• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଇପିଏଲ ୨୦୨୪ ଚାଲିଥିବା ବେଳେ ଆଇସିସି ଟି-୨୦ ବିଶ୍ୱକପ ପାଇଁ କେତେବେଳେ ବି ଦଳ ଘୋଷଣା କରିପାରେ । ୨୦୨୪ ବିଶ୍ୱକପ୍ ପାଇଁ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ବୋର୍ଡ ପ୍ରଥମେ ନିଜ ଦଳ ଘୋଷଣା କରିଛି । ରୋହିତ ଶର୍ମାଙ୍କ ଦଳରେ କିଏ ସାମିଲ ହେବେ ତାକୁ ନେଇ ଏବେ କ୍ରିକେଟ ପ୍ରେମୀଙ୍କ ଉତ୍କଣ୍ଠା ବଢିଛି ।

ରିଷଭ ପନ୍ତ, ସଞ୍ଜୁ ସାମସନ୍ ଏବଂ କେ.ଏଲ୍ ରାହୁଲଙ୍କ ମଧ୍ୟରେ କେଉଁ ଦୁଇ ୱିକେଟ୍ କିପର ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ପାଇଁ ଭିସା ପାଇବେ? ଚୟନକର୍ତ୍ତାଙ୍କ ପାଇଁ ଏହା ଏକ ବଡ଼ ପ୍ରଶ୍ନ ବୋଲି ଚର୍ଚ୍ଚା ହେଉଛି । ସେପଟେ ଏହି ଟିମରେ ରୋହିତ ଶର୍ମାଙ୍କ ସମେତ, ଯଶସ୍ୱୀ ଜୟସୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ , ରିଷଭ ପନ୍ତ , ଶିବମ୍ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଜସପ୍ରୀତ୍ ବୁମରା, ଅର୍ଶଦୀପ ସିଂହ, ସନ୍ଦୀପ ଶର୍ମା ଏବଂ ମହମ୍ମଦ ସିରାଜ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ: IPL ରେ ମାହିଙ୍କ ନୂଆ ରେକର୍ଡ; ୧୫୦ ବିଜୟୀ ମ୍ୟାଚ୍‌ରେ ହେଲେ ସାମିଲ

ଏନେଇ ଆଜି ଅହମ୍ମଦାବାଦରେ ଚୟନକର୍ତ୍ତା କମିଟି ବୈଠକ ବସିବ ବୋଲି ଜଣାପଡ଼ିଛି । ସେପଟେ କୋଲକାତାର ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ-୨୦୨୪ର ୪୭ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ଓ୍ୱିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । ଦିଲ୍ଲୀ ଦ୍ୱାରା ରଖାଯାଇଥିବା ୧୫୪ ରନ ଲକ୍ଷ୍ୟକୁ କୋଲକାତା ୧୭ ତମ ଓଭରରେ ୩ଟି ୱିକେଟ ହରାଇ ହାସଲ କରିନେଇଥିଲା ।

କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୩ଟି ୱିକେଟ ନେଇଥିବାବେଳେ ବୈଭବ ଆରୋରା ଓ ହର୍ଷିତ୍ ରାଣା ୨ଟି ୱିକେଟ ନେଇଥିଲେ । ସେହିପରି ମିଚେଲ୍ ଷ୍ଟାର୍କ୍ ଓ ସୁନୀଲ୍ ନାରାୟଣ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ସେପଟେ ଆଜି ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜିଆଣ୍ଟ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ।