• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସିରିଜ କବ୍ଜା ପାଇଁ ଆଜି ନାଗପୁରରେ ଜୋର ଲଗାଇବେ ଟିମ ଇଣ୍ତିଆ ଓ ଅଷ୍ଟ୍ରେଲିଆ । ପ୍ରଥମ ମ୍ୟାଚ୍‌ଟି କଙ୍ଗାରୁ ଦଳ ଜିତିଥିବାରୁ ଆଜି ମ୍ୟାଚ୍‌ ଜିତି ସିରିଜ କବ୍ଜା କରିବା ପାଇଁ ଜୋର୍‌ ଲଗାଇବ । ଅଷ୍ଟ୍ରେଲିଆ ବିପକ୍ଷରେ ଥିବା ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ରୁ ପ୍ରଥମ ମ୍ୟାଚ୍‌ଟି ହାରିଯିବା ପରେ ଏବେ ଟିମ୍‌ ଇଣ୍ତିଆ ପାଇଁ ଅନ୍ୟ ଦୁଇଟି ମ୍ୟାଚ୍‌ ଜିତିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଟିମ୍‌ର ଖରାପ ବୋଲିଂ ପ୍ରଦର୍ଶନ କାରଣରୁ ପୂର୍ବ ମ୍ୟାଚ୍‌ଟି ହାରିଯାଇଥିଲା । ତେବେ ଟିମ୍‌ ଇଣ୍ତିଆ ଶିବିରରେ ଏବେ ଗୋଟେ ଖୁସି ଖବର ଶୁଣିବାକୁ ମିଳିଛି । ଟି-ଟ୍ୱେଣ୍ଟି ସ୍ପେଶାଲିଷ୍ଟ ଯଶପ୍ରୀତ ବୁମ୍ରା ସମ୍ପୂର୍ଣ୍ଣ ଭାବେ ଫିଟ୍‌ ଥିବା ନେଇ ସାଥୀ ଖେଳାଳୀ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ।

ଯଶପ୍ରୀତ ବୁମ୍ରା ଫିଟ୍‌ ହେବା ଟିମ୍‌ ଇଣ୍ତିଆ ପାଇଁ ଏକ ଖୁସି ଖବର । ଟିମ୍‌ର ବୋଲିଂ ୟୁନିଟ୍‌ ଏସିଆ କପ୍‌ରୁ ଦୁର୍ବଳ ଦେଖାଯାଉଥିବା ବେଳେ ଏବେ ବୁମ୍ରାଙ୍କ ଟିମ୍‌ରେ ଖେଳିବା ଟିମ୍‌ର ବୋଲିଂ ୟୁନିଟ୍‌କୁ ମଜବୁତ କରିବ । ପ୍ରଥମ ଟି ଟ୍ୱେଣ୍ଟି ମ୍ୟାଚ୍‌ରେ ଇଣ୍ତିଆ ପ୍ରଥମେ ବ୍ୟାଟିଂ କରି ୨୦୯ ରନ୍‌ର ଟାର୍ଗେଟ୍‌ ଦେଇଥିଲା । ଅଷ୍ଟ୍ରେଲିଆ ୬ ୱିକେଟ୍‌ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା ।

କେ ଏଲ ରାହୁଲଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ପୂର୍ବ ମ୍ୟାଚ୍‌ରେ ସେ ଦମଦାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ଷ୍ଟାର ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ତ୍ୟା ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଥିଲା । ତେବେ କଙ୍ଗାରୁ ଦଳ ମଧ୍ୟ ସିରିଜ୍‌ ହାତେଇବା ପାଇଁ ଆଜିର ମ୍ୟାଚ୍‌ରେ ଜୋର୍‌ ଲଗାଇବ ।