• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ବିଶ୍ବକପର ଫାଇନାଲ ଫାଇଟ୍ । ସୁପରସଣ୍ଡେରେ ହେବ ସୁପର ମୁକାବିଲା । ଆସନ୍ତା ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଟିମ୍ । ଚଳିତ ବିଶ୍ବକପ୍ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା ଭାରତ । ଆଉ ଅଷ୍ଟ୍ରେଲିଆ ବିପକ୍ଷରେ ହିଁ ଶେଷ ମ୍ୟାଚ୍ ଖେଳିବାକୁ ଯାଉଛି ଭାରତ ।

ଚଳିତ ବିଶ୍ବକପ୍ ଲିଗ୍ ପର୍ଯ୍ୟାୟରେ ଭାରତ ନିଜର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ସାମ୍ନା କରିଥିଲା । ଆଉ ୬ ୱିକେଟରେ କଙ୍ଗାରୁ ଟିମକୁ ପାଣି ପିଆଇ ଦେଇଥିଲା ଭାରତୀୟ ଟିମ୍ । ପୂର୍ବରୁ ୨୦୦୩ ବିଶ୍ବକପ୍ ଫାଇନାଲରେ ଉଭୟ ଟିମ୍ ପରସ୍ପରକୁ ଭେଟିଥିଲେ । ସେତେବେଳେ ଅଷ୍ଟ୍ରେଲିଆ ୧୨୫ରନରେ ଭାରତକୁ ମାତ୍ ଦେଇଥିଲା । ହାତେଇ ନେଇଥିଲା ବିଶ୍ବକପ୍ ଟ୍ରଫି । ଏଥର ଟ୍ରଫି ଜିତି ଭାରତ ତାର ବଦଲା ନେବାକୁ ନିହାତି ଚାହିଁବ ।

ଭାରତ ତୃତୀୟଥର ପାଇଁ ବିଶ୍ବକପ୍ ଟାଇଟଲ ପାଇଁ ମୈଦାନକୁ ଓହ୍ଲାଇବାକୁ ଯାଉଛି । ପୂର୍ବରୁ ୧୯୮୩ ଏବଂ ୨୦୧୧ରେ ଦଳ ଚାମ୍ପିଅନ୍ ହୋଇସାରିଛି । ସେପଟେ ଅଷ୍ଟ୍ରେଲିଆ ୫ ଥର ବିଶ୍ବକପ୍ ଜିତିଛି । ରବିବାର ମୁକାବିଲା ଲାଗି ଭାରତୀୟ ଟିମ୍ ପୁରା ପ୍ରସ୍ତୁତ । ମ୍ୟାଚ୍ ଲାଗି ଗତକାଲି ଭାରତୀୟ ଦଳ ଅହମ୍ମଦାବାଦରେ ପହଞ୍ଚିସାରିଛି ।

ଅନ୍ୟପଟେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ମାତ୍ ଦେଇଛି କଙ୍ଗାରୁ ଟିମ୍ । ପ୍ରଥମେ ବ୍ୟାଟିଂ କରିଥିବା ସାଉଥ୍ ଆଫ୍ରିକା, ଅଷ୍ଟ୍ରେଲିଆ ଆଗରେ ୨୧୩ ରନର ଟାର୍ଗେଟ୍ ରଖିଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ସାଉଥ୍ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ତେବେ ମଧ୍ୟ ଭାଗରେ ମିଲର ଓ କ୍ଲାସେନଙ୍କ ଦାୟିତ୍ବପୂର୍ଣ୍ଣ ବ୍ୟାଟିଂ ପାଇଁ ଦଳ ୨ ଶହ ରନ୍ ଟପିବାରେ ସକ୍ଷମ ହୋଇଥିଲା ।

ମିଲର ୧୧୬ ବଲରୁ ୧୦୧ ରନ କରି ଆଉଟ୍ ହୋଇଥିଲା ବେଳେ କ୍ଲାସନ୍ ୪୭ ରନର ଇନିଂସ ଖେଳିଥିଲେ । ଜବାବରେ ଅଷ୍ଟ୍ରେଲିଆ ଟିମ୍ ଧୂଆଁଧାର ଆରମ୍ଭ କରିଥିଲା । ତେବେ ଦକ୍ଷିଣ ଆଫ୍ରିକାର ଦାୟିତ୍ବପୂର୍ଣ୍ଣ ବୋଲିଂ ପାଇଁ ମ୍ୟାଚ୍ ଜିତିବା କଷ୍ଟକର ହୋଇଥିଲା କଙ୍ଗାରୁ ଟିମ୍ ପାଇଁ । ଦଳ ୪୭ ଓଭର ୨ ଟି ବଲରେ ୭ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଓପନର ହେଡ୍ ୬୨ ରନ କରିଥିବା ବେଳେ ସ୍ମିଥ୍ ୩୦ ଏବଂ ୱାର୍ଣ୍ଣର ୨୯ ରନ୍ କରିଥିଲେ ।