Advertisment

IND vs NZ Final: ଚମ୍ପିଆନ୍ସ ଟ୍ରଫି ଫାଇନାଲ୍‌: ୨୫ ବର୍ଷ ପରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

ରବିବାର ଦୁବାଇରେ ଏହି ଦୁଇ ଦଳ ଟାଇଟଲ୍ ମୁକାବିଲାରେ ମୁହାଁମୁହିଁ ହେବେ । ତେବେ ଦୀର୍ଘ ୨୫ ବର୍ଷ ପରେ ଦୁଇ ଦଳ ଆଇସିସି ଟ୍ରଫି ମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ।

ଅଦ୍ୟତନ ହୋଇଛି
୨୫ ବର୍ଷ ପରେ ମୁହାଁମୁହିଁ

୨୫ ବର୍ଷ ପରେ ମୁହାଁମୁହିଁ

Advertisment

ସୁପର ସଣ୍ଡେରେ ସୁପର ଫାଇଟ୍‌ । ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଦୁବାଇରେ ଖେଳାଯିବ ହାଇଭୋଲଟେଜ୍‌ ମ୍ୟାଚ୍ । ରବିବାର ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଚମ୍ପିଆନ୍ସ ଟ୍ରଫି ଫାଇନାଲ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ଜୋରସୋର ପ୍ରସ୍ତୁତି ଜାରି ରଖିଛନ୍ତି ଉଭୟ ଦଳ । ଚମ୍ପିଆନ୍ସ ଟ୍ରଫି ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୪ ୱିକେଟ୍‌ରେ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ଟିମ୍ ଇଣ୍ଡିଆ । ଏହାପରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ମାତ୍‌ ଦେଇ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ ।

Advertisment

ଅଧିକ ପଢ଼ନ୍ତୁ: ସେମିଫାଇନାଲରେ ହାରିବା ପରେ ଅଷ୍ଟ୍ରେଲିଆକୁ ବଡ଼ ଝଟକା, ଅବସର ନେଲେ ଅଧିନାୟକ ଷ୍ଟିଭ୍ ସ୍ମିଥ୍

ରବିବାର ଦୁବାଇରେ ଏହି ଦୁଇ ଦଳ ଟାଇଟଲ୍ ମୁକାବିଲାରେ ମୁହାଁମୁହିଁ ହେବେ । ତେବେ ଦୀର୍ଘ ୨୫ ବର୍ଷ ପରେ ଦୁଇ ଦଳ ଆଇସିସି ଟ୍ରଫି ମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ୨୦୦୦ ମସିହାର ନାଇରୋବି ଫାଇନାଲରେ ଭାରତକୁ ମାତ୍ ଦେଇ ଚାମ୍ପିଅନ୍ ହୋଇଥିଲା ନ୍ୟୁଜିଲ୍ୟାଣ୍ଡ । ଆଉ ଏବେ ୨୫ ବର୍ଷ ପୁରୁଣା ବଦଲା ନେବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।

Advertisment

ଭାରତ ପଞ୍ଚମ ଥର ପାଇଁ ଚାମ୍ପିଅନସ୍ ଟ୍ରଫି ଫାଇନାଲ ଖେଳିବାକୁ ଯାଉଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ତୃତୀୟ ଥର ପାଇଁ ଏହି ସୁଯୋଗ ପାଇଛି। ୨୦୧୭ରେ ଶେଷ ଥର ପାଇଁ ଫାଇନାଲ ଖେଳିଥିଲା ଟିମ୍ ଇଣ୍ଡିଆ । ଏଥର ଟିମ୍ ଅପରାଜେୟ ରହିଥିବାରୁ ଦଳର ମନୋବଳ ଦୃଢ ରହିଛି । ହିଟ୍ ମ୍ୟାନ୍‌ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ପ୍ରମୁଖ ଟପ୍ ଫର୍ମରେ ଅଛନ୍ତି ।

ସେହିପରି ବୋଲିଂରେ ସାମିଙ୍କ ଉପରେ ପେସ୍ ବାହିନୀର ଭାର ନିର୍ଭର କରିବ । ଅନ୍ୟପଟେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ଫାଇନାଲ ଟକ୍କରରେ କିୱି ଦଳକୁ ମାତ୍‌ ଦେଇ ୨୦୧୩ ଚାମ୍ପିଆନ୍ସ ଟ୍ରଫିର ଇତିହାସ ଦୋହରେଇବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

Advertisment

ଅନ୍ୟପଟେ ଜବରଦସ୍ତ ପ୍ରଦର୍ଶନ କରୁଥିବା ନ୍ୟୁଜିଲାଣ୍ଡ କୌଣସି ପ୍ରକାରେ ମ୍ୟାଚ୍‌ ହାତେଇ ଦ୍ୱିତୀୟ ଥର ପାଇଁ ଟ୍ରଫି ଜିତିବାକୁ ଚେଷ୍ଟା କରିବ। ତେବେ ଫାଇନାଲ୍ ଫାଇଟରେ କାହାର ପଲ୍ଲା ରହୁଛି ଭାରି, କିଏ ହାତଉଛି ଟାଇଟଲ୍, ତା ଉପରେ ସମସ୍ତଙ୍କ ନଜର ରହିଛି ।

ଅଧିକ ପଢ଼ନ୍ତୁ: ବଦଲା ନେଲା ଟିମ୍‌ ଇଣ୍ଡିଆ, ଅଷ୍ଟ୍ରେଲିଆକୁ ହରାଇ ଫାଇନାଲ୍‌ରେ ଭାରତ

India Rohit Sharma Ind Vs New Zealand
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ