପଣ କରିବା ସମ୍ଭାବନା ରହିଛି। ନେଟ୍ସରେ ମଧ୍ୟ ଅଶର୍ଦୀପ ପ୍ରାକ୍ଟିସ୍ କରିଥିବା ଦେଖିବାକୁ ମିଳିଛି ।

ଇଂଲଣ୍ଡ ବିପକ୍ଷରେ କୁଲଦୀପ ଭଲ ପ୍ରଦର୍ଶନ କରିଥିବାରୁ ସେ ମଧ୍ୟ ଖେଳିବା ସମ୍ଭାବନା ରହିଛି। ସେପଟେ ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ନୀତୀଶ ରେଡ୍ଡୀ ଖେଳିବା ଆଶା କରାଯାଉଛି । ଅନ୍ୟପଟେ ବର୍ମିଂହାମର ଏଜବାଷ୍ଟନ ଷ୍ଟାଡିୟମରେ ଭାରତର ରେକର୍ଡ ଭଲ ନାହିଁ। ୧୯୬୭ ମସିହାଠାରୁ ଆରମ୍ଭ କରି ଭାରତ ଏଠାରେ ମୋଟ ୮ ଟେଷ୍ଟ୍ ଖେଳିଛି। ୭ଟିରେ ପରାସ୍ତ ହୋଇଥିବାବେଳେ ଗୋଟିଏ ଡ୍ର’ ରଖିବାରେ ସକ୍ଷମ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ହଠାତ ଅନ୍ୟ ଖେଳାଳି କିଛି ବୁଝିପାରିନଥିଲେ...ଚାହୁଁ ଚାହୁଁ ସବୁକିଛି ଶେଷ ହୋଇଗଲା

India England 2nd Test Match Birmingham
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ