• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ବେ ଓଭାଲରେ ଖେଳାଯାଉଥିବା ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚରେ ଭାରତ ବିଜୟୀ ହୋଇଛି ।କିୱି ଦଳକୁ ୬୫ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । 

ଆଜିର ମ୍ୟାଚରେ ପୁଣି ଚମକିଲେ ସୂର୍ଯ୍ୟକୁମାର ଯାଦବ ବା ସ୍କାଏ । ଅପରାଜୟ ୧୧୧ରନ କରିବା ସହ ଭାରତର ସ୍କୋରକୁ ୧୯୧ରେ ପହଞ୍ଚାଇଥିଲେ ସୂର୍ଯ୍ୟକୁମାର ଯାଦବ । ଭାରତ ଆରମ୍ଭରୁ ରିଷଭ ପନ୍ଥଙ୍କ ୱିକେଟ ହରାଇଥିଲା । ପରେ ଇଶାନ କିଶାନ ଓ ଶ୍ରେୟସ ଆୟରଙ୍କ ସହ ସୂର୍ଯ୍ୟକୁମାର ଯାଦବ ଭଲ ପାର୍ଟନର ସିପ୍ କରି ଦଳର ସ୍କୋର ୧୯୧ ରନରେ ପହଞ୍ଚାଇଥିଲେ ।

ସୂର୍ଯ୍ୟକୁମାର ଯାଦବ ମାତ୍ର ୫୧ବଲରୁ ୧୧୧ ରନ ସଂଗ୍ରହ କରିଛନ୍ତି । ଅନ୍ୟପଟେ କିୱି ଦଳର ଫାଷ୍ଟ ବୋଲର ଟିମ ସାଉଦି ଏହି ମ୍ୟାଚରେ ହାଟ୍ରିକ୍ ଅର୍ଜନ କରିଛନ୍ତି । ଶେଷ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡ୍ଡା ଓ ୱାସିଂଟନ ସୁନ୍ଦରଙ୍କ ୱିକେଟ ନେଇ ସେ ହାଟ୍ରିକ ଅର୍ଜନ କରିଛନ୍ତି ।

୧୯୧ ରନକୁ ପିଛା କରି ନ୍ୟୁଜିଲାଣ୍ଡ ୧୨୬ରନରେ ଅଲଆଉଟ୍ ହୋଇଛି । କିୱି ଅଧିନାୟକ କେନ ୱିଲିୟମସନ ୬୧ରନର ଇନିଂସ ଖେଳଥିଲେ । ଭାରତ ପକ୍ଷରୁ ଦୀପକ ହୁଡ୍ଡା ୪ଟି ୱିକେଟ ନେଇଥିବା ବେଳେ ଯୁଜବେନ୍ଦ୍ର ଚହଲଙ୍କୁ ୨ଟି ଓ ମହମ୍ମଦ ସିରାଜଙ୍କୁ ୨ଟି ୱିକେଟ ମିଳିଛି ।