/odishatv-khabar/media/post_attachments/uploadimage/library/16_9/16_9_0/s_1700293426.jpg)
India Vs Australia Final 2023 tomorrow
ଆସନ୍ତାକାଲି ବିଶ୍ୱକପ୍(World Cup 2023) କ୍ରିକେଟର ଗ୍ରାଣ୍ଡ୍ ଫାଇନାଲ୍ । ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ବିଶ୍ୱକପ୍ ଟ୍ରଫି ପାଇଁ ଲଢ଼େଇ । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ ।
୫ ଥରର ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆକୁ ହରାଇ ତୃତୀୟ ଥର ଚାମ୍ପିୟନ ହେବାକୁ ପ୍ରାଣପଣେ ଚେଷ୍ଟା କରିବ ଭାରତ । ଚଳିତ ବିଶ୍ୱକପ୍ରେ ଅପରାଜେୟ ରହିଛି ଘରୋଇ ଟିମ୍ । ଲିଗ୍ରେ ସମସ୍ତ ୯ଟି ମ୍ୟାଚ୍ ଏବଂ ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲକୁ ଆସିଛି ଭାରତ ।
ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ, ଶ୍ରେୟାସ୍ ଆୟର ସମସ୍ତେ ପୁରା ଫର୍ମରେ । ଆଉ ବୋଲିଂରେ କମାଲ୍ କରୁଛନ୍ତି ମହମ୍ମଦ ସାମି । ସେମି ଫାଇନାଲରେ ୭ଟି ୱିକେଟ୍ ନେଇ ସେ ନ୍ୟୁଜିଲାଣ୍ଡ ଠୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ । ତେଣୁ ଆସନ୍ତାକାଲି ଏକ ଜୋରଦାର ଲଢେଇ ହେବ ବୋଲି ଆଶା କରାଯାଉଛି ।
ଟିମ୍ ଇଣ୍ଡିଆ ଗତ ୨୦୦୩ ବିଶ୍ୱକପ୍ରେରେ ଅଷ୍ଟ୍ରେଲିଆ ସହ ଫାଇନାଲ୍ ମୁକାବିଲା ଖେଳିଥିଲା । ମାତ୍ର ଅଷ୍ଟ୍ରେଲିଆ ସେତେବେଳେ ଭାରତକୁ ହରାଇ ବିଶ୍ୱକପ୍ ଜିତିଥିଲା । ଏଥର ମଧ୍ୟ ଫାଇନାଲରେ ଅଷ୍ଟ୍ରେଲିଆ ସହ ଭାରତ ମୁହାଁମୁହିଁ ହେବାକୁ ଯାଉଛି । ତେବେ ଏଥର ଅଷ୍ଟ୍ରେଲିଆକୁ ହରାଇ ଭାରତ ଟ୍ରଫି ଆଣୁ ବୋଲି ସମସ୍ତେ ଆଶା ରଖିଛନ୍ତି । ଏଣୁ ଭାରତର ସଫଳତା କାମନା କରି ଫାଇନାଲ ପାଇଁ ପୂଜାର୍ଚ୍ଚନା କରା ଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)