/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700361613.jpg)
India vs Australia
ଆଜି କ୍ରିକେଟ ବିଶ୍ୱକପ୍ ଗ୍ରାଣ୍ଡ ଫିନାଲେ । ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମହାମୁକାବିଲା । ସୁପର ସଣ୍ଡେରେ ହେବ ସୁପର ଫାଇଟ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିନ ୨ଟାରେ ମ୍ୟାଚ୍ ରହିଛି । ଚଳିତ ବିଶ୍ୱକପରେ ଅପରାଜେୟ ଥିବା ଭାରତ ଘରୋଇ ମାଟିରେ ଫାଇନାଲ ଜିତି ଟାଇଟଲ କବଜା କରିବାକୁ ଚେଷ୍ଟା କରିବ ।
ପୂରା ଟୁର୍ଣ୍ଣାମେଣ୍ଟରେ ଟିମ୍ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ଖେଳ ପ୍ରଦର୍ଶନ କରିଛି। ଲିଗ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଥିବାରୁ ଭାରତୀୟ ଖେଳାଳିଙ୍କ ନିକଟରେ ଏହାର ଏଡଭାଣ୍ଟେଜ୍ ରହିବ। ତେବେ କଙ୍ଗାରୁ ଦଳ ପାଖରେ ନକଆଉଟ୍ ଗେମରେ ଭଲ ପ୍ରଦର୍ଶନ କରିଥିବା ରେକର୍ଡ ରହିଛି। ତେଣୁ ଫାଇନାଲ ମୁକାବିଲା ଜୋରଦାର ହେବ ବୋଲି ଆଶା କରାଯାଉଛି। ...
ସୁପର ସଣ୍ଡେରେ ହେବ ସୁପର ଫାଇଟ୍..ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମହାମୁକାବିଲା..#INDvsAUSFinal#WorldCup2023#OTVpic.twitter.com/KBu5uQgtmA
— ଓଟିଭି (@otvkhabar) November 19, 2023
ଏପଟେ ମହାମୁକାବିଲାକୁ ସ୍ମରଣୀୟ କରିବା ଲାଗି ବିସିସିଆଇ, ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରିଛି। ମ୍ୟାଚ୍ ପୂର୍ବରୁ ଭାରତୀୟ ବାୟୁସେନାର ଏରୋବେଟିକ୍ ଟିମ୍ ସୂର୍ଯ୍ୟକିରଣର ଏୟାର ଶୋ ପ୍ରଦର୍ଶିତ କରିବ । ଏହାପରେ ଇନିଂସ ବ୍ରେକ୍ ବେଳକୁ ଦେଶର ଷ୍ଟାର୍ ସିଙ୍ଗରମାନେ ଷ୍ଟାଡିୟମରେ ଉପସ୍ଥିତ ଲକ୍ଷେରୁ ଅଧିକ ଦର୍ଶକଙ୍କ ମନୋରଞ୍ଜନ କରିବେ।
ଏହାବ୍ୟତୀତ ବିସିସିଆଇ ପକ୍ଷରୁ ବିଶ୍ୱକପ୍ ଜିତିଥିବା ସମସ୍ତ ଅଧିନାୟକଙ୍କୁ ନିମନ୍ତ୍ରିତ କରାଯାଇଛି। ସେମାନଙ୍କୁ ସ୍ୱତନ୍ତ୍ର ବ୍ଲେଜର୍ ଦିଆଯାଇ ସମ୍ବର୍ଦ୍ଧିତ କରାଯିବ। ଫାଇନାଲ ମ୍ୟାଚ ଦେଖିବାକୁ ଆସିବେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲସ ମଧ୍ୟ ଉପସ୍ଥିତ ରହିବେ। ସେପଟେ ଏହି ହାଇଭୋଲଟେଜ୍ ମ୍ୟାଚ ଦେଖିବା ଲାଗି ଅହମ୍ମଦାବାଦରେ ଦେଶ ବିଦେଶରୁ ହଜାର ହଜାର କ୍ରିକେଟ ପ୍ରେମୀ ପହଞ୍ଚିଛନ୍ତି। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)